Thursday, September 19, 2024
25.2 C
Odisha

    ଏସିଡିଟି ଦୂର କରିବା ପାଇଁ ପାଞ୍ଚଟି ଆୟୁର୍ବେଦିକ ଉପଚାର

    ଆଗକୁ ପଢନ୍ତୁ

    ଏସିଡିଟି ଦୂର କରିବା ପାଇଁ ପାଞ୍ଚଟି ଆୟୁର୍ବେଦିକ ଉପଚାର :

     

    ଏସିଡିଟି ଏପରି ଏକ ଅବସ୍ଥା ଯାହା ଛାତି ଓ ଗଳା ରେ ଜ୍ଵଳନ ଭଳି ଯନ୍ତ୍ରଣା ସୃଷ୍ଟି କରି ଦୈନନ୍ଦିନ ଜୀବନରେ ବାଧା ଉପୁଜାଇଥାଏ । ଏହି ଯନ୍ତ୍ରଣା ରୁ ଉପଶମ ପାଇବା ପାଇଁ ଆମେ ବିଭିନ୍ନ ପ୍ରକାର ଔଷଧ ଖାଇବାଠାରୁ ଆରମ୍ଭ କରି ନାନାଦି ଘରୋଇ ଉପଚାର ପରି ଅନେକ ଉପାୟ ଆପଣେଇ ଥାଆନ୍ତି । ଆମର ଭାରତୀୟ ପାରମ୍ପରିକ ଆୟୁର୍ବେଦ ଚିକିତ୍ସାରେ ଏଥିନିମନ୍ତେ ବିଭିନ୍ନ ପ୍ରାକୃତିକ ଉପାୟମାନ ଉପଲବ୍ଧ ଅଛି । ଏହି ଉପାୟ ଗୁଡିକ କେବଳ ଯେ ଯନ୍ତ୍ରଣାରୁ ଉପଶମ ଦିଏ ତାହା ନୁହେଁ,ବରଂ ଏକ ସନ୍ତୁଳିତ ଏବଂ ସୁସ୍ଥ ପାଚନ ପ୍ରକ୍ରିୟାର ମଧ୍ୟ ଅଭିବୃଦ୍ଧି କରେ । ଆମେ ଆଜି ଏହିପରି ପାଞ୍ଚଟି ଖାଦ୍ୟର ଏକ ତାଲିକା ଆଣି ଆସିଚୁ ଯାହା ପ୍ରକୃତି ରେ ଉପଲବ୍ଧ ଏବଂ ଏସିଡ଼ିଟିର ସମସ୍ୟାକୁ ସମ୍ପୂର୍ଣ୍ଣ ରୂପେ ଦୂର କରି ପାଚନ ଶକ୍ତିକୁ ବୃଦ୍ଧି କରିଥାଏ ।

    1. ଅଁଳା : ଆଣ୍ଟିଅକ୍ସିଡାଣ୍ଟ ଓ ଭିଟାମିନ ସି ରେ ଭରପୁର ଅଁଳା ଏସିଡିଟି ପାଇଁ ଏକ ପ୍ରଭାବଶାଳୀ ଆୟୁର୍ବେଦିକ ଉପଚାର ଭାବେ ଜଣାଶୁଣା । ନିୟମିତ ସକାଳୁ ଖାଲି ପେଟରେ ଉଷୁମ ପାଣି ସହିତ ଅଁଳା ଗୁଣ୍ଡ ସେବନ କରିବା ଦ୍ଵାରା ପେଟର ପିଏଚ ସ୍ଥର ନିୟନ୍ତ୍ରିତ ରହିଥାଏ । ଅଁଳାରେ ପ୍ରଚୁର ମାତ୍ରାରେ ଫାଇବର ଥିବାରୁ ଏହା ପାଚନ କ୍ରିୟାକୁ ମଜଭୁତ କରିଥାଏ ଏବଂ ଅନ୍ତନଳୀର ଗତିବିଧିକୁ ନିୟନ୍ତ୍ରଣ କରି ଏସିଡିଟି ର ଆଶଙ୍କାକୁ ହ୍ରାସ କରିଥାଏ ।
    2. ପାନମଧୁରୀ : ବହୁ ପୁରାତନ କାଳରୁ ଆୟୁର୍ବେଦିକ ଚକିତ୍ସକମାନେ ହଜମ ଜନିତ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ପାନମଧୁରୀର ବ୍ୟବହାର କରି ଆସୁଛନ୍ତି । ପାନମଧୁରୀକୁ ଚୋବାଇ ଖାଇବା ଦ୍ଵାରା ହଜମ କ୍ରିୟା ବୃଦ୍ଧି ପାଇଥାଏ ଏବଂ ପେଟରେ ଏସିଡ ବଢିବାରୁ ରକ୍ଷା ମିଳିଥାଏ । ଆପଣ ଉଷୁମ ପାଣିରେ ପାନମଧୁରୀକୁ ପକାଇ ଏହାର ଚା ପ୍ରସ୍ତୁତ କରି ମଧ୍ୟ ପିଇ ପାରିବେ ଯାହାଦ୍ବାରା ଏସିଡିଟି ରୁ ଆରାମ ମିଳିଥାଏ ।
    3. ଅଦା : ଅଗଣିତ ହଜମ ଜନିତ ସମସ୍ୟା ତଥା ଏସିଡିଟି ପାଇଁ ଅଦା ବହୁଳ ଭାବେ ବ୍ୟବହୃତ ହେଉଥିବା ଏକ ଆୟୁର୍ବେଦିକ ଉପଚାର । ଏହା ଗ୍ୟାସ ସୃଷ୍ଟି କରୁଥିବା ଏସିଡର ସ୍ଥରକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ଏବଂ ପାଚନ ସ୍ୱାସ୍ଥ୍ୟକୁ ସୁଦୃଢ କରିଥାଏ । ଏସିଡିଟି କମ୍ କରିବା ପାଇଁ ଅଦାକୁ ବ୍ୟବହାର କରିବାର ସବୁଠାରୁ ଭଲ ଉପାୟ ହେଉଛି ‘ଜିଞ୍ଜର ଟୀ’ ବା ‘ଅଦା ଚାହା’ । ତାଜା ଅଦା ର କିଛି ଖଣ୍ଡକୁ ଛେଚି ତାକୁ ପାଣିରେ ଫୁଟାଇ ଖାଇବା ପୂର୍ବରୁ କିମ୍ବା ପରେ ପିଇଲେ ଖାଦ୍ୟ ଭଲଭାବେ ହଜମ ହୁଏ ।
    4. ତୁଳସୀ : ସ୍ୱାସ୍ଥ୍ୟ ଜନିତ ଅନେକ ପ୍ରକାର ଉପକାରିତା ପାଇଁ ତୁଳସୀ ଆୟୁର୍ବେଦରେ ପ୍ରସିଦ୍ଧ ଏକ ବଳିଷ୍ଠ ଉପାଦାନ । ଏହାର ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ଏସିଡିଟି ର ମୁକାବିଲା କରିବା ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ଅଟେ । ତୁଳସୀ କୁ ତାଜା, କିମ୍ବା ଶୁଖାଇ ଗୁଣ୍ଡ କରି କିମ୍ବା କୌଣସି ବି ଅବସ୍ଥାରେ ଚା ରେ ମିଶାଇ ସେବନ କରାଯାଇ ପାରିବ । ପ୍ରତିଦିନ ସକାଳୁ ୭ ରୁ ୮ ଟି ତାଜା ତୁଳସୀ ପତ୍ରକୁ ଚୋବାଇ ଖାଇବା ଦ୍ଵାରା ଏସିଡିଟି ସମସ୍ୟା ସମ୍ପୂର୍ଣ୍ଣ ଦୂର ହେବା ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ ।
    5. ଯଷ୍ଠିମଧୁ : ଆୟୁର୍ବେଦିକ ଚିକିତ୍ସା ରେ ଯଷ୍ଠିମଧୁ ନିଜର ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ପାଇଁ ବେଶ ଜଣାଶୁଣା । ଏହାର ଚେରକୁ ପାଣିରେ ଫୁଟାଇ ଚା ତିଆରି କରି ଖାଇବା ପୂର୍ବରୁ ଖାଲି ପେଟେ ଆପଣ ସେବନ କରି ପାରିବେ । ଏହାଦ୍ବାରା ହଜମ ଭଲ ହୁଏ । ମାତ୍ର ଏହାର ମାତ୍ରାଧିକ ସେବନ ରକ୍ତଚାପ ବଢାଇ ପାରେ । ତେଣୁ ଡାକ୍ତରଙ୍କ ଉପଯୁକ୍ତ ପରାମର୍ଶ ନେଇ ଏହାକୁ ବ୍ୟବହାର କାଲେ ଭଲ ଫଳ ମିଳିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ