Monday, March 23, 2026
24.7 C
Odisha

    ଏସ୍‌ସିବିରେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ : ଆଜି ହେବ ଅସ୍ତ୍ରୋପଚାର

    ଆଗକୁ ପଢନ୍ତୁ

    କଟକ   :   କଟକ ବଡ଼ ଡାକ୍ତରଖାନାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସ୍ତ୍ରୀ ପ୍ରିୟଙ୍କା ମାର୍ଣ୍ଡି ଚିକିତ୍ସିତ ହେଉଛନ୍ତି। ଘରୋଇ ଡାକ୍ତରଖାନା ନଯାଇ ରାଜ୍ୟର ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଇ ମୁଖ୍ୟମନ୍ତ୍ରୀ ଉଦାହରଣ ସୃଷ୍ଟି କରିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ ସାଧାରଣ ଲୋକଙ୍କ ଭଳି ଏସସିବି ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଆଜି ତାଙ୍କର ଅସ୍ତ୍ରୋପଚାର କରାଯିବ, ଏ ନେଇ ୧୦ ଜଣିଆ ଡାକ୍ତରୀ ଟିମ୍‌ ଗଠନ କରାଯାଇଛି। ଆଜି ଶଲ୍ୟ ଚିକିତ୍ସା ବିଭାଗରେ ପ୍ରିୟଙ୍କାଙ୍କ ସିଷ୍ଟ ଅସ୍ତ୍ରୋପଚାର କରାଯିବ। ବୁଧବାର ଡାକ୍ତରୀ ଦଳ ଶ୍ରୀମତୀ ମାର୍ଣ୍ଡିଙ୍କ ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ କରିଛନ୍ତି। ସର୍ଜରୀ ବିଭାଗ ପ୍ରଫେସର ଏଲ.ଭି. ଗୌରୀଙ୍କ ନେତୃତ୍ବରେ ଏହି ଅସ୍ତ୍ରୋପଚାର କରାଯିବ। ତାଙ୍କୁ ପ୍ରଫେସର ଡାକ୍ତର ଜୟନ୍ତ ବିଶ୍ବାଳ ଗାଇଡ୍‌ କରିବେ। ଏହି ଦଳରେ ମେଡିସିନ, ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗ, ପଲମୁନାରି ମେଡିସିନ, ନିଶ୍ଚେତକ, ଏଣ୍ଡୋକ୍ରାଇନୋଲଜି, କାର୍ଡିଓଲଜି ବିଭାଗର ଡାକ୍ତର ସାମିଲ ହୋଇଛନ୍ତି। ଅସ୍ତ୍ରୋପଚାର ପୂର୍ବରୁ ସମସ୍ତ ପରୀକ୍ଷା କରାଯାଇଛି ଏବଂ ସମସ୍ତ ରିପୋର୍ଟ ସ୍ବଭାବିକ ରହିଛି। ଏସସିବି ମେଡ଼ିକାଲ କଲେଜ ହସ୍ପିଟାଲ ଅଧୀକ୍ଷକ ଡାକ୍ତର ଗୌତମ ଶତପଥୀଙ୍କ ନେତୃତ୍ବରେ ସମସ୍ତ କାର୍ଯ୍ୟ ତଦାରଖ କରାଯାଉଛି। ଆଜି ଅସ୍ତ୍ରୋପଚାର ପରେ ଡିସ୍‌ଚାର୍ଜ ନେଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଡାକ୍ତର ଶତପଥୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଉକ୍ତ ଖବରଦାତା ସମ୍ମିଳନୀରେ ମେଡିକାଲର ପ୍ରଶାସନିକ ଅଧିକାରୀ ସୁଭାଷ ରଏ, ମେଡିକାଲର ଲୋକ ସମ୍ପର୍କ ଅଧିକାରୀ ସ୍ୱାଗତିକା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.7 ° C
    24.7 °
    24.7 °
    35 %
    1.5kmh
    76 %
    Mon
    25 °
    Tue
    36 °
    Wed
    38 °
    Thu
    39 °
    Fri
    39 °

    ସମ୍ବନ୍ଧିତ