Friday, April 3, 2026
33.6 C
Odisha

    ଏହି ଡବା ବ୍ୟବହାର ଦ୍ଵାରା ଆପଣ ହୋଇପାରନ୍ତି କ୍ୟାନ୍ସର ଶିକାର

    ଆଗକୁ ପଢନ୍ତୁ

    ଘରେ ଘରେ ଏବେ କଳା ପ୍ଲାଷ୍ଟିକ୍ ଡବା ଦେଖିବାକୁ ମିଳୁଛି । ସାଧାରଣତଃ ଅନଲାଇନ୍ ଖାଦ୍ୟ ଅର୍ଡର କଲେ ରେଷ୍ଟୁରାଣ୍ଟ ଓ ହୋଟେଲରେ ଏହି ଡବା ଦେଇଥାନ୍ତି । ଖାଦ୍ୟ ଖାଇବା ପରେ ଏହି ଡବା ଗୁଡ଼ିକୁ ଆଉଥରେ ବ୍ୟବହାର କରିବା ପାଇଁ ଏହାକୁ ଧୋଇ ରଖାଯାଏ ।କିନ୍ତୁ ଆପଣ ଜାଣିଛନ୍ତି କି ଏହି କଳା ପ୍ଲାଷ୍ଟିକ୍ ଡବା ଆମ ଶରୀର ପାଇଁ କେତେ ଭଲ ବା ଖରାପ?

    ଏହି ପ୍ଲାଷ୍ଟିକ ଡବାରେ ଗରମ ଖାଦ୍ୟ ରଖିବା କିମ୍ବା ମାଇକ୍ରୋୱେଭ୍ରେ ଏହି ଡବାରେ ଖାଦ୍ୟ ରଖି ଗରମ କରିବା କ୍ଷତିକାରକ । ହିଟ୍ ଯୋଗୁ ବିଷାକ୍ତ କେମିକାଲ ଡବାରୁ ବାହାରେ ଏବଂ ଏହା ଖାଦ୍ୟରେ ମିଶି ଆମ ଶରୀର ମଧ୍ୟକୁ ଯାଏ, ଯାହାର ଦେହ ଖରାପ କରିବାରେ ବଡ଼ ଭୂମିକା ରହିଥାଏ ।ଡାକ୍ତରଙ୍କ ମତରେ ଏହି କଳା ଡବାରୁ ଖାଦ୍ୟ ଖାଇବାଦ୍ୱାରା କ୍ୟାନ୍ସର ହେବାର ଆଶଙ୍କା ୩୦୦% ବଢ଼ିଯାଏ ।

    ଗୁରୁଗ୍ରାମ ମେଦାନ୍ତ କ୍ୟାନ୍ସର କେୟାର ସିନିୟର ଡିରେକ୍ଟର ଡା. କାଞ୍ଚନ କୌରଙ୍କ ମତରେ, ଏହି ପ୍ଲାଷ୍ଟିକ ପାଇଁ କେବଳ କ୍ୟାନ୍ସର କରାଇବ ତା’ ନୁହେଁ, ଏହାଦ୍ୱାରା ପିସିଓଡି, ଥାଇରଏଡ୍ ଭଳି ରୋଗ ହୋଇଥାଏ ।ବିଷାକ୍ତ କେମିକାଲ ଛଡ଼ା ପ୍ଲାଷ୍ଟିକ୍ କଣିକା ସବୁ ଖାଦ୍ୟରେ ମିଶି ପେଟକୁ ଯାଏ । ଯାହା ହୃଦରୋଗ ସାଙ୍ଗକୁ କ୍ୟାନ୍ସର କରାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ