Friday, April 17, 2026
37.6 C
Odisha

    ଓଏସଏସଏସସିର ନିଷ୍ପତ୍ତି ହାଇକୋର୍ଟରେ ରଦ୍ଦ, ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    କଟକ : ଓଏସଏସଏସସିର ନିଷ୍ପତ୍ତି ହାଇକୋର୍ଟରେ ରଦ୍ଦ । ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ । ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇ ୩୩୭ ପ୍ରାର୍ଥୀଙ୍କ ନିଯୁକ୍ତି ପାଇଁ ରାସ୍ତା ପରିଷ୍କାର କରିଛନ୍ତି । ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଓଏସଏସଏସସି ଦ୍ୱାରା ଆୟୋଜିତ ହୋଇଥିବା ପରୀକ୍ଷା ସମ୍ପର୍କିତ ବିବାଦର ସମାଧାନ କରିଛନ୍ତି । ଲାଇଭଷ୍ଟକ ଇନ୍ସପେକ୍ଟର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପୋଷ୍ଟ ପାଇଁ ହୋଇଥିବା ଏହି ପରୀକ୍ଷାରେ ଜଡିତ ୩୩୭ ପ୍ରାର୍ଥୀଙ୍କ ସପକ୍ଷରେ ହାଇକୋର୍ଟ ରାୟ ଦେଇଛନ୍ତି । OSSSC ପକ୍ଷରୁ କମ୍ବାଇନଡ ରିକ୍ରୁଟମେଣ୍ଟ ପରୀକ୍ଷା ୨୦୨୩କୁ ନେଇ ପ୍ରାର୍ଥୀଙ୍କୁ ଜାରି କରିଥିବା କାରଣ ଦର୍ଶାଅ ନୋଟିସ୍ ଏବଂ ନିଯୁକ୍ତି ପ୍ରକ୍ରିୟାରୁ ବାଦ୍ ନିଷ୍ପତ୍ତିକୁ ଓଡ଼ିଶା ହାଇକୋର୍ଟ ରଦ୍ଦ କରିଦେଇଛନ୍ତି ।

    କମିସନ ଆସନ୍ତା ୩ ସପ୍ତାହ ମଧ୍ୟରେ ଆଶାୟୀମାନଙ୍କ ପଦ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିବେ । ସୁପାରିଶ ପାଇବା ପରେ ସରକାରୀ ବିଭାଗ ଗୁଡ଼ି ବିନା କୌଣସି ବିଳମ୍ବରେ ସେମାନଙ୍କୁ ନିଯୁକ୍ତି ପ୍ରଦାନ କରିବେ । ଏହି ଆବେଦନକାରୀ ପ୍ରାର୍ଥୀମାନେ ପୂର୍ବରୁ ସରକାରୀ ଚାକିରୀରେ ଯୋଗଦେଇଥିବା ପ୍ରାର୍ଥୀଙ୍କ ଠାରୁ ବରିଷ୍ଠତା ଦାବି କରି ପାରିବେ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ହାଇକୋର୍ଟ OSSSC ଦ୍ୱାରା ୧୯ ଫେବୃଆରୀ ୨୦୨୫ରେ ଜାରି ହୋଇଥିବା ଶୋ-କଜ ନୋଟିସ ଏବଂ ୧୦ ଅକ୍ଟୋବର ୨୦୨୫ର ଆଦେଶକୁ ଅବୈଧ ଘୋଷଣା କରିଛନ୍ତି । ହାଇକୋର୍ଟରେ ଦାୟର ୨୫୦ ରୁ ଉର୍ଦ୍ଧ୍ବ ମାମଲାର ଏକତ୍ର ଶୁଣାଣି କରି ବିଚାରପତି ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.6 ° C
    37.6 °
    37.6 °
    21 %
    2.1kmh
    0 %
    Fri
    42 °
    Sat
    43 °
    Sun
    43 °
    Mon
    44 °
    Tue
    43 °

    ସମ୍ବନ୍ଧିତ