Friday, April 17, 2026
37.6 C
Odisha

    ଖରାଦିନେ ପିଅନ୍ତୁ ଏହି ସବୁ ଡ୍ରିଙ୍କ, ମୁଁହରେ ଗ୍ଲୋ ଆଣିବା ସହ ଅନେକ ରୋଗକୁ କରିବ ମୁକ୍ତି

    ଆଗକୁ ପଢନ୍ତୁ

    ଗ୍ରୀଷ୍ମ ଋତୁ ଆସି ସାରିଛି । ତେଣୁ ଖାସ କରି ଖରାଦିନେ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବା ନିହାତି ଦରକାର୍ । ସ୍ବାସ୍ଥ୍ୟ ଓ ଚର୍ମ ଠିକ୍ ରହିବା ପାଇଁ ମଧ୍ୟ ଖରା ଦିନେ ଏମିତି କିଛି ଖାଦ୍ୟ ଖାଇବା ଦରକାର୍ ଓ ଜୁସ ପିଇବା ଦରକାର୍, ଯାହା ଆପଣ ଆପଣଙ୍କ ପାଇଁ ଏକ୍ସପର୍ଟ ପରାମର୍ଶ ଦେଇଛନ୍ତି । ଏମିତିକି ଆଲୋଭେରା ରସ ଠାରୁ ଆରମ୍ଭ କରି ଆମଲା ଜୁସ ପର୍ଯ୍ୟନ୍ତ ସମସ୍ତ ଜିନିଷ ଉପକାରୀ ହୋଇଥାଏ । ଏଠାରେ ଚାରୋଟି ଜୁସ୍ ଅଛି ଯାହା ଶରୀରକୁ ସୁସ୍ଥ ରଖିବ ଏବଂ ଚର୍ମକୁ ସୁସ୍ଥ ରଖିବା ସହିତ ଭଲ ଚମକ୍ ମଧ୍ୟ ଦେବ । ତେଣୁ ଏହାକୁ ଆପଣ ପ୍ରତିଦିନ ପିଇବା ଉଚିତ୍ । ଖାସ କରି ଗ୍ରୀଷ୍ମ ଋତୁରେ ସୂର୍ଯ୍ୟଙ୍କ ଉତ୍ତାପ ଆମ ଚର୍ମକୁ ପ୍ରଭାବିତ କରେ ଏବଂ ଚର୍ମର ଚମକ ହ୍ରାସ ପାଇଥାଏ । ସେଥିପାଇଁ ଚର୍ମକୁ ଓ ଆମ ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ ଚାହୁଁଥିଲେ ଏମିତି କିଛି ଜୁସ୍ ପିଇବା ଦରକାର୍ ଯାହା ଗ୍ରୀଷ୍ମ ଋତୁ ପାଇଁ ବହୁତ୍ ଫଳପ୍ରଦ ହୋଇଥାଏ ।

    ଏକ୍ସପର୍ଟଙ୍କ ପରାମର୍ଶ ଅନୁଯାୟୀ ହଳଦୀର ଜୁସ୍ ପ୍ରତିଦିନ ପିଇବା ଉଚିତ୍। ଯାହା ସବୁଠାରୁ ଶକ୍ତିଶାଳୀ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଡ୍ରିଙ୍କ ଏବଂ ଶରୀରରକୁ ଶକ୍ତି ଯୋଗାଇଥାଏ । ଚେହେରାକୁ ଚମକାଇବାରେ ସାହାଯ୍ୟ କରେ । ଏହା ହଜମ ପ୍ରକ୍ରିୟାକୁ ମଧ୍ୟ ପ୍ରଭାବିତ କରିଥାଏ । ଏହା ତିଆରି କରିବା ପାଇଁ ହେଲେ ଆପଣଙ୍କୁ ଏକ ଗ୍ଲାସ୍ ଗରମ ପାଣିରେ ଏକ ଚାମଚ ହଳଦୀ ପକାଇ ଫୁଟାଇ ଦିଅନ୍ତୁ ଓ ଏହାକୁ ଅଳ୍ପ ଗରମ ଥିବା ଅବସ୍ଥାରେ ପିଅନ୍ତୁ ।

    ଏଥି ସହିତ ବିଟ୍ ଜୁସ୍, ଗାଜର ଜୁସ୍ ଓ ବିଲାତି ଜୁସ୍ ମଧ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ହୋଇଥାଏ । ଏହି ସବୁ ପରିବାକୁ ଆପଣ ଏକା ସାଙ୍ଗରେ କିମ୍ୱା ଅଲଗା ଭାବେ ଜୁସ୍ ପ୍ରସ୍ତୁତ କରି ପିଇ ପାରିବେ । ଏହି କଲରଫୁଲ ଡ୍ରିଙ୍କରେ ଅନେକ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରପୁର ମାତ୍ରାରେ ରହିଛି । ଅଧିକ ଲକ୍ସାଟିଭ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଯୋଗୁଁ ଏହି ଜୁସ୍ ଲିଭର ସଫା କରିବାରେ ଏବଂ ରକ୍ତ ସଞ୍ଚାଳନ କରିବାରେ ସାହାଯ୍ୟ କରେ । ଏହା ହୃଦ୍ ରୋଗ ଏବଂ ଷ୍ଟ୍ରୋକ ଭଳି ବିପଦକୁ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହି ଜୁସକୁ ପିଇବା ଦ୍ୱାରା ଶରୀରକୁ ନ୍ୟାଚୁରାଲ ହାଇଡ୍ରେସନ୍ ମିଳିବ ସହିତ ତ୍ଵଚାକୁ ମଶ୍ଚରାଇଜ ରଖେ ।

    ଏତିକି ନୁହେଁ ଆପଣ ଅଁଳା ଜୁସ ମଧ୍ୟ ପିଇ ପାରିବେ । ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ପ୍ରଭାବଶାଳୀ । ଚର୍ମକୁ ଏହା ସଫ୍ଟ କରିବା ସହିତ କୁଞ୍ଚନକୁ ମଧ୍ୟ ଦୂର କରିଥାଏ । ଏହି ଜୁସରେ ଥିବା ଭିଟାମିନ୍ ‘ସି’ ଖାଦ୍ୟ ହଜମ କରିବାରେ ମଧ୍ୟ ସାହାଯ୍ୟ କରେ । ପ୍ରତିଦିନ ଏହି ଜୁସ ତିଆରି କରିବା ପାଇଁ ଆପଣ ତିନିଟି ଅଁଳା ନେଇ ଏଥିରେ ହାଫ ଗ୍ଲାସ୍ ପାଣି ମିଶାଇ ଜୁସ୍ ପ୍ରସ୍ତୁତ କରନ୍ତୁ । ଏହାକୁ ଖାଇବାର ୩୦ ମିନିଟ୍ ପୂର୍ବରୁ ପିଅନ୍ତୁ । କିଛି ଦିନ ମଧ୍ୟରେ ଫରକ ଦେଖିବାକୁ ପାଇବେ ।

    ଏହା ବ୍ୟତୀତ ଆପଣ ଆଲୋ ଭେରା ଜୁସକୁ ମଧ୍ୟ ପିଇପାରିବେ । ଏଥିରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି । ଯାହା ସୁସ୍ଥ ଚର୍ମ ଗଠନ କରିବାରେ ସାହାଯ୍ୟ କରିଥାଏ । ଏହା ସଂକ୍ରମଣ, ବ୍ରଣ ଏବଂ କୌଣସି ଦାଗ ଦୂର କରିବାରେ ସାହାଯ୍ୟ କରେ । ପ୍ରତିଦିନ ଆଲୋଭେରା ରସ ପିଇବା ଦ୍ଵାରା ଚର୍ମର ବାର୍ଦ୍ଧକ୍ୟକୁ ମଧ୍ୟ ହଟାଯାଇପାରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.6 ° C
    37.6 °
    37.6 °
    21 %
    2.1kmh
    0 %
    Fri
    42 °
    Sat
    43 °
    Sun
    43 °
    Mon
    44 °
    Tue
    43 °

    ସମ୍ବନ୍ଧିତ