Saturday, May 30, 2026
40.9 C
Odisha

    ୪୦ ଡିଗ୍ରୀ ଉପରେ ୧୪ ସହର

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ୪୦ ଡିଗ୍ରୀ ଉପରେ ୧୪ ସହର । ଆଜି ୧୧ ଜିଲ୍ଲାକୁ ଜାରି ହୋଇଛି ରେଡ୍ ୱାର୍ଣ୍ଣିଂ। ପଶ୍ଚିମ ଓଡ଼ିଶା ସହରଗୁଡ଼ିକର ତାପମାତ୍ରା ହୁ ହୁ ହୋଇ ବଢିବାରେ ଲାଗିଛି । ଗତକାଲି ୪୩.୭ ଡିଗ୍ରୀରେ ପହଞ୍ଚିଥିଲା ତାପମାତ୍ରା । ଭବାନୀପାଟଣାରେ ୪୨.୫ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ବଲାଙ୍ଗୀର, ସମ୍ବଲପୁର ଓ ହୀରାକୁଦରେ ୪୨.୨ ରାଉରକେଲାରେ ୪୧.୬ ଏବଂ ମାଲକାନଗିରି ଓ ତାଳଚେରରେ ୪୦ ଡିଗ୍ରୀ ରହିଥିଲା । ଆଗାମୀ ଦୁଇ ଦିନ ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ଓ ପରବର୍ତ୍ତୀ ତିନି ଦିନ ସ୍ଥିର ରହିବ ।

    ଏହାପରେ ପୁଣି ଜିଲ୍ଲା ଗୁଡିକର ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୨୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାକୁ ରେଡ୍ ୱାର୍ଣ୍ଣଂ ଜାରି ହୋଇଛି । ଆଜି ମଧ୍ୟ ଉତ୍ତର ଏବଂ ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା ଆକଳନ କରାଯାଇଛି । ବର୍ଷା ଘଡ଼ଘଡ଼ି ଏବଂ ପବନ ପାଇଁ ଆଜି ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    40.9 ° C
    40.9 °
    40.9 °
    24 %
    3.3kmh
    24 %
    Sat
    36 °
    Sun
    40 °
    Mon
    40 °
    Tue
    40 °
    Wed
    43 °

    ସମ୍ବନ୍ଧିତ