Friday, April 3, 2026
39.1 C
Odisha

    ଓଜନ କମାନ୍ତୁ ଆୟୁର୍ବେଦିକ ଉପାୟରେ

    ଆଗକୁ ପଢନ୍ତୁ

    ଆଜିକାଲିର ଜୀବନଶୈଳୀ ପରିବର୍ତ୍ତନ ସହିତ ବଢିଚାଲିଛି ବିଭିନ୍ନ ସ୍ଵାସ୍ଥ୍ୟଗତ ସମସ୍ୟା । ଏବେର ସମୟରେ ସବୁଠାରୁ ସାଧାରଣ ଏକ ସମସ୍ୟା ହେଉଛି ଅତିରିକ୍ତ ଓଜନ ବୃଦ୍ଧି । ଶରୀରର ଅତିରିକ୍ତ ଓଜନକୁ କମାଇବା ପାଇଁ ଅନେକ ଉପାୟ ଆମେ ଆପଣେଇଥାଆନ୍ତି । ଜିମ ରେ ଝାଳ ବୁହାଇବାଠାରୁ ଆରମ୍ଭ କରି ଜଗିରଖି ଖାଦ୍ୟ ଗ୍ରହଣ କରିବା, କିଛି ବି କରିପାରନ୍ତି ଆମେ । ନିଜକୁ ଏକ ପର୍ଫେକ୍ଟ ଶେପ ରେ ରଖିବା ପାଇଁ ଅନେକ ଜିନିଷ ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ । ଯେତେବେଳେ ଓଜନ ହ୍ରାସ କରିବା କଥା ଆସେ, ଆୟୁର୍ବେଦ ଏକ ସାମଗ୍ରିକ ଆଭିମୁଖ୍ୟ ପ୍ରଦାନ କରେ ଯେଉଁଥିରେ କେବଳ ଖାଦ୍ୟ ଏବଂ ବ୍ୟାୟାମ ନୁହେଁ ବରଂ କିଛି ନିର୍ଦ୍ଦିଷ୍ଟ ପାନୀୟ ମଧ୍ୟ ଅନ୍ତର୍ଭୁକ୍ତ ଯାହା ରାତ୍ରୀ ଭୋଜନ ପରେ ପିଇବା ଦ୍ଵାରା ହଜମରେ ସାହାଯ୍ୟ କରିବା ସହ ଓଜନ ହ୍ରାସକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ । ଆଜି ଏହି ଭିଡିଓ ମାଧ୍ୟମରେ ଆମେ ନେଇ ଆସିଛୁ ଆପଣମାନଙ୍କ ପାଇଁ ଆୟୁର୍ବେଦରେ ଉପଲବ୍ଧ ପାଞ୍ଚଟି ଏପରି ପାନୀୟ ଯାହା ହଜମ ଜନିତ ସମସ୍ତ ସମସ୍ୟା ଦୂରକରି ଓଜନ ହ୍ରାସ କରିବା ପାଇଁ ଚମତ୍କାରୀ ଭାବରେ କାମ କରିଥାଏ ।

    1. ଜୀରା ପାଣି : ଜୀରା ଭାରତୀୟ ରୋଷେଇ ଘର ଗୁଡିକରେ ଏକ ମୁଖ୍ୟ ମସଲା ଓ ଏହା ନିଜର ହଜମକାରୀ ଗୁଣ ପାଇଁ ଆୟୁର୍ବେଦ ଜଗତରେ ବେଶ ଜଣାଶୁଣା । ଏକ ଚାମଚ ଜିରାକୁ ଏକ ଗ୍ଲାସ ପାଣିରେ ରାତିସାରା ଭିଜାଇ ସକାଳେ ଫୁଟାଇ ପ୍ରସ୍ତୁତ ଜିରା ପାଣି ପାଚନ କ୍ରିୟାରେ ସାହାଯ୍ୟ କରିଥାଏ। ଜିରାରେ ଥିବା ଥାଇମୋଲ୍, ପାଚନ କ୍ରିୟାରେ ଉନ୍ନତି ଆଣିବା ସହ ଗ୍ୟାସ କମ କରିଥାଏ । ଜିରା ପାଣି ବିଷାକ୍ତ ପଦାର୍ଥ ବାହାର କରିବା, ମେଟାବୋଲିଜିମ୍ ବଢ଼ାଇବା ଏବଂ ଖରାପ କଲେସ୍ଟରଲ୍ ନଷ୍ଟ କରିବାରେ ସାହାଯ୍ୟ କରିଥାଏ। ରାତ୍ରି ଭୋଜନ ପରେ ଏକ ଉଷୁମ ଗ୍ଲାସ ଜିରା ପାଣି ପିଇବା ଦ୍ୱାରା ମେଟାବୋଲିଜିମ୍ ସକ୍ରିୟ ରହିଥାଏ, ଯାହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ଗବେଷଣାରୁ ଜଣାପଡିଛି ଯେ ଜିରା ଶରୀରର ଚର୍ବି ହ୍ରାସ କରିବାରେ ସାହାଯ୍ୟ କରିଥାଏ, ବିଶେଷକରି ପେଟ ଅଞ୍ଚଳରେ, ଯାହା ଓଜନ ହ୍ରାସ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏକ ପ୍ରଭାବଶାଳୀ ଉପାୟ ଅଟେ ।
    1. ପାନମଧୁରୀ ଚା’ : ଆୟୁର୍ବେଦରେ ଶହ ଶହ ବର୍ଷ ଧରି ପାନମଧୁରୀ ମଞ୍ଜି କୁ ପାଚନ କ୍ରିୟା ଠିକ କରିବା ପାଇଁ ବ୍ୟବହାର କରାଯାଇଆସୁଛି । ଏକ କପ୍ ପାଣିରେ ଏକ ଚାମଚ ପାନମଧୁରୀ କୁ ପ୍ରାୟ ୧୦ ମିନିଟ୍ ଫୁଟାଇ ଏହାର ଏକ ଚା’ ସହଜରେ ପ୍ରସ୍ତୁତ କରାଯାଇପାରିବ । ରାତ୍ରି ଭୋଜନ ପରେ ଚା’କୁ ଛାଣି ଗରମ କରି ପିଅନ୍ତୁ । ପାନମଧୁରୀରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ, ଯାହା ଫ୍ରି ରେଡିକାଲ ସହ ଲଢ଼ିବା ସହ ଶରୀରରେ ଅକ୍ସିଡେଟିଭ ଷ୍ଟ୍ରେସ୍ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏଥିରେ ଡାଇୟୁରେଟିକ୍ ଗୁଣ ମଧ୍ୟ ଥାଏ, ଯାହା ଅତିରିକ୍ତ ତରଳ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ ଏବଂ ଜଳ ଧାରଣକୁ ହ୍ରାସ କରିଥାଏ । ଏହା ଭୋକ ମାରିବା ସହ, ବିଳମ୍ବିତ ରାତିର କ୍ରେଭିଙ୍ଗସ କୁ ନିୟନ୍ତ୍ରଣ କରିବାରେ ସହାୟତା କରିଥାଏ, ଯାହା ଓଜନ ହ୍ରାସ କରିବାରେ ଫଳପ୍ରଦ ହୋଇଥାଏ ।
    2. ଅଦା ଚା’: ଅଦା ଏକ ଶକ୍ତିଶାଳୀ ଔଷଧ, ଯାହାର ଓଜନ ହ୍ରାସ କରିବା ସହ ଅନେକ ସ୍ୱାସ୍ଥ୍ୟ ଉପକାରିତା ମଧ୍ୟ ରହିଛି । ତାଜା ଅଦା ଖଣ୍ଡକୁ ପାଣିରେ ୧୦ ମିନିଟ୍ ଫୁଟାଇ ପ୍ରସ୍ତୁତ ଅଦା ଚା’ ହଜମ ଓ ଓଜନ ନିୟନ୍ତ୍ରଣ ପାଇଁ ଏକ ଲୋକପ୍ରିୟ ଆୟୁର୍ବେଦିକ ଉପଚାର । ଏକ ଚାମଚ ମହୁ ମିଶାଇଲେ ଏହାର ସ୍ୱାଦ ବଢିବା ସହ ଅତିରିକ୍ତ ଲାଭ ମଧ୍ୟ ମିଳିଥାଏ । ଅଦାରେ ଥର୍ମୋଜେନିକ୍ ଗୁଣ ରହିଛି, ଅର୍ଥାତ୍ ଏହା ମେଟାବୋଲିଜିମ୍ ବଢ଼ାଇବାରେ ସହାୟକ ହେବା ସହ ଶରୀରର ଅତିରିକ୍ତ ଚର୍ବି କୁ ହଜମ କରିଥାଏ ।
    1. ଖିର ଓ ହଳଦୀ : ଆଣ୍ଟି-ଇନଫ୍ଲାମେଟୋରୀ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ପାଇଁ ଜଣାଶୁଣା ହଳଦୀ ଆୟୁର୍ବେଦିକ ଔଷଧର ଏକ ମୁଖ୍ୟ ଉପାଦାନ ଅଟେ । ଏକ କପ୍ ଉଷୁମ କ୍ଷୀରରେ ଏକ ଚାମଚ ହଳଦୀ ଗୁଣ୍ଡ ମିଶାଇ ହଳଦୀ କ୍ଷୀର ବା ‘ଗୋଲ୍ଡେନ୍ ମିଲ୍କ’ ପ୍ରସ୍ତୁତ କରାଯାଏ । ଏହାକୁ ଆହୁରି ପ୍ରଭାବଶାଳୀ ବନେଇବା ପାଇଁ ଆପଣ ଏକ ଚିମୁଟି ଗୋଲମରିଚ ଗୁଣ୍ଡ ମିଶାଇ ପାରିବେ । ହଳଦୀ ଯକୃତରେ ପିତ୍ତ ଉତ୍ପାଦନକୁ ଉତ୍ସାହିତ କରି ଚର୍ବି ହଜମ କରିବାରେ ସହାୟକ ହୋଇଥାଏ । ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରେ । ରାତ୍ରି ଭୋଜନ ପରେ ହଳଦୀ କ୍ଷୀର ପିଇବା ଦ୍ୱାରା କେବଳ ପାଚନ କ୍ରିୟା ରେ ସହାୟକ ହୋଇନଥାଏ ବରଂ ଚର୍ବି ମଧ୍ୟ କମ ହୋଇଥାଏ ।
    1. ତ୍ରିଫଳା ଚା’ : ତ୍ରିଫଳା ଏକ ପାରମ୍ପରିକ ଆୟୁର୍ବେଦିକ ଔଷଧ ଯାହା ତିନୋଟି ଫଳକୁ ନେଇ ଗଠିତ । ଯଥା – ଅଁଳା , ହରିଡା ଏବଂ ବହାଡା । ଗରମ ପାଣିରେ ଏକ ଚାମଚ ତ୍ରିଫଳା ଗୁଣ୍ଡ ପକାଇ ପ୍ରସ୍ତୁତ କରିପାରିବେ ତ୍ରିଫଳା ଚା’। ତ୍ରିଫଳା ପାଚନକ୍ରିୟାକୁ ତ୍ଵରାନ୍ଵିତ କରିବା ସହ ବିଷାକ୍ତ ପଦାର୍ଥ ଓ ବର୍ଜ୍ୟ ବସ୍ତୁ କୁ ବାହାର କରି ଶରୀରକୁ ଡିଟକ୍ସିଫାଇ କରିବାରେ ସାହାଯ୍ୟ କରିଥାଏ । ଏହା ସୁସ୍ଥ ମେଟାବୋଲିଜିମ୍ କୁ ସମର୍ଥନ କରେ ଏବଂ ପାଚନ ତନ୍ତ୍ରକୁ ସନ୍ତୁଳିତ କରିବାରେ ସାହାଯ୍ୟ କରେ । ଏହାସହ ଅନ୍ତଃନଳୀର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଦ୍ୱାରା ତ୍ରିଫଳା ଚା ଓଜନ ହ୍ରାସ କରିବା ରେ ସାହାଯ୍ୟ କରିଥାଏ ଏବଂ ଅଧିକ ଓଜନ ବୃଦ୍ଧିକୁ ରୋକିଥାଏ ।

    ଅତିରିକ୍ତ ଓଜନ ବୃଦ୍ଧିକୁ ରୋକିବା ନିମନ୍ତେ ଅନେକ ଗୁଡିଏ ଜିନିଷ ଉପରେ ଧ୍ୟାନ ଦେବାକୁ ହୋଇଥାଏ । ସୁଷମ ଖାଦ୍ୟ ସଠିକ ସମୟରେ ଓ ସଠିକ ମାତ୍ରାରେ ସେବନ କରିବା ସହ ପ୍ରତିଦିନ ଉପଯୁକ୍ତ ବ୍ୟାୟାମ ଓ ଏହି ଚମତ୍କାରୀ ପାନୀୟ ସବୁ ପିଇବା ଦ୍ୱାରା ଚାହୁଁଥିବା ଫଳାଫଳ ମିଳି ପାରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ