ସୁସ୍ଥ ରହିବାକୁ ମଣିଷ ବହୁତ ପ୍ରକାରର କାର୍ଯ୍ୟ କରିଥାଏ । ସୁସ୍ଥ ରହିଲେ ସିନା ମଣିଷ ସବୁ କାର୍ଯ୍ୟ କରିବ । ହେଲେ ଆଜିକାଲିର ଯେଉଁ ସବୁ ସମସ୍ୟା ଉପୁଜୁଛି, ସେଥିପାଇଁ ଲୋକମାନେ ଅନେକ ରୋଗରେ ଶିକାର ମଧ୍ୟ ହେଉଛିନ୍ତି । ଆପଣ ନିଶ୍ଚୟ ଶୁଣିଥିବେ ସ୍ୱାସ୍ଥ୍ୟ ହେଉଛି ସବୁଠାରୁ ବଡ଼ ସମ୍ପତ୍ତି । କାରଣ ଯଦି ସ୍ୱାସ୍ଥ୍ୟ ଭଲ ନାହିଁ, ତେବେ ଦୁନିଆର କୌଣସି ଜିନିଷର କିଛି ବି ଅର୍ଥ ନାହିଁ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଜୁସ୍ ବିଷୟରେ କହିବୁ ଯାହାକୁ ପିଇଲେ ଆପଣ ସମ୍ପୁର୍ଣ୍ଣ ସୁସ୍ଥ ରହିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଜୁସର ନାମ କ’ଣ?
ଏହି ଜୁସର ନାମ ହେଉଛି ‘କଳା ଅଙ୍ଗୁର ଜୁସ୍’ । ଅଙ୍ଗୁର ଖାଇବାକୁ କିଏବା ପସନ୍ଦ ନକରେ । ଏହାକୁ ଛୋଟରୁ ବଡ଼ ସମସ୍ତେ ଖାଇବାକୁ ଖୁବ୍ ଭଲ ପାଇଥାନ୍ତି । ଏହା ଖାଲି ପାଟିକୁ ସ୍ବାଦ ଲାଗେ ନାହିଁ ବରଂ ସ୍ବାସ୍ଥ୍ୟ ସମସ୍ୟାରେ ଅନେକ ପରିବର୍ତ୍ତନ ମଧ୍ୟ ଆଣିଥାଏ । ଯଦି ଆପଣ କଳା ଅଙ୍ଗୁର ଜୁସ୍ ପିଅନ୍ତି, ତେବେ ଆପଣଙ୍କର ଅନେକ ସମସ୍ୟା ଦୂର ହେବାକୁ ଲାଗିବ । ଆପଣଙ୍କୁ କହିରଖୁଛୁ ଯେ ଔଷଧୀୟ ଗୁଣରେ ଭରପୂର ଏହି ଜୁସ୍ । ଯାହା ଆପଣଙ୍କ ଓଜନ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିବ । ତେବେ ଆସନ୍ତୁ ଜାଣିବା ଏହାକୁ କିପରି ପିଇବେ ।
ଯଦି ଆପଣ ନିଜର ଓଜନ ବଢ଼ଇବାକୁ ନେଇ ଚିନ୍ତାରେ ରହୁଛନ୍ତି, ତେବେ ଆପଣ ନିଶ୍ଚିତ ଭାବରେ କୋଟିଏ କପ୍ କଳା ଅଙ୍ଗୁର, ଗୋଟିଏ ଚାମଚ ଲେମ୍ବୁ ରସ ଏବଂ ଗୋଟିଏ ଚାମଚ ମହୁ ଖାଆନ୍ତୁ ।
ପ୍ରଥମେ କଳା ଅଙ୍ଗୁରକୁ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ତା’ପରେ ଗ୍ରାଇଣ୍ଡ କରି ଏକ ଜୁସ୍ ପ୍ରସ୍ତୁତ କରନ୍ତୁ । ଶେଷରେ ସେହି ଜୁସରେ ଲେମ୍ବୁ ରସ ଏବଂ ମହୁ ମିଶ୍ରଣ କରି ପିଅନ୍ତୁ । ଦେଖିବେ ଖୁବ୍ ଅଳ୍ପ ଦିନ ମଧ୍ୟରେ ଆପଣଙ୍କର ଓଜନ କମ୍ ହେବାକୁ ଲାଗିବ ।
କଳା ଅଙ୍ଗୁର, ଲେମ୍ବୁ ରସ ଏବଂ ମହୁ, ଏହି ତିନୋଟି ଜିନିଷରେ ମିଳୁଥିବା ସମସ୍ତ ପୋଷକ ତତ୍ତ୍ୱ ଆପଣଙ୍କ ଶରୀରର ମେଟାବୋଲିଜିମ୍ ବୃଦ୍ଧି କରିବାରେ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ ।
ଯଦି ଆପଣ ଆପଣଙ୍କର ବର୍ଦ୍ଧିତ ଓଜନକୁ ନିୟନ୍ତ୍ରଣ କରିବାକୁ ଚାହାଁନ୍ତି, ତେବେ ଆପଣ ଆପଣଙ୍କ ଡାଏଟ୍ ଯୋଜନାରେ କଳା ଅଙ୍ଗୁର ରସକୁ ସାମିଲ କରିବା ଉଚିତ । ଆପଣ ମାତ୍ର ଗୋଟିଏ ମାସ ମଧ୍ୟରେ ଆପେ ଆପେ ସକାରାତ୍ମକ ପ୍ରଭାବ ଦେଖିବା ଆରମ୍ଭ କରିବେ ।
କ’ଣ ଲାଭ ମିଳିବ?
କଳା ଅଙ୍ଗୁର ରସକୁ ସଠିକ ପରିମାଣରେ ଏବଂ ସଠିକ୍ ଉପାୟରେ ପିଇଲେ, ଆପଣ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇପାରିବେ । ଏଥି ସହ କଳା ଅଙ୍ଗୁର ରସ ଥକାପଣ ଏବଂ ଦୁର୍ବଳତାର ସମସ୍ୟାକୁ ଦୂର କରିବା ଏବଂ ଆପଣଙ୍କ ଶରୀରର ଶକ୍ତି ସ୍ତର ବୃଦ୍ଧି କରିବାରେ ସହାୟକ ମଧ୍ୟ ହୋଇପାରେ ।
ଯଦି ଆପଣ ସମ୍ପୂର୍ଣ୍ଣ ଫିଟ୍ ରହିବାକୁ ଚାହୁଁଛନ୍ତି, ତେବେ ପ୍ରତ୍ୟେକ ଦିନ କଳା ଅଙ୍ଗୁର ଜୁସ୍ ପିଅନ୍ତୁ । ଦେଖିବେ ଆପଣଙ୍କର ସମସ୍ୟା ବହୁତ ଶୀଘ୍ର ଦୂର ହେବ ଏବଂ ଆପଣଙ୍କୁ ରିଲାକ୍ସ ମଧ୍ୟ ଲାଗିବ ।