Monday, March 23, 2026
20.3 C
Odisha

    ଓଟିଇଟି ପ୍ରଶ୍ନପତ୍ର ଲିକ : ଶିକ୍ଷକ ନେତା ପ୍ରଶାନ୍ତ ଖମାରୀ ଗିରଫ

    ଆଗକୁ ପଢନ୍ତୁ

    କଟକ : ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ ପାଇଁ ରାଜସାକ୍ଷୀ ହୋଇଛନ୍ତି କୋରାପୁଟ ଜିଲ୍ଲା ଜୟପୁରର ଶିବା ଜେରକ୍ସ ମାଲିକ ଶିବାନନ୍ଦ ମହାରଣା। ଶିବାନନ୍ଦଙ୍କ ଜେରକ୍ସ ଦୋକାନରେ ଏକାଧିକ ଓଟିଇିଟି ପ୍ରଶ୍ନପତ୍ର ପ୍ରିଣ୍ଟ ହୋଇଛି। ଏହାକୁ ଶିବାନନ୍ଦ ସ୍ବୀକାର କରିବା ପରେ ତାଙ୍କୁ ଏହି ମାମଲାରେ ପ୍ରମୁଖ ସାକ୍ଷୀ କରାଯାଇଛି। ଏହି କେଳେଙ୍କାରୀରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଭେଜିପଦର ୟୁପି ସ୍କୁଲର ଶିକ୍ଷକ ତଥା ଶିକ୍ଷକ ନେତା ପ୍ରଶାନ୍ତ କୁମାର ଖମାରୀଙ୍କ ସଂପୃକ୍ତି ସାମନାକୁ ଆସିଛି। ପ୍ରଶାନ୍ତ ଚୋରା ଓଟିଇଟି ପ୍ରଶ୍ନପତ୍ରକୁ ଓଡ଼ିଆରେ ଅନୁବାଦ କରିବା ପରେ ଏହାକୁ ଶିକ୍ଷକଙ୍କୁ ବିକ୍ରି କରିଥିଲେ। ପ୍ରଶ୍ନପତ୍ର ବିକ୍ରି ବାବଦ ଟଙ୍କା କ୍ରାଇମବ୍ରାଞ୍ଚ ଦ୍ବାରା ପୂର୍ବରୁ ଗିରଫ ହୋଇଥିବା ଶିକ୍ଷକ ବିଜୟ କୁମାର ମିଶ୍ରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଉଥିଲା। କ୍ରାଇମବ୍ରାଞ୍ଚ ଏହି ମାମଲାରେ ପ୍ରଶାନ୍ତଙ୍କୁ ଗିରଫ କରିଛି।

    କ୍ରାଇମବ୍ରାଞ୍ଚ ହାତରେ ଗିରଫ ହୋଇଥିବା ସପ୍ତମ ଅଭିଯୁକ୍ତ ପ୍ରଶାନ୍ତ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ଜେନାଖାଲପଡ଼ା ସାହିର ବାସିନ୍ଦା। ସାମାଜିକ ଗଣମାଧ୍ୟମରେ ଯେଉଁ ହାତଲେଖା ପ୍ରଶ୍ନପତ୍ର ଭାଇରାଲ୍ ହେଉଥିଲା, ଉକ୍ତ ହାତଲେଖା ହେଉଛି ପ୍ରଶାନ୍ତଙ୍କର। ତାଙ୍କ ହାତଲେଖା କ୍ରାଇମବ୍ରାଞ୍ଚ ଜବତ କରିଥିବା ବେଳେ ଏହାକୁ ହ୍ୟାଣ୍ଡ ରାଇଟିଂ ବ୍ୟୁରୋକୁ ମେଳ କରିବା ପାଇଁ ପଠାଯାଇଛି। ପ୍ରଶାନ୍ତ ଭବାନୀପାଟଣା ଭେଜିପଦର ସରକାରୀ ୟୁପି ସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ପ୍ରଶାନ୍ତ ରାୟଗଡ଼ା ଜିଲ୍ଲା ଅମ୍ବାଦଳାର ଶିକ୍ଷକ ତଥା ରାଜ୍ୟ ପୂର୍ବତନ କ୍ୟାଡର୍‌ ଶିକ୍ଷକ ସଂଘର କାର୍ଯ୍ୟକାରୀ ସଭାପତି ବିଜୟ କୁମାର ମିଶ୍ରଙ୍କ ଯୋଗାଯୋଗରେ ଆସିଥିଲେ। ଏହା ସହିତ ସେ କୋରାପୁଟ ଜିଲ୍ଲା ପୂର୍ବତନ କ୍ୟାଡର୍‌ ଶିକ୍ଷକ ସଂଘର ସଭାପତି ସନାତନ ବିଷୋୟୀ ଓ ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର୍ ଜିତନ ମହାରଣାଙ୍କ ସମ୍ପର୍କରେ ରହି ଏହି କାରବାର ଚଳାଇଥିଲେ। ପ୍ରଶାନ୍ତ ଚୋରା ଓଟିଇଟି ପ୍ରଶ୍ନପତ୍ରକୁ ହାତରେ ଲେଖି ଓଡ଼ିଆ ଅନୁବାଦ କରିବା ପରେ ଏହାକୁ ଗଲା ବର୍ଷ ଓଟିଇଟି ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା ଶିକ୍ଷକଙ୍କୁ ବିକ୍ରି କରିଥିଲେ। ପ୍ରଶାନ୍ତ ଯେଉଁ ଟଙ୍କା ସଂଗ୍ରହ କରୁଥିଲା ସେହି ଟଙ୍କା ଫୋନ୍‌ପେ ମାଧ୍ୟମରେ ମୁଖ୍ୟ ଅଭିଯୁକ୍ତ ବିଜୟଙ୍କୁ ପଠାଉଥିଲା। ମୋଟ ୯୯ ହଜାର ଟଙ୍କା ପ୍ରଶାନ୍ତ, ବିଜୟଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇଥିବା କାରବାରର ନକଲ କ୍ରାଇମବ୍ରାଞ୍ଚ ଜବତ କରିଛି।

    ଅନ୍ୟପଟେ ଗିରଫ ଅଭିଯୁକ୍ତ ଶିକ୍ଷକ ବିଜୟଙ୍କ ଜଣେ ଖାସ୍ ସହଯୋଗୀଙ୍କର ଅମ୍ବାଦଳାର ଏକ ବ୍ୟାଙ୍କ ସାମନାରେ ଜେରକ୍ସ ଦୋକାନ ରହିଛି। ଏହି ଜେରକ୍ସ ଦୋକାନରେ ପ୍ରଶ୍ନପତ୍ର ପ୍ରିଣ୍ଟ ହୋଇଛି। ବିଜୟ ଗିରଫ ହେବା ପରେ ଜେରକ୍ସ ଦୋକାନରେ ଲାଗିଥିବା ସିସି କ୍ୟାମେରା ଓ ହାର୍ଡ ଡିସ୍କଗୁଡ଼ିକ ନଷ୍ଟ କରି ଦିଆଯାଇଥିବା କୁହାଯାଉଛି। ଏହି ଜେରକ୍ସ ଦୋକାନରୁ କୋରାପୁଟ, କଳାହାଣ୍ଡି, ରାୟଗଡ଼ା, ମାଲକାନଗିରି ଇତ୍ୟାଦି ଜିଲ୍ଲାକୁ ପ୍ରଶ୍ନପତ୍ର ଚାଲାଣ କରାଯାଇଛି। ଅନ୍ୟପଟେ ବୋର୍ଡର ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କ ଇ-ମେଲକୁ ପ୍ରଶ୍ନପତ୍ର ନକଲ ପଠାଇଥିବା ମୁଦ୍ରଣ ସଂସ୍ଥା ମଧ୍ୟ ତଦନ୍ତ ପରିସରଭୁକ୍ତ ହେବ ବୋଲି କ୍ରାଇମବ୍ରାଞ୍ଚ ସୂତ୍ରରୁ ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.3 ° C
    20.3 °
    20.3 °
    41 %
    1.2kmh
    0 %
    Mon
    33 °
    Tue
    36 °
    Wed
    37 °
    Thu
    39 °
    Fri
    40 °

    ସମ୍ବନ୍ଧିତ