Thursday, October 15, 2026
28.2 C
Odisha

    ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ନିର୍ବାଚନ କମିସନ(ଇସି) ତାରିଖ ଘୋଷଣା କରିଛନ୍ତି। ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ ଏବଂ ଫଳାଫଳ ମଧ୍ୟ ସେହିଦିନ ଘୋଷଣା ହେବ ବୋଲି କମିସନ କହିଛନ୍ତି। ଅଗଷ୍ଟ ୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ଅଗଷ୍ଟ ୨୧ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ। ଅଗଷ୍ଟ ୨୨ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ ଏବଂ ଅଗଷ୍ଟ ୨୫ ତାରିଖ ହେଉଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ। ଯଦି ୧ରୁ ଅଧିକ ପ୍ରାର୍ଥୀ ରହିବେ ତେବେ ସେପ୍ଟେମ୍ବର ୯ ତାରିଖ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ସଂସଦ ଭବନ ପ୍ରଥମ ମହ‌ଲାର ରୁମ୍‌ ନମ୍ବର ଏଫ୍‌-୧୦୧ରେ ଭୋଟ୍‌ ଗ୍ରହଣ ହେବ। ପ୍ରଥମ ଥର ପାଇଁ ନୂଆ ସଂସଦ ଭବନରେ ଉପରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ପୂର୍ବରୁ ସମସ୍ତ ନିର୍ବାଚନ ପୁରୁଣା ସଂସଦ ଭବନର କମିଟି ରୁମ୍‌ ୬୨ ଏବଂ ୬୩ରେ ହୋଇଥିଲା। ଉପରାଷ୍ଟ୍ରପତି ପଦବି ପାଇଁ ଜଣେ ବ୍ୟକ୍ତିଙ୍କୁ ନିର୍ବାଚିତ କରିବା ନିମନ୍ତେ ନିର୍ବାଚକ ମଣ୍ଡଳ (ଇଲେକ୍ଟୋରାଲ କଲେଜ)ରେ ସଂସଦର ଉଭୟ ଗୃହର ସମସ୍ତ ସଦସ୍ୟ ଥାଆନ୍ତି। ନିର୍ବାଚକ ମଣ୍ଡଳର ମୋଟ୍‌ ସଦସ୍ୟ ସଂଖ୍ୟା ୭୮୮ ଥିବା ବେଳେ ବର୍ତ୍ତମାନ ୭୮୨ ସଦସ୍ୟ ଅଛନ୍ତି। ରାଜ୍ୟସଭାରେ ୫ ଏବଂ ଲୋକସଭାରେ ୧ ସଦସ୍ୟ ପଦ ଖାଲି ଥିବାରୁ ନିର୍ବାଚକ ମଣ୍ଡଳ ସଦସ୍ୟ ସଂଖ୍ୟା ୭୮୨ ରହିଛି। ଜଣେ ପ୍ରାର୍ଥୀ ବିଜୟୀ ହେବାପାଇଁ ୩୯୧ ଭୋଟ୍‌ ଆବଶ୍ୟକ। ସିକ୍ରେଟ୍‌ ବାଲଟ୍‌ ଦ୍ବାରା ଭୋଟ୍ ଗ୍ରହଣ ହେବ ଏବଂ ଦଳମାନେ ଭୋଟ୍‌ ପାଇଁ ସାଂସଦଙ୍କୁ ହ୍ବିପ୍‌ ଜାରି କରିପାରିବେନି। ଉଲ୍ଲେଖଯୋଗ୍ୟ, ଜଗଦୀପ ଧନଖଡ଼ଙ୍କ ଅଚାନକ ଇସ୍ତଫା ପରେ ଉପରାଷ୍ଟ୍ରପତି ନିର୍ବାଚନର ଆବଶ୍ୟକତା ପଡ଼ିଛି। ରାଜ୍ୟସଭା ସେକ୍ରେଟାରି ଜେନେରାଲ୍‌ ପିସି ମୋଦୀଙ୍କୁ ନିର୍ବାଚନ କମିସନ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଅଧିକାରୀ ନିଯୁକ୍ତ କରିଛନ୍ତି। ଅନ୍ୟପକ୍ଷେ ରାଜ୍ୟସଭା ଯୁଗ୍ମ ସଚିବ ଗାରିମା ଜୈନ ଏବଂ ନିର୍ଦ୍ଦେଶକ ବିଜୟ କୁମାର ସହଯୋଗୀ ନିର୍ବାଚନ ଅଧିକାରୀ ନିଯୁକ୍ତ ହୋଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.2 ° C
    28.2 °
    28.2 °
    73 %
    2.5kmh
    93 %
    Thu
    27 °
    Fri
    29 °
    Sat
    30 °
    Sun
    24 °
    Mon
    26 °

    ସମ୍ବନ୍ଧିତ