Saturday, August 22, 2026
25.1 C
Odisha

    ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ପୀଡ଼ିତାଙ୍କ ପୁରୁଷବନ୍ଧୁଙ୍କୁ ଅଟକ ରଖି ପଚରାଉଚରା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପଶ୍ଚିମବଙ୍ଗରେ ମେଡିକାଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ପୁରୁଷ ବନ୍ଧୁଙ୍କୁ ଝାଲବୁହା ଜେରା । ପୀଡ଼ିତାଙ୍କ ପୁରୁଷବନ୍ଧୁଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ପୁରୁଷ ବନ୍ଧୁଙ୍କ ସନ୍ଦେହଜନକ ପଳାୟନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଟଣା ଦିନ ପୀଡ଼ିତାଙ୍କ ପୁରୁଷ ବନ୍ଧୁ ତାଙ୍କୁ ଏକା ଛାଡି ସାହାଯ୍ୟ ପାଇଁ ଦୌଡ଼ି ପଳାଇଥିଲେ । ପରେ କିଛି ସହପାଠୀଙ୍କ ସହ ଫେରି ପୀଡ଼ିତାଙ୍କୁ ହସ୍ପିଟାଲ୍ ନେଇଥିଲେ । ପୁରୁଷ ବନ୍ଧୁ କାହିଁକି ଛାଡ଼ି ପଳାଇଥିଲା ତାକୁ ନେଇ ତଦନ୍ତ ହେଉ ବୋଲି କହିଛନ୍ତି ଜାତୀୟ ମହିଳା କମିଶନ ।ପୀଡିତାଙ୍କୁ ଭେଟିବ ରାଜ୍ୟ ମହିଳା କମିସନ ଟିମ । ସେଠାରେ ସ୍ଥିତି ପରଖିବା ସହ ତଦନ୍ତ ଅଧିକାରୀଙ୍କ ସହ ଆଲୋଚନା କରିବେ। ଗଣଦୁଷ୍କର୍ମ ମାମଲାରେ ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି ଦୁର୍ଗାପୁର ପୋଲିସ। ଗଣଦୁଷ୍କର୍ମ ମାମଲାରେ ପୋଲିସ ଏଯାଏ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ୧୦ ଦିନିଆ ପୋଲିସ ରିମାଣ୍ଡରେ ଅଭିଯୁକ୍ତ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.1 ° C
    25.1 °
    25.1 °
    93 %
    1.4kmh
    100 %
    Sat
    25 °
    Sun
    28 °
    Mon
    28 °
    Tue
    28 °
    Wed
    29 °

    ସମ୍ବନ୍ଧିତ