Sunday, January 25, 2026
28.9 C
Odisha

    ଓଡ଼ିଶାରେ ଆଉ ଚାଲିବ ନାହିଁ ଡ୍ୟାନ୍ସ ବାର

    ଆଗକୁ ପଢନ୍ତୁ

    ରାଜ୍ୟରେ ନୂଆ ଅବକାରୀ ନୀତି ଆଣିଛନ୍ତି ରାଜ୍ୟ ସରକାର। ଏହି ନୂଆ ଆଇନ ବଳରେ ରାଜ୍ୟରେ ଆଉ ଡ୍ୟାନ୍ସ ବାର୍ ଆଉ ଚାଲିବ ନାହିଁ। ବାର୍‌ ଗୁଡ଼ିକରେ ଚାହିଁଲେ ଅନୁମତି ନେଇ କେବେଳ ସଂଗୀତ ପରିବେଷଣ କରିପାରିବେ। କୌଣସି ପରିସ୍ଥିତିରେ ବାର୍‌ରେ ନୃତ୍ୟ ପରିବେଷଣ ଅନୁମତି ମିଳିବନି। ଗତ କିଛି ଦିନ ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ କିଛି ଡ୍ୟାନ୍ସ ବାର୍ ବନ୍ଦ କରିଥିବା ବେଳେ ସେଗୁଡିକ ପୁଣି ଖୋଲିବା କି ନାହିଁ ସେ ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା। ଏବେ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇ ସରକାର ଏଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଏହି ଡ୍ୟାନ୍ସ ବାର ଗୁଡିକ ଅନେକ ସ୍ଥାନରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିବାରୁ ଅପରାଧିକ କାର୍ଯ୍ୟକଳାପ ସାଙ୍ଗକୁ ବିଭିନ୍ନ ଅନୈତିକ କାର୍ଯ୍ୟ ମଧ୍ୟ ଚାଲୁଇଥିଲା, ଯାହା ଉପରେ ଏବେ ରୋକ ଲାଗିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.9 ° C
    28.9 °
    28.9 °
    19 %
    2.2kmh
    0 %
    Sun
    30 °
    Mon
    31 °
    Tue
    32 °
    Wed
    33 °
    Thu
    33 °

    ସମ୍ବନ୍ଧିତ