Friday, April 3, 2026
39.1 C
Odisha

    ଓଡ଼ିଶାରେ ରେଳ ଭିତ୍ତିଭୂମିର ଅଭୂତପୂର୍ବ ବିକାଶ ହୋଇଛି: ରେଳ ରାଷ୍ଟ୍ରମନ୍ତ୍ରୀ

    ଆଗକୁ ପଢନ୍ତୁ

    ପୁରୀ : ଓଡ଼ିଶାରେ ରେଳ ଭିତ୍ତିଭୂମିର ଅଭୂତପୂର୍ବ ବିକାଶ ହୋଇଛି। ଚଳିତ ବର୍ଷ ବଜେଟରେ ଓଡ଼ିଶା ପାଇଁ ୧୦,୫୯୯ କୋଟି ଟଙ୍କା ପ୍ରଦାନ କରାଯାଇଥିବା କେନ୍ଦ୍ର ରେଳ ଏବଂ ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଭି. ସୋମାନ୍ନା କହିଛନ୍ତି। ଗତକାଲି ସେ ପୁରୀ ରେଳ ଷ୍ଟେସନର ରୂପାନ୍ତରଣ ଓ ପୁନର୍ବିକାଶ କାର୍ଯ୍ୟ ଅନୁଧ୍ୟାନ କରି କହିଛନ୍ତି, ରେଳ ଭିତ୍ତିଭୂମିର ଆଧୁନିକୀକରଣ ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧତା ଉପରେ ଗୁରୁତ୍ୱ ଦେଉଛନ୍ତି। ୨୦୦୯ ରୁ ୨୦୧୪ ମଧ୍ୟରେ ଓଡ଼ିଶାକୁ ମିଳିଥିବା ରେଳ ଅନୁଦାନଠାରୁ ୧୨.୫ ଗୁଣ ବୃଦ୍ଧି କରାଯାଇଛି। ରାଜ୍ୟର ୫୯ ରେଳ ଷ୍ଟେସନକୁ ୨,୩୭୯ କୋଟି ଟଙ୍କା ବ୍ୟୟରେ ପୁନର୍ବିକାଶ କରାଯାଉଛି। ଏବେ ପ୍ରାୟ ୮୦ ହଜାର କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ରାଜ୍ୟରେ ଚାଲୁ ରହିଛି। କେନ୍ଦ୍ରମନ୍ତ୍ରୀ ‘ବନ୍ଦେ ଭାରତ ଏକ୍ସପ୍ରେସ’ ଭଳି ଆଧୁନିକ ଟ୍ରେନ୍‌ର ପ୍ରଚଳନ ବିଷୟରେ କହିଛନ୍ତି ଯେ, ବର୍ତ୍ତମାନ ଓଡ଼ିଶାର ପ୍ରମୁଖ ଅଂଶକୁ ବନ୍ଦେ ଭାରତ ଏକ୍ସପ୍ରେସ ସଂଯୋଗ କରୁଛି। ଆଞ୍ଚଳିକ ସଂଯୋଗୀକରଣ ଏବଂ ବିକାଶକୁ ଏହା ଆହୁରି ବୃଦ୍ଧି କରୁଛି। ପୁରୀ ରେଳ ଷ୍ଟେସନରେ ‘ୱାନ ଷ୍ଟେସନ ୱାନ ପ୍ରଡକ୍ଟ’ ଷ୍ଟଲ୍‌ ଉପଲବ୍ଧ କରାଯାଇ ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହନ ଦିଆଯିବ। ପୁରୀରେ ଉନ୍ନତ ପ୍ରବେଶ, ଆଧୁନିକ ପ୍ରତୀକ୍ଷା ହଲ୍, ଲିଫ୍ଟ, ଏସ୍କେଲେଟର, ଏକଜିକ୍ୟୁଟିଭ୍ ଲାଉଞ୍ଜ, ସ୍ଥାନୀୟ ବୈଶିଷ୍ଟ୍ୟ ଏବଂ କିଓସ୍କ ସମେତ ବିଶ୍ୱସ୍ତରୀୟ ସୁବିଧା ରେଳଯାତ୍ରୀଙ୍କୁ ପ୍ରଦାନ କରାଯିବ। ପୂର୍ବତଟ ରେଳପଥ ଅତିରିକ୍ତ ମହାପ୍ରବନ୍ଧକ ବି.ଏସ୍. ରାଜକୁମାର, ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଏଚ୍.ଏସ୍. ବାଜୱା ଏବଂ ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ଏ.ଜି. ଶ୍ରୀନିବାସ ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ