Monday, December 15, 2025
26.4 C
Odisha

    ଓଡ଼ିଶାରେ ହେବ ଏଫ୍‍ଆଇଭିବି ବିଚ୍‍ ଭଲିବଲ୍‍ : ଅନ୍ତର୍ଜାତୀୟ ଭଲିବଲ ସଂଘ ସଭାପତି ଫାବିଓ ଆଜେଭେଦୋଙ୍କ ଘୋଷଣା

    ଆଗକୁ ପଢନ୍ତୁ

    ଏଥିପାଇଁ ଆସନ୍ତା ୨୦୨୬, ୨୦୨୭ ଓ ୨୦୨୮ ବର୍ଷରେ କିଟ୍‍ ଓ କିସ୍‍ ସହଯୋଗରେ ଓଡ଼ିଶାରେ ଏଫ୍‍ଆଇଭିବି ବିଚ୍‍ ଭଲିବଲ୍‍ ଆୟୋଜିତ ହେବ । ଅନ୍ତର୍ଜାତୀୟ ଭଲିବଲ ସଂଘ (FIVB) ସଭାପତି ଫାବିଓ ଆଜେଭେଦୋ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି । FIVB ସହଯୋଗରେ କିଟ୍‍ ଓ କିସ୍‍ ରେ ୧୧ ତାରିଖରୁ ଆରମ୍ଭ ହୋଇଥିବା ଭଲିବଲ ମହାକୁମ୍ଭ ଉଦ୍‍ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଓଡ଼ିଶା ଆସିଥିବା ଫାବିଓ କହିଲେ, ଭାରତ ତଥା ଓଡ଼ିଶାରେ ତୃଣମୂଳସ୍ତରରେ ଭଲିବଲ୍‍ର ବିକାଶ ଓ ମହିଳା ସଶକ୍ତିକରଣ ନିମନ୍ତେ ଏହି ମହାକୁମ୍ଭ ଆୟୋଜନ କରାଯାଇଛି । ୨୦୩୨ ସୁଦ୍ଧା ଭଲିବଲ୍‍ ମାଧ୍ୟମରେ ବିଶ୍ୱର ୧୨୦ କୋଟି ଲୋକଙ୍କୁ ଯୋଡ଼ିବା FIVB ଲକ୍ଷ୍ୟ ରଖିଛି ବୋଲି ସେ କହିଥିଲେ । କ୍ରୀଡ଼ା ବିଶେଷ କରି ଭଲିବଲ୍‍ର ଶକ୍ତି ମାଧ୍ୟମରେ ଲୋକଙ୍କୁ ଏକାଠି କରିବା ଓ ସେମାନଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ବଜାୟ ରଖିବା ଏଫ୍‍ଆଇଭିବିର ଉଦ୍ଦେଶ୍ୟ ।

    ଏହାକୁ ନେଇ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କହିଲେ, ଏଫଆଇଭିବି ସହିତ ଆମର ସହଭାଗିତା ଯୋଗୁଁ ଓଡ଼ିଶାକୁ ଏଭଳି କାର୍ମଶାଳା ଜରିଆରେ ବିଶ୍ୱସ୍ତରୀୟ ଦକ୍ଷତା ଅଣାଯାଇପାରିଛି । ଏଥିରେ ହଜାର ହଜାର ବାଳିକା ଓ ମହିଳାଙ୍କୁ ଭଲିବଲ୍ ର ପରିବର୍ତ୍ତନକାରୀ ଶକ୍ତି ଅନୁଭବ କରିବାର ସୁଯୋଗ ସୃଷ୍ଟି କରିବ । କିଟ୍‍ ଓ କିସ୍‍ର କନ୍ୟା କିରଣ ପଦକ୍ଷେପର ଏକ ଅଂଶ ଭାବରେ ମହିଳା ସଶକ୍ତିକରଣ ଏବଂ ତୃଣମୂଳ ସ୍ତରରେ ଭଲିବଲ୍ ବିକାଶକୁ ପ୍ରୋତ୍ସାହିତ କରିବା ଏହି ଭଲିବଲ୍‍ ମହାକୁମ୍ଭର ଲକ୍ଷ୍ୟ ବୋଲି ଡ. ସାମନ୍ତ କହିଥିଲେ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.4 ° C
    26.4 °
    26.4 °
    29 %
    1.8kmh
    2 %
    Mon
    28 °
    Tue
    28 °
    Wed
    28 °
    Thu
    27 °
    Fri
    26 °

    ସମ୍ବନ୍ଧିତ