Friday, October 2, 2026
22.9 C
Odisha

    ଓଡ଼ିଶାର ନୂଆ ବି.ଏଡ଼ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯିବ: କେନ୍ଦ୍ରମନ୍ତ୍ରୀ

    ଆଗକୁ ପଢନ୍ତୁ

    କଟକ : ଓଡ଼ିଶାର ନୂଆ ବି.ଏଡ଼ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏହି କେନ୍ଦ୍ରଗୁଡ଼ିକରୁ ପାସ୍ କରୁଥିବା ଶିକ୍ଷକ ସମଗ୍ର ଦେଶରେ ଥିବା ଶିକ୍ଷକଙ୍କ ଆବଶ୍ୟକତାକୁ ପୂରଣ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କଟକସ୍ଥିତ ରାଧାନାଥ ଟ୍ରେନିଂ କଲେଜ ପ୍ରତିଷ୍ଠାନକୁ ଶହେ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେଇ ଏହା କହିଛନ୍ତି ଧର୍ମେନ୍ଦ୍ର। ୧୯୨୩ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ଶିକ୍ଷାନୁଷ୍ଠାନ ଶିକ୍ଷକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଶତବାର୍ଷିକୀ ଉତ୍ସବରେ ଏହି ଶିକ୍ଷା ମନ୍ଦିରକୁ ନାକ୍‌ ମାନ୍ୟତା ମିଳିବା ନେଇ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ଭର୍ତ୍ତୃହରି ମହତାବ ଏବଂ ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦୋସ ପ୍ରମୁଖ ଯୋଗ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ