Saturday, November 28, 2026
24.1 C
Odisha

    ବାଲିଯାତ୍ରାରେ ୨୦ ଲକ୍ଷର ରୂପା ଡଙ୍ଗା, ଦେଖିବାକୁ ଜମୁଛି ଭିଡ଼!

    ଆଗକୁ ପଢନ୍ତୁ

    କଟକ : ବାଲିଯାତ୍ରାରେ ୨୦ ଲକ୍ଷ ଟଙ୍କାର ଡ଼ଙ୍ଗା । ଓରମାସ୍ ଗେଟ୍ ସମ୍ମୁଖରେ କଟକର ପ୍ରସିଦ୍ଧ ରୂପା ତାରକସି କାମର ଏକ ହବ୍ ହୋଇଛି । ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ, ହସ୍ତଶିଳ୍ପ ବିଭାଗ ସହଯୋଗରେ ଏହା କରାଯାଇଛି । ଏଥିରେ ୪ଟି ଦୋକାନୀଙ୍କ ସହ ୫ଜଣ କାରିଗର ଓ କଟକିଆ ତାରକସୀ ହବ୍ ପକ୍ଷରୁ ୬ରୁ ଅଧିକ ଷ୍ଟଲ କରାଯାଇଛି ।

    କଟକର ରୁପା କାରିଗରଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ବିକ୍ରି କରାଯାଉଛି । ରୁପା ତାରକସୀ କାମର ଡେମୋ ମଧ୍ୟ ପ୍ରଦର୍ଶନ କରାଯାଇଛି । ରୁପାର ଝୁଣ୍ଟିଆ, ବ୍ରେସ୍ ଲେଟ୍ ରୁ ଆରମ୍ଭ କରି ଉପହାର ଦେବା ପାଇଁ ରୁପାର କୋଣାର୍କ ମନ୍ଦିର, ଘୋଡା, ଜଗନ୍ନାଥ, ମୟୂର ଇତ୍ୟାଦି ରହିଛି। ଏସବୁର ମୂଲ୍ୟ ୨ଶହ ଟଙ୍କାରୁ ଆରମ୍ଭ କରି ୩ ଲକ୍ଷ ଟଙ୍କା ଯାଏ ରହିଛି ।

    ତାରକସୀ ହବରେ ସାଢେ ୯କେଜି ରୁପାରେ ପ୍ରସ୍ତୁତ ଏକ ଡଙ୍ଗାର ମୂଲ୍ୟ ୨୦ ଲକ୍ଷ ଟଙ୍କା ରହିଥିବା ବେଳେ ଏହା ବିଶେଷ ଆକର୍ଷଣୀୟ ହୋଇଛି । ସେହିପରି ୩ କେଜିରେ ମୟୂର, ୮ଶହ ଗ୍ରାମରେ ଜଗନ୍ନାଥ ମନ୍ଦିର ପରି ସାମଗ୍ରୀ ପ୍ରସ୍ତୁତ କରାଯାଇଛି। ବାଲିଯାତ୍ରାରେ ହଜାର ହଜାର ଲୋକଙ୍କୁ ରୁପା କାମର ଅଧିକ ଡିଜାଇନ୍ ଦେଖାଇବାକୁ ସୁଯୋଗ ମିଳିଥାଏ ।

    କଟକ ତାରକସୀ କାମର ବିଶ୍ଵ ଦରବାରରେ ବହୁ ନାମ ରହିଛି। ମାତ୍ର ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶବିଦେଶରେ ତାରକସୀର ବଜାର ସୃଷ୍ଟି କରାଗଲେ ରୁପା କାରିଗର ପ୍ରୋତ୍ସାହିତ ହେବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.1 ° C
    24.1 °
    24.1 °
    45 %
    1.5kmh
    2 %
    Sat
    24 °
    Sun
    25 °
    Mon
    26 °
    Tue
    26 °
    Wed
    26 °

    ସମ୍ବନ୍ଧିତ