Saturday, January 18, 2025
26 C
Odisha

    ଓଡ଼ିଶାର ପ୍ରଥମ ସୌରଶକ୍ତି କାରଖାନା ଢେଙ୍କାନାଳରେ ପ୍ରତିଷ୍ଠା ହେବ

    ଆଗକୁ ପଢନ୍ତୁ

    ଢେଙ୍କାନାଳରେ ପ୍ରତିଷ୍ଠା ହେବାକୁ ଯାଉଛି ରାଜ୍ୟର ପ୍ରଥମ ସୌରଶକ୍ତି କାରଖାନା । ଏହି କାରଖାନାକୁ ଏସିଆ ମହାଦେଶର ସର୍ବବୃହତ୍ ସୋଲାର ଏନର୍ଜି କମ୍ପାନୀ ୱାରୀ ଏନର୍ଜି ଲିମିଟେଡ୍ ତରଫରୁ ପ୍ରତିଷ୍ଠା କରାଯିବ । ଏନେଇ ଆଜି ଢେଙ୍କାନାଳ ସଦର ବ୍ଲକର ନେଉଳପୋଇ ଠାରେ କାରଖାନାର ଭୂମି ପୂଜନ ଆରମ୍ଭ କରାଯାଇଛି । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହି କାରଖାନାର ଭୂମି ପୂଜନ କରିବା ସହ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ । ଏହି ସୋଲାର ପ୍ଲାଣ୍ଟ ପ୍ରତିଷ୍ଠା ହେଲେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିବା ସହ ଅଞ୍ଚଳର ଉନ୍ନତି ଓ ବିକାଶ ହେବ । ଜିଲ୍ଲାର ବିକାଶ ହେଲେ ରାଜ୍ୟର ବିକାଶ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିକଶିତ ଓଡ଼ିଶାର ସ୍ୱପ୍ନକୁ ପୂରଣ କରିବା ପାଇଁ ଏହା ଏକ ପ୍ରୟାସ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଜିଳ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ଏହି ପ୍ଲାଣ୍ଟ ସ୍ଥାପନ ପାଇଁ ଗତ ୨୦୨୨ ମସିହା ସେପ୍ଟେମ୍ବର ମାସରେ ଓଡ଼ିଶା ସରକାର କମ୍ପାନୀ ସହ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ । ଢେଙ୍କାନାଳର ସଦର ବ୍ଲକ ନେଉଳ ପୋଇଠାରେ ପ୍ରତିଷ୍ଠା ହେବାକୁ ଥିବା ଏହି କାରଖାନାରେ ୨୫ ହଜାର କୋଟି ଟଙ୍କା ନିବେଶ କରାଯିବ । କମ୍ପାନୀ ୬ ଗିଗା ୱାଟ ସୋଲାର ଏନର୍ଜି ଉତ୍ପାଦନ କରିବା ସହ ସୋଲାର ପ୍ୟାନେଲ, ମଡ୍ୟୁଲ ଆଦି ସୋଲାର ସାମଗ୍ରୀ ପ୍ରସ୍ତୁତ କରିବ । ଏହି କାରଖାନାରେ ପାଖାପାଖି ୧୪ ହଜାର କର୍ମଚାରୀଙ୍କୁ ନିଯୁକ୍ତି ମିଳିବ । ଆଗାମୀ ୯ ମାସ ମଧ୍ୟରେ ଉତ୍ପାଦନ ଆରମ୍ଭ ହେବ ବୋଲି କମ୍ପାନୀର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26 ° C
    26 °
    26 °
    22 %
    2.6kmh
    70 %
    Sat
    28 °
    Sun
    30 °
    Mon
    31 °
    Tue
    33 °
    Wed
    34 °

    ସମ୍ବନ୍ଧିତ