Sunday, March 22, 2026
23.7 C
Odisha

    ଓଡ଼ିଶାର ମହିଳାଙ୍କ ବିଶ୍ୱାସରେ ବିଷ ଦେଇଛି ବିଜେପି ସରକାର : ବିଜେଡି

    ଆଗକୁ ପଢନ୍ତୁ

    ସୁଭଦ୍ରା ଯୋଜନାକୁ ନେଇ ବିଜେପି ସରକାରକୁ ଆସିବା ପୂର୍ବରୁ ଯାହା ପ୍ରତିଶୃତି ଦେଇଥିଲା, ଏବେ ତାହା ପାଳନ କରୁନାହିଁ। ଯାହାକୁ ନେଇ ବିରୋଧୀ ବାରମ୍ବାର ସରକାରଙ୍କୁ ଘେରିଆସୁଛନ୍ତି । ସୁଭଦ୍ରା ଯୋଜନାରେ ସରକାର ଲୋକଙ୍କୁ ଲଲିପପ୍ ଧରାଇ ଦେଇଛନ୍ତି ବୋଲି କହି ବିଜେଡି ସମାଲୋଚନା କରିଥିଲା। ଯାହାକୁ ନେଇ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଥିଲେ ଆମେ କହିଥିଲୁ ଦେବୁ, ଦେଉଛୁ। ଆମେ କେମିତି ଦେବୁ କହି ନଥିଲୁ। ଯାହାକୁ ନେଇ ପୁଣି ବର୍ଷିଛି ବିରୋଧୀ ବିଜୁ ଜନତା ଦଳ।

    ମଙ୍ଗଳବାର ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ସୁଲତା ଦେଓ କହିଛନ୍ତି ଯେ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନାକୁ ନେଇ କ’ଣ ପ୍ରତିଶ୍ରୁତି ଦେଇଥିଲେ ଓ କ’ଣ ମନ୍ତବ୍ୟ ରଖିଥିଲେ ଥରେ ଦେଖନ୍ତୁ। ନିର୍ବାଚନ ପୂର୍ବରୁ ତାଙ୍କ ଦଳର ବଡ଼ ବଡ଼ ନେତା କହୁଥିଲେ, ଆମେ ଜିତିଲେ ପ୍ରତ୍ୟେକ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ଦେବୁ। କିନ୍ତୁ ସଂକଳ୍ପପତ୍ରରେ ଲେଖିଲେ ଦୁଇ ବର୍ଷରେ ୫୦ ହଜାର ଦେବୁ, ଏବେ କହୁଛନ୍ତି ବର୍ଷକୁ ଦୁଇଟି କିସ୍ତିରେ ୫ ବର୍ଷରେ ୫୦ ହଜାର ଦେବୁ। ମିଛ କହିବା ହେଉଛି ବିଜେପିର ପ୍ରକୃତି। ଶ୍ରୀମତୀ ଦେଓ ଆହୁରି କହିଛନ୍ତି ଯେ, ୧୮ରୁ ୨୧ ବର୍ଷ ମଧ୍ୟରେ ଥିବା ମହିଳା, ୬୦ ବର୍ଷରୁ ଊଦ୍ଧ୍ୱର୍ ମହିଳା, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ସିଆରପି, ଏମବିକେ, ବ୍ୟାଙ୍କସାଥୀ, ସ୍ୱଚ୍ଛ ସାଥୀ ସୁଭଦ୍ରା ଯୋଜନାରେ କ’ଣ ପାଇଁ ସାମିଲ ହୋଇପାରିବେ ନାହିଁ ? ଖାଲି ସେତିକି ନୁହେଁ ଯାହାଙ୍କ ଘରେ ଟ୍ରାକ୍ଟର, ପାୱାରଟିଲର, ୪ ଚକିଆ ଯାନ, ୨ଟି ଦୁଇ ଚକିଆ ଯାନ ଥିବ ସେମାନେ ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ ନାହିଁ। ଆୟକର ଦେଉଥିବା ପରିବାରର ମହିଳା ମଧ୍ୟ ଏହି ଯୋଜନାରେ ସାମିଲ ହୋଇପାରିବେ ନାହିଁ। କିନ୍ତୁ ନିର୍ବାଚନ ପୂର୍ବରୁ କହିଥିଲେ ସବୁ ମହିଳା ଏହି ଯୋଜନାରେ ସାମିଲ ହେବେ। ବିଜେପିର ଏହା କୁତ୍ସିତ ମାନସିକତା, ଲୋକଙ୍କୁ ଭୁଆଁ ବୁଲାଇବାରେ ବିଜେପି ମାହିର।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.7 ° C
    23.7 °
    23.7 °
    29 %
    1.7kmh
    17 %
    Sun
    24 °
    Mon
    34 °
    Tue
    37 °
    Wed
    37 °
    Thu
    39 °

    ସମ୍ବନ୍ଧିତ