Monday, May 19, 2025
38.3 C
Odisha

    ଓଡ଼ିଶାର ୧୧ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

    ଆଗକୁ ପଢନ୍ତୁ

    ଗଭୀର ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ । ବର୍ତ୍ତମାନ ଗଭୀର ଅବପାତଟି ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୁତ ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରି ବାତ୍ୟାର ରୂପ ନେବା ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବାତ୍ୟାର ନାଁ ଫେଙ୍ଗାଲ ରହିଥିବା ବେଳେ ଏହାର ନାମକରଣ କରିଛି ସାଉଦି ଆରବ । ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି ଗଭୀର ଅବପାତ । ବର୍ତ୍ତମାନ ନାଗାପାଟନମ୍ ୫୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ ରହିଛି । ଚେନ୍ନାଇ ଉପକୂଳ ଠାରୁ ୮୦୦ କିଲୋମିଟର ଦୂରରେ ରହିଛି । ୨୯ ତାରିଖ ମଧ୍ୟରେ ବାତ୍ୟାଟି ତାମିଲନାଡୁ ଏବଂ ଶ୍ରୀଲଙ୍କା ମଧ୍ୟରେ ଉପକୂଳ ଛୁଇଁବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ । କିନ୍ତୁ ବାତ୍ୟା ପ୍ରଭାବରେ କୋହଲା ପାଗ ସହ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ୨୮ ତାରିଖରୁ ୩୦ ନଭେମ୍ବରରେ ସାମୁଦ୍ରିକ ବାୟୁର ପ୍ରଭାବ ରହିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    38.3 ° C
    38.3 °
    38.3 °
    32 %
    2.2kmh
    17 %
    Mon
    39 °
    Tue
    39 °
    Wed
    40 °
    Thu
    37 °
    Fri
    37 °

    ସମ୍ବନ୍ଧିତ