Tuesday, September 29, 2026
23.2 C
Odisha

    ୧୩ ଶିକାରୀଙ୍କୁ ଧରାଇଲା ଟ୍ରାପ୍‌ କ୍ୟାମେରା: ଦେଶୀ ବନ୍ଧୁକ ସହ ୧୩ ଧନୁ, ୩୩ ତୀର ଜବତ

    ଆଗକୁ ପଢନ୍ତୁ

    ବାରିପଦା/ସିଙ୍ଗଡ଼ା: ଶିକାରୀଙ୍କୁ ଧରାଇଲା ଜଙ୍ଗଲରେ ଲାଗିଥିବା ଟ୍ରାପ୍‌ କ୍ୟାମେରା। ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଉତ୍ତର ଓ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡରେ ଲାଗିଥିବା ଟ୍ରାପ୍‌ କ୍ୟାମେରାରେ ଉତ୍ତୋଳିତ ଫଟୋକୁ ଭିତ୍ତି କରି ବନ ବିଭାଗ ଗତକାଲି ୧୩ଶିକାରୀଙ୍କୁ ଗିରଫ କରିଛି। ଗିରଫ ଶିକାରୀମାନେ ହେଉଛନ୍ତି; କରଞ୍ଜିଆ ଥାନା ଦୁଧିଆଣି ପଞ୍ଚାୟତ ଦୁଧିଆଣି ଗାଁର ଦୁମ୍ବି ଗୁନ୍ଦୁଆ, ପାଗୁ ମାରାଣ୍ଡି, ମଙ୍ଗଲ ଆଲଦା, ରାଣୀଭୋଳ ଗ୍ରାମର ହରି ବନସିଂ, ଚନ୍ଦ୍ରମୋହନ ସୟ, ଧନେଶ୍ୱର ସଏ, ବୁଦ୍ଧୁରାମ ସିଜୁଇ, ଅଁଳାକଟା ଗାଁର ବାଜୟ ବଦ୍ରା, ହିନ୍ଦୁରାମ ବଦ୍ରା, ମଙ୍ଗଲ ବଦ୍ରା, ଖେଜୁରୀ ବଦ୍ରା, ଜୟରାମ ବଦ୍ରା ଓ ରାମଯୋଡ଼ି ଗାଁର ଗୁରୁଚରଣ କେରାଇ। ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

    ସୂଚନା ଅନୁସାରେ, ଗତ ୨୪ ତାରିଖ ଦିନ ଟ୍ରାପ୍‌ କ୍ୟାମେରାରେ ଶିକାରୀମାନଙ୍କ ଫଟୋ ଏସ୍‌ଟିଆର୍‌ (ଶିମିଳିପାଳ ଟାଇଗର୍‌ ରିଜର୍ଭ ଫୋର୍ସ) ଦେଖିବାକୁ ପାଇଥିଲେ। ପରେ ଶିକାରୀମାନଙ୍କୁ ଚିହ୍ନଟ କରାଯାଇଥିଲା। ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡ ଡେପୁଟି ଡାଇରେକ୍ଟର ସମ୍ରାଟ ଗୌଡ଼ାଙ୍କ ନେତୃତ୍ୱରେ ଏକ ଟିମ୍‌ ବିଭିନ୍ନ ଗାଁରେ ଚଢ଼ଉ କରି ସମସ୍ତଙ୍କୁ ଗିରଫ କରିଥିଲା। ଗିରଫ ଶିକାରୀମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ୧୩ଟି ଧନୁ ଓ ୩୩ଟି ତୀର ଜବତ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    87 %
    1.3kmh
    4 %
    Mon
    23 °
    Tue
    30 °
    Wed
    30 °
    Thu
    29 °
    Fri
    30 °

    ସମ୍ବନ୍ଧିତ