Sunday, February 23, 2025
19.2 C
Odisha

    ଓଡ଼ିଶା ଆଗାମୀ ଦିନରେ ଆଇଟି ହବ୍ ହେବ: ଅଶ୍ବିନୀ ବୈଷ୍ଣବ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ/ଭୁବନେଶ୍ବର: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଏମ୍ଓୟୁ ହୋଇଛି । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବଡ଼ ସୂଚନା ପ୍ରଦାନ କରିଛନ୍ତି । ଓଡ଼ିଶା ଆଗାମୀ ଦିନରେ ଆଇଟି ହବ୍ ହେବ ବୋଲି ସେ କହିଛନ୍ତି ।କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଓଡ଼ିଶାରେ ସୂଚନା ପ୍ରଯୁକ୍ତି(ଆଇଟି) ପେଶାଦାରଙ୍କର ଅଭାବ ନାହିଁ । ଓଡ଼ିଶାକୁ ଆଗାମୀ ଦିନରେ ଏକ ବଡ଼ ଆଇଟି ହବ୍‌ରେ ପରିଣତ କରିବା ଲକ୍ଷ୍ୟ ରଖାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କ ସହ ଆଲୋଚନା ମଧ୍ୟ ହୋଇଛି । ଓଡ଼ିଶାରେ ୪ଟି ଶିକ୍ଷାନୁଷ୍ଠାନରେ ସେମି କଣ୍ଡକ୍ଟର ଶିକ୍ଷା ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି । ଆଉ ୫ଟି କଲେଜରେ ସେମି କଣ୍ଡକ୍ଟର ଶିକ୍ଷା ପାଇଁ ପ୍ରସ୍ତାବ ଦିଆଯାଇଥିବା ସମ୍ପର୍କରେ ସେ କହିଛନ୍ତି। ଓଡ଼ିଶାରେ ରେଳ ଭିତ୍ତିଭୂମି କ୍ଷେତ୍ରରେ ମଧ୍ୟ ବିକାଶ ଜାରି ରହିଛି । ବର୍ତ୍ତମାନ ୭୩ ହଜାର କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ ଚାଲିଥିବା କେନ୍ଦ୍ରମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.2 ° C
    19.2 °
    19.2 °
    36 %
    1.5kmh
    0 %
    Sun
    33 °
    Mon
    34 °
    Tue
    35 °
    Wed
    35 °
    Thu
    35 °

    ସମ୍ବନ୍ଧିତ