Wednesday, October 14, 2026
26.2 C
Odisha

    ହଂସିତା-ଅନୀଲ ମାମଲା: କେସ୍ ଡାଏରି ଦାଖଲ ହୋଇପାରିଲାନି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ସମ୍ପର୍କୀୟ ଝିଅ-ଜୋଇଁଙ୍କର ପରିଚୟ ଦେଇ ଠକୁଥିବା ଅନୀଲ ମହାନ୍ତି ଓ ହଂସିତା ଅଭିଲିପ୍ସାଙ୍କ ମାମଲାରେ ନୂଆ ମୋଡ଼ ଆସିଛି। ମାମଲାରେ  କେସ୍ ଡାଏରି ଦାଖଲ ହୋଇପାରି ନାହିଁ । କେସ୍ ଡାଏରିରେ ବିଳମ୍ବ ପାଇଁ  ଜାମିନ ଆବେଦନ ଶୁଣାଣି ଘୁଞ୍ଚିଛି। ଆସନ୍ତା ୧୬ ତାରିଖରେ ଏହାର ଶୁଣାଣି ହେବ ।ସୂଚନାଯୋଗ୍ୟ, ହଂସିତା ବିବାହିତା ହୋଇଥିଲେ ହେଁ ସ୍ବାମୀଙ୍କଠାରୁ ଦୂରରେ ରହୁଥିଲେ। ସେହିଭଳି ଅନୀଲ ତାଙ୍କ ସ୍ତ୍ରୀ ଓ ପିଲାମାନଙ୍କୁ ଛାଡ଼ି ଅଲଗା ରହୁଥିଲେ। ରାଜଧାନୀର ପଟିଆ ରଘୁନାଥନଗର ଅଞ୍ଚଳର ଏକ ଦାମୀ ଆପାର୍ଟମେଣ୍ଟରେ ସୁଦୃଶ୍ୟ ଫ୍ଲାଟ୍‌ରେ ଏମାନେ ଦମ୍ପତି ପରିଚୟରେ ରହୁଥିଲେ। ଦାମୀ ଗାଡ଼ି, ଦାମୀ ଫ୍ଲାଟ୍ ଓ ଦାମୀ ଚଳଣିରେ ପ୍ରଚୁର ଅର୍ଥ ଉଡ଼ାଉଥିଲେ।

    ପୂର୍ବରୁ ଅନୀଲ୍ ୟୁନିଟ୍-୮ ଅଞ୍ଚଳରେ ଏକ ଗାଙ୍ଗୁରାମ ସୁଇଟ୍ସ ଦୋକାନ କରିଥିଲେ। କିନ୍ତୁ ହଂସିତାଙ୍କ ସଂସ୍ପର୍ଶରେ ଆସିବା ପରଠୁ ସେ କୋଟିପତି ପାଲଟିଗଲେ। ସ୍ବେଚ୍ଛାସେବୀ ସଂଗଠନଗୁଡ଼ିକୁ ସିଏସ୍ଆର୍ ପାଣ୍ଠି ଯୋଗାଇବା ପାଇଁ ଏହି ଠକ ଯୋଡ଼ି ୨୦ ପ୍ରତିଶତରୁ ଅଧିକ କମିସନ ଦାବି କରୁଥିଲେ। ସେଥିରେ ପୁଣି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କ ସମ୍ପର୍କୀୟ ଝିଅ-ଜୋଇଁ ପରିଚୟ ଦେବା ବଡ଼ ପ୍ରସଙ୍ଗ ପାଲଟିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    85 %
    1.6kmh
    37 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ