Thursday, July 30, 2026
29.9 C
Odisha

    ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସରକାରଙ୍କ ଦ୍ୱିତୀୟ ବାର୍ଷିକୀ ସମାରୋହରେ ଯୋଗଦେବେ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟରେ ବିଜେପି ସରକାର ୨ ବର୍ଷ ପୂର୍ତ୍ତି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ ନେଇ ଗ୍ରୀନ ସିଗନାଲ ମିଳିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗତ ୪ ଦିନ ତଳେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ ଦେଇଥିଲୁ । ଜୁନ୍ ୧୨, ଜୁନ୍ ୨୦ କିମ୍ବା ସେପ୍ଟେମ୍ବର ୧୭ରେ ନିଜର ସମୟ ଦିଅନ୍ତୁ ବୋଲି ଅନୁରୋଧ କରାଯାଇଛି । ଆଜି ଏନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଚାରି ଦିନ ପୂର୍ବେ ନୂଆଦିଲ୍ଲୀରେ ମୋଦିଙ୍କ ସହ ସାକ୍ଷାତ ସମୟରେ ମାଝୀ ତାଙ୍କୁ ତାଙ୍କ ସରକାରଙ୍କ ଦ୍ୱିତୀୟ ବାର୍ଷିକୀ ସମାରୋହରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଥିଲେ । ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ସେ ପ୍ରଧାନମନ୍ତ୍ରୀଙ୍କୁ ଜୁନ୍ ୧୨ କିମ୍ବା ଜୁନ୍ ୨୦ କିମ୍ବା ସେପ୍ଟେମ୍ବର ୧୭ ତାରିଖରେ ଏହି ଉତ୍ସବ ପାଇଁ ଓଡ଼ିଶା ଗସ୍ତ କରିବାକୁ ଅନୁରୋଧ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.9 ° C
    29.9 °
    29.9 °
    73 %
    3.4kmh
    97 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ