Friday, May 29, 2026
28 C
Odisha

    ରୋମାନିଆରେ କଳାର କମାଲ୍‍ ଦେଖାଇଲେ KIIT ଓ KISS ଛାତ୍ରଛାତ୍ରୀ, ପରିବେଷଣ କଲେ ଶେକ୍‍ସପିୟରଙ୍କ ନାଟକ ‘ମ୍ୟାକବେଥ୍’`

    ଆଗକୁ ପଢନ୍ତୁ

    ଦୀର୍ଘ ଦିନର ଅଭ୍ୟାସ ପରେ ଶେଷରେ ରୋମାନିଆର କ୍ରାୟୋଭା ବିଶ୍ୱବିଦ୍ୟାଳୟରେ କିଟ୍‍ ଓ କିସ୍‍ ଛାତ୍ରଛାତ୍ରୀ ସେମାନଙ୍କ କଳାର କମାଲ୍‍ ଦେଖାଇ ଚାଲିଛନ୍ତି । ଓଡ଼ିଶାର ଜନଜାତି ଭାଷାରେ ଶେକ୍‍ସପିୟରଙ୍କ ନାଟକ କ୍ରାୟୋଭା ସହରର ଗୋଟିଏ ପରେ ଗୋଟିଏ ସ୍ଥାନରେ ଅତି ଚମତ୍କାର ଭାବେ ପରିବେଷଣ କରି ବେଶ ପ୍ରଶଂସିତ ହେଉଛନ୍ତି । ସମଗ୍ର କ୍ରାୟୋଭା ସହର ସାରା ଏହି ଛାତ୍ରଛାତ୍ରୀଙ୍କ କଳା ପ୍ରଦର୍ଶନ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମୁଛି । କ୍ରାୟୋଭା ବିଶ୍ୱବିଦ୍ୟାଳୟରେ ଚାଲିଥିବା ଅନ୍ତର୍ଜାତୀୟ ଶେକସପିୟର ମହୋତ୍ସବରେ କିଟ୍‍ ଓ କିସ୍‍ ଛାତ୍ରଛାତ୍ରୀମାନେ କ୍ରାୟୋଭିଟାରେ ‘ମ୍ୟାକବେଥ୍ ‘ର ଏକ ସୁନ୍ଦର ସାନ୍ତାଳୀ ରୂପାନ୍ତର ଅତି ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ ।

    ସେହିପରି କ୍ରାଇଓଭା ସହରର ପ୍ରୋମେନାଡା ମଲରେ ଅନ୍ୟ ଏକ ନାଟକ ‘ହାମଲେଟ’ର ଏକ ସୁନ୍ଦର ସାନ୍ତାଳୀ ରୂପାନ୍ତର ମଧ୍ୟ ଉପସ୍ଥାପନ କରିଥିଲେ । ଏହା ନାଟକ ପରିବେଷଣ ଅପେକ୍ଷା ଭାଷା, ପରିଚୟ, ସଂସ୍କୃତିର ଏକ ଉତ୍ସବ ବୋଲି କୁହାଯାଉଛି । ଅନ୍ତର୍ଜାତୀୟ ମଞ୍ଚରେ ସେମାନଙ୍କୁ ଏଭଳି ସୁଯୋଗ ଦେଇଥିବାରୁ ସେମାନେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । ଅପରପକ୍ଷରେ ଗତକାଲି ନୂଆଦିଲ୍ଲୀରେ ରୋମାନିଆର ରାଷ୍ଟ୍ରଦୂତ ସେନା ଲତିଫଙ୍କୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ।

    ଇରାସମସ୍ କାର୍ଯ୍ୟକ୍ରମ ଅଧୀନରେ ରୋମାନିଆରେ ଥିବା କିଟ୍‍ ଓ କିସ୍‍ ଛାତ୍ରଛାତ୍ରୀଙ୍କ ସମର୍ଥନ ଓ ପ୍ରୋତ୍ସାହନ ଦେଇଥିବାରୁ ଡ଼ ସାମନ୍ତ ଲତିଫଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ଜନଜାତି ସଂସ୍କୃତି, କିସ୍‍ ଛାତ୍ରଛାତ୍ରୀଙ୍କ ପ୍ରତିଭା ଏବଂ ରୋମାନିଆରେ କିଟ୍‍ ଓ କିସ୍‍ର ଛାତ୍ରଛାତ୍ରୀମାନେ ପରିବେଷଣ କରୁଥିବା ସାନ୍ତାଳୀ ନୃତ୍ୟ ଓ ସାଂସ୍କୃତିକ ପ୍ରଦର୍ଶନ କରୁଛନ୍ତି ତାହା ଦେଖିବା ପାଇଁ ଡ଼ ସାମନ୍ତ ଲତିଫ୍‍ଙ୍କୁ କିଟ୍‍ ଓ କିସ୍‍ ପରିଦର୍ଶନ ନିମନ୍ତେ ନିମନ୍ତ୍ରଣ ମଧ୍ୟ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28 ° C
    28 °
    28 °
    60 %
    1.4kmh
    100 %
    Fri
    25 °
    Sat
    41 °
    Sun
    39 °
    Mon
    40 °
    Tue
    42 °

    ସମ୍ବନ୍ଧିତ