Friday, March 27, 2026
31.5 C
Odisha

    ଓଡ଼ିଶା କ୍ରୀଡ଼ା ଭିତ୍ତିଭୂମିର ଭୂୟସୀ ପ୍ରଶଂସା କଲେ ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଭାରତର କ୍ରୀଡ଼ା କ୍ୟାପିଟାଲ ଭୁବନେଶ୍ବର । ବିଶ୍ୱରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଆଗକୁ ୨୦୨୮ ବିଶ୍ବ ଆଥଲେଟିକ୍ସ ଇନଡୋର ଚାମ୍ପିଅନସିପ୍ ଭୁବନେଶ୍ବରରେ ଆୟୋଜନ ହେବ । ଏଥିପାଇଁ ଓଡ଼ିଶାକୁ ମିଳୁଛି ଶୁଭେଚ୍ଛା ଓ ଛୁଟୁଛି ପ୍ରଶଂସାର ସୁଅ । ଓଡ଼ିଶା ଓ ଭୁବନେଶ୍ବରକୁ ଧନ୍ୟବାଦ ଜଣାଇଛନ୍ତି ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା । କହିଛନ୍ତି ଏ ସଫଳତା ହଠାତ ମିଳିନି । ସଠିକ୍ ସମୟରେ ଏବଂ ସଠିକ୍ କାର୍ଯ୍ୟକାରୀ କରାଯାଇଥିବା ଏକ ଦୂରଦର୍ଶୀ ରଣନୀତିର ଏହା ଜ୍ୱଳନ୍ତ ଉଦାହରଣ । ବାସ୍ତବରେ ଭୁବନେଶ୍ୱରରେ ୨୦୧୮ ହକି ବିଶ୍ୱକପ ପରଠାରୁ, କ୍ରୀଡ଼ାରେ ବ୍ରାଣ୍ଡ ଓଡ଼ିଶାର ଚାହିଦା ବଢ଼ିବାରେ ଲାଗିଛି ।

    ଭୁବନେଶ୍ୱରରେ ଏକାଠି ହେବେ ବିଶ୍ୱର ଟପ୍ ଆଥଲେଟ୍ । କଳିଙ୍ଗ ଇଣ୍ଡୋର ଷ୍ଟାଡିୟମରେ ଜଲୱା ଦେଖାଇବେ । ଭୁବନେଶ୍ୱରେ ୨୦୨୮ ବିଶ୍ୱ ଆଥଲେଟିକ୍ସ ଇନଡୋର ଚାମ୍ପିଅନସିପ୍ ଆୟୋଜିତ ହେବ । ଏଥିପାଇଁ ଓଡ଼ିଶାକୁ ପ୍ରଶଂସାର ସୁଅ ଛୁଟୁଛି । ସୋସିଆଲ ମିଡିଆରେ ଓଡ଼ିଶା ଓ ଭୁବନେଶ୍ବରକୁ ଧନ୍ୟବାଦ ଜଣାଇଛନ୍ତି ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା । ଲେଖିଛନ୍ତି, ବିଶ୍ୱ ଆଥଲେଟିକ୍ସ ଇନଡୋର ଚାମ୍ପିଅନସିପ୍ ର ଆୟୋଜକ ଭାବେ ମନୋନୀତ ହୋଇ ଆମକୁ ଗର୍ବିତ କରିଥିବାରୁ ଅନେକ ଅନେକ ଶୁଭେଚ୍ଛା । ଏହି ସଫଳତା କେବଳ ହଠାତ୍ ମିଳିଯାଇଥିବା କୌଣସି ଏକ ସିଦ୍ଧି ନୁହେଁ । ଏହା ହେଉଛି ସଠିକ୍ ସମୟରେ ଏବଂ ସଠିକ୍ ଭାବେ କାର୍ଯ୍ୟକାରୀ କରାଯାଇଥିବା ଏକ ଦୂରଦର୍ଶୀ ରଣନୀତିର ଜ୍ୱଳନ୍ତ ଉଦାହରଣ ।

    ପ୍ରତିଯୋଗିତାମୂଳକ ରଣନୀତିର ଗୁରୁ ‘ମାଇକେଲ୍ ପୋର୍ଟର’ଙ୍କ ବର୍ଣ୍ଣନାକୁ ଉଲ୍ଲେଖ କରି କହିଛନ୍ତି, କିପରି ବିଭିନ୍ନ ଦେଶ କ୍ଲଷ୍ଟର୍ ମାଧ୍ୟମରେ ନିଜର ସାମର୍ଥ୍ୟ ବୃଦ୍ଧି କରନ୍ତି । ଅର୍ଥାତ୍ ଏପରି ଏକ ବ୍ୟବସ୍ଥା ଯେଉଁଠାରେ ଭିତ୍ତିଭୂମି, ପ୍ରତିଭା, ଅନୁଷ୍ଠାନ ଏବଂ ଚାହିଦା ପରସ୍ପରକୁ ସଶକ୍ତ କରିଥାଏ । ଏହିଭଳି ବ୍ୟବସ୍ଥା ଏକ ‘ଫ୍ଲାଇହୁଇଲ୍’ ବା ଏକ ଗତିଶୀଳ ଚକ୍ର ସୃଷ୍ଟି କରେ । ଉତ୍ତମ ସୁବିଧା ସୁଯୋଗ ବଡ଼ ବଡ଼ କ୍ରୀଡ଼ା ପ୍ରତିଯୋଗିତାକୁ ଆକର୍ଷିତ କରେ। ଏହି କାର୍ଯ୍ୟକ୍ରମଗୁଡ଼ିକ ଆୟୋଜନ ଦକ୍ଷତାକୁ ସୁଧାରେ, ଦକ୍ଷତା ବିଶ୍ୱସନୀୟତା ବଢ଼ାଏ ଏବଂ ଅଧିକ ପୁଞ୍ଜିନିବେଶକୁ ଆକର୍ଷିତ କରିଥାଏ । ଓଡ଼ିଶା ଠିକ୍ ଏହି ‘ଫ୍ଲାଇ ହୁଇଲ୍ ‘କୁ ହିଁ ଗତିଶୀଳ କରିଛି।

    ଆନନ୍ଦ ମହିନ୍ଦ୍ରାଙ୍କ ପୋଷ୍ଟ ଦର୍ଶାଉଛି ଯେ ଓଡ଼ିଶା ଏବେ କେବଳ କ୍ରୀଡ଼ାରେ ଭାଗ ନେଉନାହିଁ, ବରଂ ଏହା ସାରା ଭାରତର କ୍ରୀଡ଼ା କେନ୍ଦ୍ର ପାଲଟିଛି । ଭୁବନେଶ୍ୱର ୨୦୨୮ ବିଶ୍ୱ ଆଥଲେଟିକ୍ସ ଇନଡୋର ଚାମ୍ପିଅନସିପ୍ ପାଇଁ ଆୟୋଜକ ଭାବେ ମନୋନୀତ ହେବା, ଦଶନ୍ଧି ବ୍ୟାପୀ ଚାଲିଥିବା ପରିବର୍ତ୍ତନର ଏକ ବଡ଼ ସଫଳତା । ବିଶେଷ କରି ୨୦୧୯ରୁ ୨୦୨୪ ମଧ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଏବଂ ଭି.କେ. ପାଣ୍ଡିଆନଙ୍କ ରଣନୈତିକ କାର୍ଯ୍ୟକାରିତା ଯୋଗୁଁ ଏହି ସଫଳତା ସମ୍ଭବ ହୋଇଛି । ୨୦୧୯ରୁ ୨୦୨୪ ମଧ୍ୟରେ ଓଡ଼ିଶା କେବଳ ହକିରେ ସୀମିତ ନରହି ଅନ୍ୟ କ୍ରୀଡ଼ାରେ ମଧ୍ୟ ଏକ ଶକ୍ତିଶାଳୀ ରାଜ୍ୟ ଭାବେ ଉଭା ହୋଇଛି । ଦକ୍ଷିଣ ଏସିଆର ସବୁଠାରୁ ବଡ଼ ଇନଡୋର ଆଥଲେଟିକ୍ସ ଷ୍ଟାଡିୟମ ନିର୍ମାଣ କରିବା ଫଳରେ ୨୦୨୮ ବିଶ୍ୱ ଚାମ୍ପିଅନସିପ୍ ଆୟୋଜନ କରିବାର ଯୋଗ୍ୟତା ପାଇଛି ଓଡ଼ିଶା । ୩୧୪ଟି ଗ୍ରାମୀଣ ମିନି ଷ୍ଟାଡିୟମ ଏବଂ ୯୦ଟି ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ ହୋଇଛି। ଫଳରେ କେବଳ ସହର ନୁହେଁ, ଗାଁ ଗହଳିରୁ ମଧ୍ୟ ପ୍ରତିଭା ବାହାରି ପାରିଛନ୍ତି । ଜିମ୍ନାଷ୍ଟିକ୍ସ, ସୁଇମିଂ ଏବଂ ବ୍ୟାଡମିଣ୍ଟନ ପାଇଁ ‘ହାଇ-ପରଫରମାନ୍ସ ସେଣ୍ଟର’ ଗଠନ କରାଯାଇଛି । ଖେଳାଳିମାନେ ବିଶ୍ୱସ୍ତରୀୟ କୋଚିଂ ପାଉଛନ୍ତି । ପରିବର୍ତ୍ତନ ପଛରେ ଭି.କେ. ପାଣ୍ଡିଆନଙ୍କ ତତ୍ତ୍ୱାବଧାନରେ ଚାଲିଥିବା ୫-ଟିର ପ୍ରମୁଖ ଭୂମିକା ରହିଛି ।

    ବିଶ୍ୱର ସବୁଠାରୁ ବଡ଼ ‘ବିର୍ସା ମୁଣ୍ଡା ହକି ଷ୍ଟାଡିୟମ’ ରେକର୍ଡ ସମୟ ମଧ୍ୟରେ ନିର୍ମାଣ ହେବା ବିଶ୍ୱକୁ ଚକିତ କରିଦେଇଛି। ଫିଫା ଏବଂ ରିଲାଏନ୍ସ ଫାଉଣ୍ଡେସନ ଭଳି ବଡ଼ ସଂସ୍ଥା ସହ ହାତ ମିଳାଇ ଓଡ଼ିଶା ସରକାର କ୍ରୀଡ଼ା ପ୍ରଶିକ୍ଷଣକୁ ବୃତ୍ତିଗତ କରିଛନ୍ତି । ୨୦୧୮ରେ ଭୁବନେଶ୍ୱରରେ ପୁରୁଷ ବିଶ୍ୱକପ୍ ହକି ଆୟୋଜନ ହୋଇଥିଲା। ସେବେଠାରୁ କ୍ରୀଡ଼ାରେ ଓଡ଼ିଶା ତାବ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଏବେ ସେହି ବ୍ରାଣ୍ଡ ଓଡ଼ିଶା ସମସ୍ତଙ୍କୁ ଆକର୍ଷିତ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.5 ° C
    31.5 °
    31.5 °
    26 %
    2.6kmh
    57 %
    Fri
    33 °
    Sat
    39 °
    Sun
    40 °
    Mon
    40 °
    Tue
    38 °

    ସମ୍ବନ୍ଧିତ