Saturday, November 22, 2025
21.1 C
Odisha

    ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ : ରାଜ୍ୟସ୍ତରୀୟ ଶ୍ରେଷ୍ଠ ଏଫଏମୟୁ ଭାବେ ପୁରସ୍କୃତ ହେଲେ ବିଜୟ କେତନ ବିଶ୍ୱାଳ

    ଆଗକୁ ପଢନ୍ତୁ

    ବିଶୋଇ  : ଓଡ଼ିଶା  ସରକାରଙ୍କ ଜଙ୍ଗଲ ବିଭାଗ ଦ୍ବାରା ପରିଚାଳିତ ଓଡ଼ିଶା ବନାଞ୍ଚଳ । ଉନ୍ନୟନ ପ୍ରକଳ୍ପ ଭାଗ-୨ର ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ପିସିସି ଏଫ ସୁରେଶ ସୁରେଶ ପନ୍ତ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର କାର୍ଯ୍ୟ ସମୀକ୍ଷା କରିଥିଲେ । ଏହି ଅବସରରେ ମଣଦା ବନାଞ୍ଚଳର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ  ସମ୍ମାନିତ ସଂଯୋଜକ  ବିଜୟ  କେତନ ବିଶ୍ବାଳଙ୍କୁ କରାଯାଇଥିଲା ।ଓଡ଼ିଶା ସରକାରଙ୍କର ଜଙ୍ଗଲ ବିଭାଗ ଦ୍ବାରା ପରିଚାଳିତ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ର ରାଜ୍ୟସ୍ତରୀୟ ସମୀକ୍ଷା ବୈଠକରେ ଜୀବନଜୀବିକା ସଂଯୋଜକ ଭାବରେ ରାଇରଙ୍ଗପୁର ବନଖଣ୍ଡର ସଂଯୋଜକ ବିଜୟ କେତନ ବିଶ୍ବାଳଙ୍କୁ ପୁରସ୍କୃତ କରାଯାଇଛି ।

    ବନଖଣ୍ଡ ଅଧିକାରୀ, ବିଷୟଭିତ୍ତକ ବିଶେଷଜ୍ଞ, ଓଡ଼ିଶା ବନାଞ୍ଚଳ ଉନ୍ନୟନ ସମିତିର ସମସ୍ତ ଅଧିକାରୀ ଯୋଗଦେଇ ଅଭିଭାଷଣ ଦେଇଥିଲେ । ମୁଖ୍ୟଅତିଥି ଭାବରେ ପିସିସିଏଫସୁ ସୁରେଶ ପନ୍ତ ଯୋଗଦେ ଦେଇ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକୁ ସମୀକ୍ଷା କରିଥିଲେ । ସମୀକ୍ଷା ଅନୁଯାୟୀ ରାଜ୍ୟସ୍ତରୀୟ ଶ୍ରେଷ୍ଠ କାର୍ଯ୍ୟକର୍ତ୍ତା ବଛା ଯାଇଥିଲା । ଶ୍ରେଷ୍ଠ ଏଫ୍ଏମ୍‌ୟୁ ଏଫ୍ ଜୀବନଜୀବିକା ସଂଯୋଜକ ଭାବରେ ରାଇରଙ୍ଗପୁର ବନଖଣ୍ଡର ସଂଯୋଜ ପାଜକ ବିଜୟ କେତନ ବିଶ୍ବାଳଙ୍କୁ ମାନପତ୍ର ଓ ପୁରସ୍କାର ଦେଇ ପୁରସ୍କୃତ କରାଯାଇଥିଲା । ତାଙ୍କର ସଫଳତା ପାଇଁ ରାଇରଙ୍ଗପୁର ର ବନଖଣ୍ଡ ଅଧିକାରୀ ସୁବ୍ରତ କୁମାର ପାତ୍ର ଅଭିନନ୍ଦନ ଜଣାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.1 ° C
    21.1 °
    21.1 °
    69 %
    0.5kmh
    3 %
    Sat
    21 °
    Sun
    28 °
    Mon
    28 °
    Tue
    27 °
    Wed
    26 °

    ସମ୍ବନ୍ଧିତ