Thursday, March 12, 2026
32.2 C
Odisha

    ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ ପରୀକ୍ଷାରେ ବଡ଼ ତ୍ରୁଟି

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ (OSSC) ପରୀକ୍ଷାରେ ବଡ଼ ତ୍ରୁଟି । ତ୍ରୁଟି ସ୍ବୀକାର କଲେ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ କର୍ତ୍ତୃପକ୍ଷ । ଆଜି ଏକ୍ସାଇଜ୍‌ ଓ ଟ୍ରାଫିକ୍‌ ଏସ୍‌ଆଇ ପରୀକ୍ଷା ଥିଲା । ମାତ୍ର ସିଜିଏଲ୍‌ରୁ ପ୍ରଶ୍ନ ଆସିଥିବା ପରୀକ୍ଷାର୍ଥୀଙ୍କ ଅଭିଯୋଗ କରିଥିଲେ । ଏତେବଡ଼ ପରୀକ୍ଷାରେ ତ୍ରୁଟିକୁ ନେଇ ପରୀକ୍ଷାର୍ଥୀ ହତାଶ ହୋଇଥିବା କଥା କହିଥିଲେ । ତେବେ ଏହି ଘଟଣାରେ ଆୟୋଗ ତ୍ରୁଟିକୁ ସ୍ବୀକାର କରି ଦୁଃଖ ପ୍ରକାଶ କରିଛନ୍ତି । ଆଉ ଏକ ପରୀକ୍ଷାର ବିକଳ୍ପ ଉପରେ ବିଚାର କରୁଥିବା ଜଣାଇଲେ । ମେ ୪ ତାରିଖ ଭିତରେ ପରାମର୍ଶ ଲୋଡ଼ି ନୋଟିସ୍‌ କରିଛନ୍ତି ।

    ତେବେ ଓଏସଏସସି ପରୀକ୍ଷାରେ ତ୍ରୁଟି ଏହା ପ୍ରଥମ ଘଟଣା ନୁହେଁ । ଏସଡିଆଇପିଆରଓ ପରୀକ୍ଷାରେ ମଧ୍ୟ ତ୍ରୁଟି ପରିଲକ୍ଷିତ ହୋଇଥିଲା । 100 ନମ୍ବର ବଦଳରେ 94 ନମ୍ବରର ପ୍ରଶ୍ନ ପତ୍ର ଆସିଥିବା ବେଳେ ଏହାକୁ ଓଏସଏସସି ସ୍ବିକାର ମଧ୍ୟ କରିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.2 ° C
    32.2 °
    32.2 °
    15 %
    3.4kmh
    0 %
    Thu
    37 °
    Fri
    38 °
    Sat
    39 °
    Sun
    40 °
    Mon
    38 °

    ସମ୍ବନ୍ଧିତ