Wednesday, March 25, 2026
33 C
Odisha

    ଓଡିଶାରେ ଆଳୁ ମଞ୍ଜି ଉତ୍ପାଦନ କାଠିକର ପାଠ

    ଆଗକୁ ପଢନ୍ତୁ

    ଆମ ଦେଶ ର ସବୁ ରାଜ୍ୟ ରେ ଲୋକେ ଆଳୁକୁ ଖାଦ୍ୟ ଭାବେ ବ୍ୟବହାର କରନ୍ତି। ଓଡିଶା ରେ ପଖାଳ ସାଙ୍ଗକୁ ଆଳୁ ଭର୍ତ୍ତା ଅତି ଜଣାଶୁଣା ଖାଦ୍ୟ l ଏହାଛଡା ଆଳୁ ବିଭିନ୍ନ ତରକାରୀର ମୁଖ୍ୟ ଅଂଶ l ତଥାପି ଓଡ଼ିଆ ଙ୍କ ଆଳୁ ଚାହିଦା ମେଣ୍ଟାଇ ପାରୁନି ରାଜ୍ୟ l ଉତ୍ପାଦନ କମ ଯୋଗୁଁ ଏହି ଅସୁବିଧା ସର୍ବଦା ଦେଖା ଦେଉଛି l ଓଡିଶା ବାସୀଙ୍କୁ ଆଳୁ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି l ଏହାର କାରଣ ଉତ୍ପାଦନ କମ l ଆଉ ଏଭଳି ପରିସ୍ଥିତି ମଧ୍ୟ ଜାରି ରହିବ l କାରଣ ଆଳୁ ଆମ ରାଜ୍ୟରେ ବହୁ କମ୍ ସ୍ଥାନରେ ଚାଷ କରାଯାଇଥାଏ । ଆଳୁ ବିହନ ଉତ୍ପାଦନ ଏପର୍ଯ୍ୟନ୍ତ ରାଜ୍ୟରେ ହୋଇପାରୁନାହିଁ ଏବଂ ଆଗକୁ ମଧ୍ଯ ଏହା ସମ୍ଭବ ନୁହେଁ। ଓଡ଼ିଶାର ମାଟି ଜୀବାଣୁଯୁକ୍ତ ।

    ଯଦି ଏହି ମାଟିରେ ଆଳୁ ଚାଷ ପାଇଁ ଆଳୁ ମଞ୍ଜି କରାଗଲା ତେବେ ପଡୋଶୀ ରାଜ୍ୟ ଗୁଡିକ ମଧ୍ଯ ସେହି ଜୀବାଣୁ ବ୍ୟାପିବାର ଆଶଙ୍କା ରହିଛି। ତେଣୁ ଚାହଦା ଥିଲେ ମଧ୍ଯ ଆମରାଜ୍ୟର ମାଟିରେ ଆଳୁମଞ୍ଜି ଉତ୍ପାଦନ କରାଯାଇ ପାରିବନାହିଁ। ତେବେ ଏ ନେଇ ସିମଲା ସ୍ଥିତ କେନ୍ଦ୍ର ସରକାରଙ୍କ ଆଳୁ ଗବେଷଣା କେନ୍ଦ୍ରର ବୈଞ୍ଜାନିକ ମାନେ ଚେଷ୍ଟା ଜାରି ରଖିଥିବା କହିଛନ୍ତି ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ.ବ୍ରଜେଶ ସିଂ। ପ୍ରତିଷ୍ଠାନକୁ ପରିଦର୍ଶନ ରେ ଆସିଥିବା ଓଡିଶାର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆଲୋଚନା ସମୟରେ ଏନେଇ ଡ. ସିଂ ଅବଗତ କରାଇବା ସହ କହିଥିଲେ ଯେ ଓଡିଶା ସମେତ ବିଭିନ୍ନ ରାଜ୍ୟର ମାଟି,ପାଣିପାଗ ପରିସ୍ଥିତି ଓ ଚାଷ ପ୍ରଣାଳୀ କୁ ନଜରରେ ରଖି ଏହି ପ୍ରତିଷ୍ଠାନ ରେ ଆଳୁ ମଞ୍ଜି ବିକଶିତ ଓ ଉତ୍ପାଦନ କରାଯାଇଥାଏ।

    ଏପର୍ଯ୍ୟନ୍ତ ଭାରତରେ ପ୍ରତିଷ୍ଠାନ ଦ୍ବାରା ବିକଶିତ ୭୬ କିସମର ଆଳୁ ମଞ୍ଜି ବିକଶିତ କରାଯାଇଛି। ସେଥିମଧ୍ୟରୁ କମ୍ ସମୟରେ ଅଧିକ ଅମଳକ୍ଷମ ୩୬ କିସମର ଆଳୁ ଚାଷ କରାଯାଉଛି। ପଞ୍ଜାବ ସମେତ କିଛି ରାଜ୍ୟରେ ଆଳୁ ମଞ୍ଜି ଉତ୍ପାଦନ କରାଯାଉଥିଲେ ମଧ୍ଯ ଓଡିଶାରେ ଏପର୍ଯ୍ୟନ୍ତ ମଞ୍ଜି ଉତ୍ପାଦନ କରାଯାଇପାରୁନାହିଁ। ଯେଉଁ କେତେଜଣ ଚାଷୀ ନିଜସ୍ବ ଉଦ୍ୟମରେ ବିହନ ଉତ୍ପାଦନ କରୁଛନ୍ତି ମାସରେ ଥିବା ଜୀବାଣୁ କାରଣରୁ ସେଗୁଡିକ ଉପଯୋଗୀ ନୁହେଁ। ଏଣୁ ଏହି ପ୍ରତିଷ୍ଠାନ ର ବୈଞ୍ଜାନିକ ମାନେ ଜିନମ୍ ଏଡିଟ୍ କରି ଓଡିଶାରେ କିପରି ଆଳୁ ମଞ୍ଜି ଉତ୍ପାଦନ ହୋଇପାରିବ ସେ ନେଇ ଗବେଷଣା ଜାରି ରଖିଛନ୍ତି।

    ସାମ୍ବାଦିକମାନଙ୍କୁ ସୂଚନା ଦେଇ ନିର୍ଦ୍ଦେଶକ ଡ. ସିଂ କହିଥିଲେ ଯେ ପ୍ରଯୁକ୍ତିବିଦ୍ୟା, ଡ୍ରୋନ, ବାୟୋଟେକନୋଲୋଜି ଓ କୃତ୍ରିମ ବୁଦ୍ଧିମତ୍ତା ଇତ୍ୟାଦିର ପ୍ରୟୋଗ କୁ ଏବେ ଗବେଷଣା କ୍ଷେତ୍ରରେ ଅଧିକ ଗୁରୁତ୍ବ ଦିଆଯାଉଛି। ଏହା ସହିତ ଚାଷୀମାନଙ୍କୁ ପ୍ରଶିକ୍ଷଣ , ଆଧୁନିକ ପ୍ରଣାଳୀରେ ଚାଷ ଓ ଚାଷରେ ନୂତନ ଜ୍ଞାନକୌଶଳ ବ୍ୟବହାର ପାଇଁ ଦିଆଯାଉଥିବା ପରାମର୍ଶ ଆଗାମୀ ଦିନରେ ଦେଶରେ ଆଳୁ ଉତ୍ପାଦନ ର କ୍ଷମତାକୁ ଆହୁରି ବୃଦ୍ଧି କରିବ ବୋଲି ଡ. ସିଂ ସୂଚନା ଦେଇଛନ୍ତି।
    ଆଳୁ ସଂରକ୍ଷଣ ନେଇ ଡ.ସିଂ କହିଥିଲେ ଯେ ନିର୍ଦ୍ଦିଷ୍ଟ ସମୟରେ ଆଳୁ ଉତ୍ପାଦନ ହେଉଥିବାରୁ ବର୍ଷକ ଯାକର ଚାହିଦା ମେଣ୍ଟାଇବା ପାଇଁ ସେଗୁଡିକର ସଂରକ୍ଷଣ ଅତ୍ୟନ୍ତ ଜରୁରୀ। ଏଣୁ ସଂରକ୍ଷଣ ରେ ମଧ୍ଯ ଅତ୍ଯାଧୁନିକ ପ୍ରଣାଳୀ ଅବଲମ୍ବନ ଏବ ସଂରକ୍ଷଣ ସମୟରେ ଆଳୁ ରେ ବଢିଯାଉଥିବା ଷ୍ଟାର୍ଚ୍ଚ ମାତ୍ର କୁ ହ୍ରାସ ପାଇଁ ମଧ୍ଯ ଗବେଷଣା ଚାଲିଛି ।

    ଓଡିଶା ପ୍ରତିନିଧି ଦଳ ପ୍ରତିଷ୍ଠାନର କାର୍ଯ୍ୟକଳାପ ସହିତ ପ୍ରତ୍ୟକ୍ଷ ପରିଚିତ ହେବା ପାଇଁ ପ୍ରୟୋଗଶାଳା ଏବଂ ଗବେଷଣା ସୁବିଧାଗୁଡ଼ିକ ମଧ୍ୟ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନକୁ ଶସ୍ୟ ଉତ୍ପାଦନ ମୁଖ୍ୟ ଡକ୍ଟର ଜଗଦେବ ଶର୍ମା; ଉଦ୍ଭିଦ ସୁରକ୍ଷା ମୁଖ୍ୟ ଡକ୍ଟର ସଞ୍ଜୀବ ଶର୍ମା; ସାମାଜିକ ବିଜ୍ଞାନ ମୁଖ୍ୟ ଡକ୍ଟର ଆଲୋକ କୁମାର; ସିଆଇଏଣ୍ଡଏସଟି ମୁଖ୍ୟ ଡକ୍ଟର ବିନୋଦ କୁମାର; ଏବଂ ସିପିବିଏଣ୍ଡପିଏଚଟି ମୁଖ୍ୟ ଡକ୍ଟର ସୋମ ଦତ୍ତଙ୍କ ସମେତ ବରିଷ୍ଠ ବୈଜ୍ଞାନିକମାନେ ସହଯୋଗ କରିଥିଲେ।
    ମନୋଜ କୁମାର ଜାଲି, ଉପନିର୍ଦ୍ଦେଶକ, ସ୍ୱାଧୀନ ଶକ୍ତି ପ୍ରସାଦ, ଗଣମାଧ୍ୟମ ଏବଂ ଯୋଗାଯୋଗ ଅଧିକାରୀ, ପିଆଇବି ଭୁବନେଶ୍ୱର ଏବଂ ସଞ୍ଜିବ ଶର୍ମା, ସହାୟକ ନିର୍ଦ୍ଦେଶକ, ପିଆଇବି ସିମଲା ଗସ୍ତ ସମୟରେ ବରିଷ୍ଠ ସାମ୍ବାଦିକଙ୍କ ପ୍ରତିନିଧିମଣ୍ଡଳ ସହିତ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    33 ° C
    33 °
    33 °
    32 %
    1.3kmh
    50 %
    Wed
    37 °
    Thu
    38 °
    Fri
    40 °
    Sat
    39 °
    Sun
    40 °

    ସମ୍ବନ୍ଧିତ