Saturday, January 24, 2026
21.7 C
Odisha

    ଓଡିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ବିଜ୍ଞପ୍ତି: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସାମିଲ ହେଲା OAS, ORS

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଓଡ଼ିଶା ସିଭିଲ ସର୍ଭିସେସ ପରୀକ୍ଷାରେ ୧୫୧ଟି ଅଧିକ ପଦବୀ ପୂରଣ ପାଇଁ ଓ.ପି.ଏସ.ସି କୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ । ନିକଟରେ ଓଡିଶା ଲୋକସେବା ଆୟୋଗ ପକ୍ଷରୁ ଓଡିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୨୫ ପାଇଁ ବିଜ୍ଞପ୍ତି ପ୍ରକାଶିତ ହୋଇଥିଲା । ହେଲେ ଏଥିରେ ଓଏଏସ୍, ଓଆର୍ ଏସ୍ ଆଦି କେତେକ କ୍ୟାଡରରେ ଆଦୌ ପଦବୀ ନଥିବାରୁ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା । ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ଏହି ସବୁ ପଦବୀ ସମ୍ପର୍କରେ ସମୀକ୍ଷା କରି ଖାଲି ପଦବୀ ପୂରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

    ଏହା ଫଳରେ ଓଡିଶା ପ୍ରଶାସନିକ ସେବା (OAS) ରେ ୧୪ଟି, ଓଡିଶା ରାଜସ୍ବ ସେବା (ORS) ରେ ୧୧୩ଟି, ଓଡିଶା ପରିବହନ ସେବା (OTS) ରେ ୧୬ଟି ଓ ଓଡିଶା ମଙ୍ଗଳ ସେବା (OWS) ରେ ୮ଟି ପଦବୀ ପୂରଣ ପାଇଁ ଓଡିଶା ଲୋକସେବା ଆୟୋଗକୁ ଅନୁରୋଧ କରାଯାଇଛି । ସମୁଦାୟ ୧୫୧ଟି ଅଧିକ ପଦବୀ ପାଇଁ ଅନୁରୋଧ କରାଯାଇଛି । ଏହାଦ୍ବାରା ଏହିସବୁ ପଦବୀ ପାଇଁ ଆଶାୟୀ ଥିବା ଅନେକ ଯୁବକ ଯୁବତୀ ପରୀକ୍ଷା ଦେଇ ନିଜ ଯୋଗ୍ୟତା ବଳରେ ସଫଳତା ପାଇରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.7 ° C
    21.7 °
    21.7 °
    51 %
    0.6kmh
    0 %
    Sat
    29 °
    Sun
    30 °
    Mon
    31 °
    Tue
    32 °
    Wed
    33 °

    ସମ୍ବନ୍ଧିତ