Friday, June 12, 2026
26.6 C
Odisha

    ଓମାନ ତଟରେ ତୈଳ ଟ୍ୟାଙ୍କର ଉପରେ ଆମେରିକାର ଆକ୍ରମଣ, ୩ ଭାରତୀୟ ନାବିକଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଓମାନ ତଟ ନିକଟରେ.ଏକ ତୈଳ ଟ୍ୟାଙ୍କର ସେଟେବେଲୋ ଉପରେ ଆକ୍ରମଣ ହୋଇଛି । ଆକ୍ରମଣ ପରେ ଟ୍ୟାଙ୍କର ଇଞ୍ଜିନରେ ନିଆଁ ଲାଗିଯାଇଥିଲା । ଏଥିରେ ୩ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଛି । ପୂର୍ବରୁ ୩ ଭାରତୀୟ ନିଖୋଜ ଖବର ମିଳିଥିଲା । ଓମାନ ତଟ ନିକଟରେ ଏହି ଟ୍ୟାଙ୍କର ଉପରେ ଆକ୍ରମଣ କରିବା ସମୟରେ ଏଥିରେ ମୋଟ୍ ୨୮ ଜଣ କ୍ରୁ .ମେମ୍ବର ରହିଥିଲେ ।

    ଭାରତୀୟ ଜାହାଜ ଉପରେ ଆକ୍ରମଣକୁ ନିନ୍ଦା କରିବା ସହ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି, ବିଦେଶ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରନଧୀର ଜୈସ୍ଵାଲ । ଭାରତୀୟ ଜାହାଜ ଉପରେ ଲଗାତାର ଟାର୍ଗେଟ୍ ଆକ୍ରମଣକୁ ଭାରତ ତୀବ୍ର ବିରୋଧ କରିଛି । ଏନେଇ ବିଦେଶ ବ୍ୟାପାର ମନ୍ତ୍ରଣାଳୟ ଆମେରିକା ରାଷ୍ଟ୍ରଦୂତ ଜାସନ ମିକ୍ସଙ୍କୁ ସମନ କରି କଡ଼ା ଆପତ୍ତି ପ୍ରକାଶ କରିଛି ।

    ମୃତ ନାବିକଙ୍କ ମଧ୍ୟରେ ହିମାଚଳ ପ୍ରଦେଶର ୨୩ ବର୍ଷୀୟ ଆଦିତ୍ୟ ଶର୍ମା ଅଛନ୍ତି। ଅନ୍ୟ ମୃତ ଭାରତୀୟ ନାବିକ ହେଲେ ଶିବାନନ୍ଦ ଚୌରସିଆ, ପଟନାଲା ସୁରେଶ ।

    ସୂଚନାଯୋଗ୍ୟ, ପ୍ରଥମେ ଓମାନର ସମୁଦ୍ରୀ ତଟରେ ଜାହାଜ ଏମଟି ଜଳବୀର ଉପରେ ଆକ୍ରମଣ ହୋଇଥିଲା । ଏହାପରେ ପୁଣି ସେଟେବେଲୋ ଉପରେ ଆକ୍ରମଣକୁ ନେଇ କଡ଼ା ସମାଲୋଚନା କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.6 ° C
    26.6 °
    26.6 °
    77 %
    2.3kmh
    95 %
    Thu
    27 °
    Fri
    41 °
    Sat
    40 °
    Sun
    41 °
    Mon
    42 °

    ସମ୍ବନ୍ଧିତ