Saturday, March 14, 2026
23.2 C
Odisha

    ଓଲଟିଲା ଗୋରୁ ବୋଝେଇ ପିକଅପ ଭ୍ୟାନ, ୧୨ ମୃତ ଓ ୬ଟି ଉଦ୍ଧାର

    ଆଗକୁ ପଢନ୍ତୁ

    ଭଦ୍ରକ: ଓଲଟିଲା ଗୋରୁ ବୋଝେଇ ପିକଅପ ଭ୍ୟାନ ।  ଭ୍ୟାନ ଓଲଟି ୧୨ ମୃତ, ୬ଟି ଗୋରି ଉଦ୍ଧାର ।  ଗୋ-ଚାଲାଣ ବେଳେ ଭଦ୍ରକ ଗେଲଟୁଆ ବରମୁଣ୍ଡା ନିକଟରେ ଦୁର୍ଘଟଣା ।  ଦୁର୍ଘଟଣା ପରେ ଗାଡ଼ିକୁ ପୋଡି ଦେଲେ ଉତ୍ୟକ୍ତ ଲୋକ ।  ଆଜି ଭୋର ସମୟରେ ଅଗରପଡ଼ା ଅଞ୍ଚଳରୁ ଏକ ପିକଅପ ଭ୍ୟାନରେ ଗୋରୁ ବୋଝେଇ ହୋଇ ଭଦ୍ରକ ଅଭିମୁଖେ ଆସୁଥିଲା ।  ଦ୍ରୁତ ଗତିରେ ଆସୁଥିବାବେଳେ ଭାରସାମ୍ୟ ହରାଇ ଭ୍ୟାନଟି ଓଲଟି ପଡିଥିଲା ।  ଫଳରେ ପିକଅପ ଗାଡିରେ ଥିବା ୧୮ଟି ଗୋରୁଙ୍କ ମଧ୍ୟରୁ ୧୨ଟି ଗୋରୁଙ୍କ ମୃତ୍ୟୁ ହୋଇଥିଲା ।ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ଦୁର୍ଘଟମାଗ୍ରସ୍ତ ଗାଡିରେ ନିଆଁ ଲଗାଇ ଦେଇଥିଲେ ।  ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଓ ଦମକଳ ବାହିନୀ ପହଂଚି ନିଆଁ କୁ ଆୟତ୍ତ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି ।  ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    50 %
    2.3kmh
    0 %
    Fri
    23 °
    Sat
    38 °
    Sun
    38 °
    Mon
    39 °
    Tue
    38 °

    ସମ୍ବନ୍ଧିତ