Friday, October 16, 2026
28.4 C
Odisha

    କଂଗ୍ରେସକୁ ଝଟ୍‌କା: କାଟ ଖାଇଲା ଅନାସ୍ଥା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ସମୟ ଅବଧି ସରିଥିବାରୁ କଂଗ୍ରେସର ଅନାସ୍ଥା ପ୍ରସ୍ତାବ କାଟ ଖାଇଛି । ଗୃହରେ ବାଚସ୍ପତି ଏନେଇ ଘୋଷଣା କରିଛନ୍ତି। ଏହାକୁ ବିରୋଧ କରି ବାଚସ୍ପତିଙ୍କ ଫୋଡିୟମ ତଳେ କଂଗ୍ରେସ ବିଧାୟକ ନାରାବାଜି କରିଛନ୍ତି।
    ସୋମବାର ଅପରାହ୍ନରେ ଗୃହ ସ୍ୱାଭାବିକ ହୋଇଛି। ଅନାସ୍ଥା ପ୍ରସ୍ତାବ ଗ୍ରହଣ କରିବାକୁ ବାଚସ୍ପତିଙ୍କୁ ଅନୁରୋଧ କଲେ କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ। ତା’ପରଦିନ ନୋଟିସକୁ ଗୃହକୁ ଆଣିବାକୁ ମୁଁ ନିର୍ଦ୍ଦେଶ ଦେଇଥିଲି। କିନ୍ତୁ ଗୃହ ସ୍ୱାଭାବିକ ନ ଥିବାରୁ ତାହା ଆସିପାରି ନ ଥିଲା । ସଂସଦୀୟ ଅନୁସାରେ ଲଗାତାର ଭାବେ ବିଧାନସଭାରେ ଅଚଳାବସ୍ଥା ଥିବାରୁ ଅନାସ୍ଥର ସମୟ ଅବଧି ସରି ଯାଇଛି । ଏହାର ବିରୋଧ କରି ଅସନ୍ତୁଷ୍ଟ କଂଗ୍ରେସ ସଦସ୍ୟ କକ୍ଷ ତ୍ୟାଗ କରିଛନ୍ତି ।

    କକ୍ଷ ତ୍ୟାଗ କରିଥିବା କଂଗ୍ରେସ ସଦସ୍ୟ ବିଧାନସଭା ପରିସରରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଥିଲେ। କଂଗ୍ରେସ ବିଧାୟକଙ୍କୁ ବୁଝେଇବାକୁ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଓ ଉପ ମୁଖ୍ୟ ସଚେତକ ଆସି ପହଞ୍ଚିଥିଲେ । ସେମାନେ ଆଲୋଚନା ପରେ କହିଥିଲେ ଷଡଯନ୍ତ୍ର ହୋଇନାହିଁ, ଅଗଣାନ୍ତ୍ରିକ କାମ ହୋଇନାହିଁ ।ସଂସଦୀୟ ବିଦ୍ଧି ବ୍ୟବସ୍ଥା ଅନୁସାରେ ହୋଇଛି। ଆମେ ଅନୁରୋଧ କରୁଛୁ ଗୃହ କାର୍ଯ୍ୟରେ ଯୋଗ ଦିଅନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.4 ° C
    28.4 °
    28.4 °
    68 %
    1.9kmh
    31 %
    Fri
    29 °
    Sat
    28 °
    Sun
    27 °
    Mon
    30 °
    Tue
    30 °

    ସମ୍ବନ୍ଧିତ