Thursday, October 2, 2025
25.9 C
Odisha

    କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର

    ଆଗକୁ ପଢନ୍ତୁ

    ବେଙ୍ଗାଲୁରୁ : କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର । ବୁଧବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ବେଙ୍ଗାଲୁରୁ ଏମଏସ ରାମୈୟା ହସ୍ପିଟାଲରେ କରାଯାଉଛି ଚିକିତ୍ସା । ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି ।

    ଜଣେ କଂଗ୍ରେସ ନେତା କହିଛନ୍ତି ଯେ, ଖଡଗେ ମଙ୍ଗଳବାର ଠାରୁ ଜ୍ୱର ଏବଂ ପେଟ ଯନ୍ତ୍ରଣାରେ ପୀଡିତ ରହିଥିଲେ । ଏହି କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ଏବଂ କୌଣସି ଗୁରୁତର ରୋଗରେ ପୀଡିତ ନାହାନ୍ତି ।

    ଖଡଗେ ଅକ୍ଟୋବର ୭ରେ କୋହିମା ଗସ୍ତର କାର୍ଯ୍ୟକ୍ରମ ରହିଛି । ସେଠାରେ ସେ ନାଗା ସଲିଡାରିଟି ପାର୍କରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ । ଲୋକସଭା ସାଂସଦ ଏବଂ ନାଗାଲାଣ୍ଡ ପ୍ରଦେଶ କଂଗ୍ରେସ କମିଟି ସଭାପତି ଏସ. ସୁପୋଙ୍ଗମେରେନ ଜମିର ଏନେଇ ସୂଚନା ଦେଇଛନ୍ତି । ଅନ୍ୟପଟେ କଂଗ୍ରେସ ନେତା ଏବଂ ସମର୍ଥକମାନେ ତାଙ୍କର ଶୀଘ୍ର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

    ଖଡଗେ ଏବଂ ତାଙ୍କ ପାର୍ଟି କଂଗ୍ରେସ ବିହାର ନିର୍ବାଚନକୁ ନେଇ ପ୍ରସ୍ତୁତିରେ ଲାଗିପଡିଛି । କିନ୍ତୁ ପାର୍ଟି ଏଯାଏଁ ଶାସନକୁ ଫେରିନାହିଁ । ୨୦୨୪ ଲୋକସଭା ନିବାଚନରେ ହାରିଥିଲା । ସେହିପରି ୨୦୨୩ରେ ରାଜସ୍ଥାନ ବିଧାନସଭା ନିର୍ବାଚନରେ ମଧ୍ୟ ପରାଜୟ ବରଣ କରିଥିଲା । କିନ୍ତୁ ବିହାର ବିଧାନସଭା ନିର୍ବାଚନରେ ପାର୍ଟି ମହାଗଠବନ୍ଧନ ସହିତ ମଇଦାନକୁ ଓହ୍ଲାଇବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.9 ° C
    25.9 °
    25.9 °
    89 %
    2.3kmh
    100 %
    Thu
    26 °
    Fri
    28 °
    Sat
    29 °
    Sun
    29 °
    Mon
    30 °

    ସମ୍ବନ୍ଧିତ