Monday, February 10, 2025
16.1 C
Odisha

    କଂଗ୍ରେସ ଉପରେ ନାହିଁ ଦିଲ୍ଲୀବାସୀଙ୍କ ଭରସା: ଶୂନ ସିନା ପାଇଲା କିନ୍ତୁ ଭୋଟ୍ ହାର ବଢିଲା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଏଥରକ ନିର୍ବାଚନ ଫଳାଫଳରେ ପୁଣି ଫେଲ ମାରିଛି କଂଗ୍ରେସ । ସବୁ ରଣନୀତି ବିଫଳ ହୋଇଛି,ଜନତାଙ୍କ ମନ ଜିତିପାରିନି ‘ହାତ’। ଶିଲା ଦିକ୍ଷିତଙ୍କ ସେହି ଲଗାତାର ୧୫ ବର୍ଷର ଶାସନର ସ୍ବର୍ଣ୍ଣିମ ଅଧ୍ୟାୟ ହୁଏତ କଂଗ୍ରେସ ଆଉ ଦେଖିବାକୁ ପାଇନପାରେ । ୨୦୨୫ ବିଧାନସଭା ନିର୍ବାଚନ ପାଇଁ ହେଭିୱେଟ ଚେହେରାଙ୍କୁ ମୈଦାନକୁ ଓହ୍ଲାଇବା, ଯଥେଷ୍ଟ ଆଗରୁ ପ୍ରାର୍ଥୀ ତାଲିକା ଘୋଷଣା, ବିଜେପି ଓ ଆପର ପ୍ରତିଶୃତିକୁ ଟକ୍କର ଦେଇ ମାଳ ମାଳ ଯୋଜନା କିଛି ବି କାମ କରିନି । କିନ୍ତୁ ଦଳକୁ ଆଶ୍ବସ୍ତି ଦେଇଛି ବଢ଼ିଥିବା ଭୋଟ ହାର । ଦଳ ଏଥରକ କୌଣସି ଆସନରେ ନଜିତିଥିଲେ ବି ଭୋଟ ହାର ପୂର୍ବ ଅପକ୍ଷା ବଢ଼ିଛି ।ଯଦି ନଜର ପକାଇବା ଦିଲ୍ଲୀରେ କଂଗ୍ରେସର ସ୍ଥିତି ଉପରେ ତେବେ ଦୀର୍ଘବର୍ଷ ହେବ ଦଳ ଦିଲ୍ଲୀ ଭୋଟରଙ୍କ ବିଶ୍ବାସ ଜିତିବାରେ ଫେଲ ମାରୁଛି । ୨୦୧୫, ୨୦୨୦ ବିଧାନସଭା ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଆଉ ଏମସିଡି ନିର୍ବାଚନରେ ମଧ୍ୟ ଆଶାନୁରୂପକ ଫଳାଫଳ ପାଇନଥିଲା । ତଥାପି ଦଳ ଚେତିବା ବଦଳରେ ଆପ ସହ ମେଣ୍ଟ କରି ଲଢ଼ିବା ନିଷ୍ପତି ନେଲା । ଯାହାର ପରିଣାମ ସୂରୁପ ଲୋକସଭା ନିର୍ବାଚନରେ କଂଗ୍ରେସକୁ ବଡ ଝଟକା ଲାଗିଥିଲା । ଲଗାତାର ୩ଟି ବିଧାନସଭା ନିର୍ବାଚନ ମାନେ ୨୦୧୫, ୨୦୨୦, ୨୦୨୫ରେ କଂଗ୍ରେସ ଗୋଟେ ବି ଆସନ ଜିତି ପାରିନି । ୧୫ ବର୍ଷ ଧରି ଶୂନ ପାଉଛି କଂଗ୍ରେସ ।

    ଜାତୀୟ ରାଜନୀତିର ହୃଦସ୍ପନ୍ଦନ କୁହାଯାଉଥିବା ଦିଲ୍ଲୀକୁ ଅକ୍ତିଆର କରିବା ପାଇଁ ଯେଉଁଠି ବିଜେପି, ଆମ ଆଦମୀ ପାର୍ଟି ଆପ୍ରାଣ ଉଦ୍ୟମ କରିଥିଲେ ସେଠି କଂଗ୍ରେସର ସକ୍ରିୟତାରେ ବେଶୀ କିଛି ଦେଖିବାକୁ ମିଳିନଥିଲା । ପ୍ରଚାର ମଙ୍ଗ ବିଳମ୍ବରେ ଧରିଥିଲେ ରାହୁଲ ଓ ପ୍ରିୟଙ୍କା । ଅନ୍ୟପଟେ ଦଳର ତୁଙ୍ଗ ନେତାଙ୍କ ସେତେ ସକ୍ରିୟ ନଥିଲେ । ସଠିକ ତାଳମେଳର ଅଭାବ, ଦୁର୍ବଳ ସାଂଗଠନିକ ପ୍ରସ୍ତୁତି, ତୃଣମୂଳ ସ୍ତରରେ କମ କାମ, କର୍ମୀଙ୍କ ସହ ମଜଭୁତ ସର୍ମ୍ପକର ଅଭାବ , କର୍ମୀମାନଙ୍କୁ ଅବହେଳା, ନିର୍ବିବାଦୀୟ ନେତା ଖୋଜିବାରେ ଅବହେଳା, ଦିଲ୍ଲୀ ପରୀକ୍ଷାରେ କଂଗ୍ରେସକୁ ପୁଣି ଫେଲ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.1 ° C
    16.1 °
    16.1 °
    22 %
    1.5kmh
    4 %
    Mon
    34 °
    Tue
    35 °
    Wed
    36 °
    Thu
    35 °
    Fri
    35 °

    ସମ୍ବନ୍ଧିତ