Wednesday, September 30, 2026
22.7 C
Odisha

    କଟକରେ ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌ , ବାଇକ୍‌ ଆରୋହୀଙ୍କୁ ନେଲା ଘୋଷାଡ଼ି

    ଆଗକୁ ପଢନ୍ତୁ

    କଟକ : କଟକ ବାଦାମବାଡ଼ି ଥାନା ମଲାଚଣ୍ଡିଆ ଛକରେ ଘଟିଛି ଦୁର୍ଘଟଣା । ବାଇକ୍‌ ଆରୋହୀଙ୍କ ଉପରେ ଚଢ଼ିଗଲା ‘ଆମ ବସ୍‌’ । ଗୁରୁତର ବାଇକ୍‌ ଆରୋହୀ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି । ବସ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।

    ସୂଚନା ଅନୁସାରେ କଟକ ସହରର ମଲା ଚଣ୍ଡିଆ ଛକ ରେ ଦୁର୍ଘଟଣା ଘଟାଇଲା ଆମ ବସ୍ । ୧୮ ନମ୍ବର୍ ରୁଟ୍ ରେ ଯାଉଥିବା ବସ୍ ଟି ନେତାଜୀ ବସ୍ ଟର୍ମିନାଲ ମଧ୍ୟକୁ ପ୍ରବେଶ କରିବା ବେଳେ ବାମ ପଟେ ଏକ ବାଇକ୍ କୁ ଧକ୍କା ଦେବା ସହ ବାଇକ୍ ସହ ବାଇକ୍ ଆରୋହୀ ଙ୍କୁ ପ୍ରାୟ ୫୦ ଫୁଟ ବାଟ ଚଢି ଘୋଷାଡ଼ି ଆଣିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା କି ଜଣେ ପ୍ରତ୍ୟେଖ୍ୟଦର୍ଶି ବେହୋସ ହୋଇ ଯାଇଥିଲେ । ଏହାପରେ ବାଇକ୍ ଓ ବାଇକ୍ ଆରୋହୀ ଙ୍କ ଉପରେ ବସ୍ ଚଢି ଥିବା ବେଳେ ବସ୍ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଗୋଟିଏ ପଟେ ବସ୍ ତଳେ ବାଇକ୍ ଆରୋହୀ ଗୁରୁତର ଅବସ୍ଥାରେ ଫସି ରହିଥିବା ବେଳେ ସ୍ଥାନୀୟ ଶତାଧିକ ବାସିନ୍ଦା ମାନେ ଜଗ କିମ୍ବା କ୍ରେନକୁ ଅପେକ୍ଷା ନକରି ବସ୍ କୁ ଟେକି ଆହତଙ୍କୁ ଉଦ୍ଧାର କରିଥିବା ବେଳେ ବାଦାମବାଡ଼ି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲ ପଠାଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.7 ° C
    22.7 °
    22.7 °
    83 %
    1.4kmh
    31 %
    Wed
    30 °
    Thu
    30 °
    Fri
    31 °
    Sat
    31 °
    Sun
    31 °

    ସମ୍ବନ୍ଧିତ