ବଜରଙ୍ଗୀ ଭାଇଜାନ ଫିଲ୍ମର ଜଣାଶୁଣା ଅଭିନେତା ରାଜେଶ ଶର୍ମାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି । ସୁଟିଂ ସମୟରେ ଏକ କୀଟ କାମୁଡିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । “ଧାକୁରିଆ” ଭଳି ଫିଲ୍ମରେ ଅଭିନୟ ପାଇଁ ଜଣାଶୁଣା ଏହି ଅଭିନେତା ବର୍ତ୍ତମାନ ପଶ୍ଚିମବଙ୍ଗର ଧାକୁରିଆର ଏକ ହସ୍ପିଟାଲରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି । ଏବେ, ଅଭିନେତା ରାଜେଶ ଶର୍ମାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅପଡେଟ୍ ପ୍ରଦାନ କରି, ତାଙ୍କ ସହାୟକ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୋସିଆଲ ମିଡିଆରେ ପ୍ରସାରିତ ଭିତ୍ତିହୀନ ଗୁଜବ ଖବରକୁ ଖାରଜ କରିଛନ୍ତି । ଏହାରି ମଧ୍ୟରେ ସେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅପଡେଟ୍ ମଧ୍ୟ ଦେଇଛନ୍ତି । ଏଥିସହ ହସ୍ପିଟାଲରେ ଭର୍ତ୍ତି ହେବାର ପ୍ରକୃତ କାରଣ ଜଣାପଡିଛି ।
ଅଭିନେତା ରାଜେଶ ଶର୍ମାଙ୍କ ହସ୍ପିଟାଲରେ ଭର୍ତ୍ତି ହେବାର ପ୍ରକୃତ କାରଣ ଜଣାପଡିଛି । ଏହାରି ମଧ୍ୟରେ ଏହାକୁ ଖଣ୍ଡନ କରିଛନ୍ତି ରାଜେଶ ଶର୍ମାଙ୍କ ଆସିଷ୍ଟାଣ୍ଟ ଫୌଜି । ଏକ ଭିଡିଓରେ ସେ ସ୍ପଷ୍ଟ କରିଛନ୍ତି ଯେ, ରାଜେଶ ଶର୍ମାଙ୍କୁ କୀଟ କାମୁଡିବା ଯୋଗୁଁ ନୁହେଁ ବରଂ ଡାଇବେଟିସ୍ ସମ୍ବନ୍ଧୀୟ ସମସ୍ୟା ପାଇଁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ସୁସ୍ଥ ହେଉଛନ୍ତି ଏବଂ ଖୁବ୍ ଶୀଘ୍ର ଡିସଚାର୍ଜ ହେବେ ବୋଲି ମଧ୍ୟ କହିଛନ୍ତି ।
ରାଜେଶ ଶର୍ମାଙ୍କ ଏହି ବିବୃତ୍ତି ଶର୍ମାଙ୍କ ପରିବାର ପକ୍ଷରୁ ଅଭିନେତା ସୁଦୀପା ଚାଟାର୍ଜୀଙ୍କ ଇନ୍ ଷ୍ଟାଗ୍ରାମରେ ଅଭିନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପୋଷ୍ଟ କରିବା ପରେ ଆସିଛି । ଯେଉଁ ବିବୃତ୍ତିରେ ସୁଦୀପା ଲେଖିଥିଲେ ଯେ, ଫିଲ୍ମ ସୁଟିଂ ସମୟରେ ଟେକ୍ନିସିଆନଙ୍କ ସହ କଥା ହେଉଥିବାବେଳେ ରାଜେଶ ଶର୍ମାଙ୍କୁ ବିଷାକ୍ତ କୀଟ କାମୁଡି ଦେଇଥିଲା । ପ୍ରଥମେ ଗୁରୁତର ମନେ ହେଉନଥିଲା । ହେଲେ ପରବର୍ତ୍ତୀ ସମୟରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା । ଫଳରେ ତାଙ୍କୁ ଧାକୁରିଆର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ରାଜେଶ ଶର୍ମା “କ୍ରୁ”, “ପାଟଲ ଲୋକ”, “ଦବଙ୍ଗ 3”, “ମର୍ଦାନି 2”, “ପତି ପତ୍ନୀ ଔର ୱା”, “ବାଟଲା ହାଉସ୍”, “ଡ୍ରିମ ଗର୍ଲ” ଏବଂ “ଦି ତାସକେଣ୍ଟ ଫାଇଲ୍ସ” ସମେତ ଅନେକ ଫିଲ୍ମ ଏବଂ ୱେବ ସିରିଜରେ ଅଭିନୟ କରିଛନ୍ତି । ବଜରଙ୍ଗୀ ଭାଇଜାନ ବ୍ୟତୀତ “ଖୋସଲା କା ଘୋସଲା,” “ଇଶ୍କିଆ,” “ସ୍ପେଶାଲ୍ ୨୬,” “ଏମ୍ ଏସ୍ ଧୋନି: ଦି ଅନଟୋଲ୍ଡ ଷ୍ଟୋରୀରେ ତାଙ୍କ ଅଭିନୟର ଯାଦୁ ମଧ୍ୟ ଦେଖିବାକୁ ମିଳିଛି ।
