Sunday, April 12, 2026
31.2 C
Odisha

    କଟକରେ ଲଘୁଚାପ ଜନିତ ବର୍ଷା, ଭାଙ୍ଗିଲା କଲେଜ ଛକ ଲାଇଟ ଗେଟ

    ଆଗକୁ ପଢନ୍ତୁ

    କଟକ : କଟକରେ ଲଘୁଚାପ ଜନିତ ବର୍ଷା ଆରମ୍ଭ । ପ୍ରବଳ ବର୍ଷା ସହ ପବନ ଜାରି । ବର୍ଷା ପବନରେ ଭାଙ୍ଗିଲା କଲେଜ ଛକ ଲାଇଟ ଗେଟ । ଫଳରେ ରାଣୀହାଟରୁ କଲେଜ ଛକ ରାସ୍ତା ଅବରୋଧ ହେବା ସହ ଯାତାୟାତ ବାଧାପ୍ରାପ୍ତ ହୋଇଛି । ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର ଓ ପ୍ରଶାସନର ସଠିକ ଅନୁଧ୍ୟାନର ଅଭାବ ଯୋଗୁଁ ଏଭଳି ସ୍ଥିତି ଦେଖିବାକୁ ମିଳିଛି କଟକ ସହରରେ ।

    ଯେଉଁସବୁ ଗେଟ ନିର୍ମାଣ ହେବ ତାହାର ପର୍ଯ୍ୟାୟ କ୍ରମେ ଅନୁଧ୍ୟାନ କରିବାର ଥିଲା । ଟେକନିକାଲ ଟିମ ଏଥିପାଇଁ ଗଠନ କରିଛି ଜିଲ୍ଲା ପ୍ରଶାସନ । କିନ୍ତୁ ସେହି କମିଟି ତାର ଅନୁଧ୍ୟାନ କରି ନାହିଁ । ଅନ୍ୟ ପଟରେ ବାଉଁଶ ଗେଟରେ କେବଳ ଲାଇଟ ସାଜସଜ୍ଜା ନ ରହି ବଡ଼ ବଡ଼ ହୋଡ଼ିଂ ଲାଗିଛି । ଯାହାକି କଟକ ସହରର ତୋରଣ ଭାଙ୍ଗିବାର ପ୍ରମୁଖ କାରଣ ବୋଲି ଚର୍ଚ୍ଚା ହେଉଛି। ତେବେ ଜଣେ ମଦ୍ୟପ ଗାଡି ଧକ୍କା ଦେଇଥିବାରୁ ଗେଟ ଭାଙ୍ଗିଥିବା କହିଛନ୍ତି କଲେଜ ଛକ ପୂଜା କମିଟି ସଭାପତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.2 ° C
    31.2 °
    31.2 °
    15 %
    1.2kmh
    0 %
    Sun
    33 °
    Mon
    41 °
    Tue
    42 °
    Wed
    43 °
    Thu
    44 °

    ସମ୍ବନ୍ଧିତ