Wednesday, March 25, 2026
25.5 C
Odisha

    କଟକରେ ସୋସିଆଲ ମିଡିଆ ଉପରେ କଟକଣା, ଆସନ୍ତା ୨୪ ଘଣ୍ଟା ପାଇଁ ବ୍ୟାନ ହେଲା ସୋସିଆଲ ମିଡିଆ

    ଆଗକୁ ପଢନ୍ତୁ

    କଟକ: କଟକରେ ସୋସିଆଲ ମିଡିଆ ଉପରେ କଟକଣା। ଆସନ୍ତା ୨୪ ଘଣ୍ଟା ପାଇଁ ବ୍ୟାନ ହେଲା ସୋସିଆଲ ମିଡିଆ। ସଂଧ୍ୟା ୭ଟାରୁ ଆସନ୍ତାକାଲି ସଂଧ୍ୟା ସାତଟା ପର୍ଯ୍ୟନ୍ତ ବ୍ୟାନ ହେଲା ସାମାଜିକ ଗଣମାଧ୍ୟମ। ଏନେଇ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଜାରି କରିଛନ୍ତି । ସିଏମସି ଏରିଆ, ସିଡିଏ ଏରିଆ ଓ ୪୨ ମୌଜା ଅଞ୍ଚଳରେ ଏହି କଟକଣା ଲାଗୁ ହୋଇଛି। ସୋସିଆଲ ମିଡିଆ ସହ ମୋବାଇଲ ଇଣ୍ଟରନେଟ, ଡାଟା ସର୍ଭିସ ଆଦି ବନ୍ଦ ରହିବ।

    ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ଶାନ୍ତି ଓ ଭାଇଚାରା ବଜାୟ ରଖିବାକୁ ଅପିଲ୍ କରିଛନ୍ତି । କଟକରେ ଉତ୍ତେଜନାକୁ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ ପୋଲିସ ତିନୋଟି ସ୍ପେଶାଲ୍ ଟିମ୍ ଗଠନ କରିଛି । ବିଶୃଙ୍ଖଳାକାରୀଙ୍କୁ ଚିହ୍ନଟ କରି ଗିରଫ କରାଯିବ ବୋଲି ପୋଲିସ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।

    ଉଲ୍ଲେଖନୀୟ ଯେ, ମା ଦୁର୍ଗାଙ୍କ ଭସାଣି ସମୟରେ ଶୁକ୍ରବାର କଟକ ସହରରେ ଘଟିଥିବା ଗଣ୍ଡଗୋଳକୁ ନେଇ ସ୍ଥିତି ଏ ପର୍ଯ୍ୟନ୍ତ ସୁଧୁରି ନାହିଁ । ଏବେ ବି ସହରର ଅନେକ ସ୍ଥାନରେ ସ୍ଥିତି ଉତ୍ତେଜନାମୂଳକ ରହିଛି । ଆଜି କଟକରେ ଆୟୋଜିତ ରାଲି ବେଳେ ପୁଣି ଉତ୍ତେଜନା ଦେଖା ଦେଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.5 ° C
    25.5 °
    25.5 °
    64 %
    2.1kmh
    39 %
    Wed
    26 °
    Thu
    38 °
    Fri
    40 °
    Sat
    40 °
    Sun
    41 °

    ସମ୍ବନ୍ଧିତ