Saturday, May 9, 2026
22.9 C
Odisha

    ମଣ୍ଡି ଅବ୍ୟବସ୍ଥାକୁ ବିରୋଧ, ଆଜି ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ

    ଆଗକୁ ପଢନ୍ତୁ

    ମାଲକାନଗିରି: ମଣ୍ଡି ଅବ୍ୟବସ୍ଥାକୁ ବିରୋଧ । ଆଜି ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ । ୪ ଦଫା ଦାବି ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ସ୍କୁଲ, କଲେଜ ସହ ଦୋକାନ ବଜାର ବନ୍ଦ ରହିଛି । ମଣ୍ଡିରେ ଧାନର ଅଭାବୀ ବିକ୍ରି, ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତି ପ୍ରଦାନ, ଗ୍ୟାସ ସିଲିଣ୍ଡର ଯୋଗାଣ ଭଳି ଦାବି ରହିଛି । ଦାବିପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କୁ ଆହୁରି ତୀବ୍ରତର କରିବାକୁ ଚେତାବନୀ ଦିଆଯାଇଛି ।

    ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ମାନେ ଆନ୍ଦୋଳନ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଗତ ଦୁଇ ମାସର ଅଧିକ ସମୟ ଧରି ମାଲକାନଗିରି ଜିଲ୍ଲାର ବିଭିନ୍ନ ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ବସ୍ତା ପଡି ରହିଛି । ଚାଷୀଙ୍କୁ ଟୋକେନ ମିଳିଛି ହେଲେ ଧାନ ଉଠାଉ ନାହାନ୍ତି ସରକାର । କାଳବୈଶାଖି ବର୍ଷା ଯୋଗୁଁ ମଣ୍ଡିରେ ପାଣି ଜମିବା ସହ ଧାନ ସବୁ ଗଜା ହେବାକୁ ଲାଗିଛି । ଚାଷୀ ମାନେ ବାରମ୍ବାର ଚେତାବନୀ ଦେବା ପରେ ମଧ୍ୟ ପ୍ରଶାସନ ଧାନ ନ କିଣିବାରୁ ଶେଷରେ ଏହି ଏହି ଆନ୍ଦୋଳନ ଆରମ୍ଭ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.9 ° C
    22.9 °
    22.9 °
    87 %
    2.1kmh
    5 %
    Sat
    38 °
    Sun
    38 °
    Mon
    38 °
    Tue
    39 °
    Wed
    39 °

    ସମ୍ବନ୍ଧିତ