କଟକ : SCBରେ ଯୁବକଙ୍କ ହାଇଡ୍ରାମା । କଟକ SCB ମେଡିକାଲ୍ କ୍ୟାମ୍ପସ୍ ରେ ଯୁବକ ଜଣଙ୍କ ନିଜ ଜୀବନ ନେବାକୁ ଉଦ୍ୟମ କରିଥିଲେ । ସିଧା ପାଣି ଟାଙ୍କି ଉପରୁ ତଳକୁ ଡେଇଁ ପଡିଥିଲେ ଯୁବକ ଜଣଙ୍କ । ଦୀର୍ଘ ସମୟ ହାଇଡ୍ରାମା କରିବା ପରେ, ଟାଙ୍କି ଉପରୁ ଡେଇଁପଡିଥିଲେ । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରାଯିବାପରେ କାଜୁଆଲିଟିରେ ଭର୍ତ୍ତି କରାଯାଇଛି । ଗୁରୁତର ଯୁବକ ମାନସିକ ରୋଗୀ ହୋଇଥିବା ସୂଚନା ମିଳିଛି । ଯୁବକ ଜଣକ ଯାଜପୁର ଟାଉନ ଅଞ୍ଚଳର ରାଜେଶ ପରିଡା ବୋଲି ଜଣାପଡିଛି ।
