Tuesday, October 6, 2026
30.4 C
Odisha

    ପୁରୀରେ ଗରମର ନୂଆ ରେକର୍ଡ, ୧୩୦ ବର୍ଷରେ ଦ୍ୱିତୀୟ ସର୍ବାଧିକ ତାପମାତ୍ରା

    ଆଗକୁ ପଢନ୍ତୁ

    ପୁରୀ : ପୁରୀରେ ଗରମର ନୂଆ ରେକର୍ଡ । ୧୩୦ ବର୍ଷର ପାଣିପାଗ ରେକର୍ଡରେ ଅକ୍ଟୋବର ମାସ ପାଇଁ ଦ୍ୱିତୀୟ ସର୍ବାଧିକ ଦିନ ତାପମାତ୍ରା ରେକର୍ଡ ହୋଇଛି । ୧୮୯୬ ମସିହାରୁ ଉପଲବ୍ଧ ପାଣିପାଗ ତଥ୍ୟ ଅନୁସାରେ, ଗତକାଲି ଅର୍ଥାତ୍ ଅକ୍ଟୋବର ୫ରେ ପୁରୀ ସହରର ସର୍ବୋଚ୍ଚ ତାପମାତ୍ରା ୩୬.୬ ଡିଗ୍ରୀ ସେଲସିୟସ୍ ଛୁଇଁଥିଲା ।

    ଅକ୍ଟୋବର ମାସରେ ପୁରୀରେ ଏହା ଏପର୍ଯ୍ୟନ୍ତ ରେକର୍ଡ ହୋଇଥିବା ଦ୍ୱିତୀୟ ସର୍ବାଧିକ ଦିନ ତାପମାତ୍ରା । ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ୨୦୨୪ ଅକ୍ଟୋବର ୪ରେ ପୁରୀରେ ୩୬.୩ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଥିଲା, ଯାହା ସେତେବେଳେ ଦ୍ୱିତୀୟ ସର୍ବାଧିକ ଥିଲା । ଏବେ ୨୦୨୬ ଅକ୍ଟୋବର ୫ର ୩୬.୬ ଡିଗ୍ରୀ ତାପମାତ୍ରା ସେହି ରେକର୍ଡକୁ ଅତିକ୍ରମ କରିଛି ।

    ଅକ୍ଟୋବର ମାସ ଆରମ୍ଭ ହୋଇସାରିଥିଲେ ମଧ୍ୟ ପୁରୀରେ ଏଭଳି ଉଚ୍ଚ ତାପମାତ୍ରା ଯୋଗୁଁ ଦିନବେଳା ପ୍ରବଳ ଗରମ ଅନୁଭୂତ ହେଉଛି । ୨୦୨୩ରେ ଏଲ୍-ନିନୋ ପ୍ରଭାବ ରହିଥିବାବେଳେ ୨୦୨୪ ପ୍ରଚଣ୍ଡ ଉଷ୍ଣ ରହିଥିଲା । ବର୍ତ୍ତମାନ ଏଲ-ନିନୋର ପ୍ରଭାବ ରହିଥିବାବେଳେ ଆଗକୁ ପରିବେଶ ଆହୁରି ତାତିବା ଆଶଙ୍କା ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.4 ° C
    30.4 °
    30.4 °
    57 %
    1.3kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ