Thursday, April 2, 2026
26.4 C
Odisha

    କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କର ଆଜି ଅନ୍ତିମ ସଂସ୍କାର, କଟକର ସତୀଚଉରାରେ ଶେଷ କୃତ୍ୟ ସଂପନ୍ନ ହେବ

    ଆଗକୁ ପଢନ୍ତୁ

    କଟକ: ଶେଷ ଯାତ୍ରା ପୂର୍ବରୁ ଶେଷ ଦର୍ଶନ । ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କୁ ଶେଷ ଦର୍ଶନ କରୁଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତି । ତାଙ୍କ କଟକ ସ୍ଥିତ ବାସଭବନରେ ଅନ୍ତିମ ଦର୍ଶନ କରୁଛନ୍ତି । ଆଜି ତାଙ୍କ ଅନ୍ତିମ ସଂସ୍କାର କଟକର ସତୀଚଉରାରେ ହେବ । ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବ । ଗତକାଲି କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗୀତା ପଟ୍ଟନାୟକଙ୍କର ପରଲୋକ ହୋଇଥିଲା । ୧୯୫୪ ମସିହା ଡିସେମ୍ବର ୧୦ ତାରିଖରେ ଗୀତା ପଟ୍ଟନାୟକ ଜନ୍ମଗ୍ରହଣ କରିଥିଲେ । ସଙ୍ଗୀତରେ ଥିଲା ତାଙ୍କର ଲମ୍ବା ଯାତ୍ରା ।

    ୧୯୭୧ ମସିହାରେ ଆକାଶବାଣୀର ଜଣେ ସ୍ବୀକୃତି ପ୍ରାପ୍ତ କଣ୍ଠଶିଳ୍ପୀର ମାନ୍ୟତା ପାଇଥିଲେ । ଅନେକ ଚଳଚିତ୍ର ପାଇଁ ସେ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ଗୀତ ଗାଇଛନ୍ତି । କେବଳ ଓଡ଼ିଆ ଭାଷା ନୁହେଁ ବରଂ ହିନ୍ଦୀ, ଗୁଜରାଟି, ରାଜସ୍ଥାନୀ ଓ ମରାଠୀ ଭାଷାରେ ମଧ୍ୟ ଗୀତ ଗାଇଛନ୍ତି । ସେ ଭଜନ, ଜଣାଣ, ପଲ୍ଲୀଗୀତ, ଛାନ୍ଦ, ଚମ୍ପୁ, ଆଧୁନିକ ଗୀତ ଓ ବିଭନ୍ନ ଚଳଚ୍ଚିତ୍ରରେ କଣ୍ଠଦାନ କରି ଓଡ଼ିଶାରେ ନୁହେଁ ଭାରତ ବାହାରେ ମଧ୍ୟ ସଫଳତା ଅର୍ଜନ କରିଛନ୍ତି । ଯାଯାବର ଚଳଚ୍ଚିତ୍ରର ଫୁର କିନା ଉଡ଼ିଗଲା ବଣି, ନାଗଫାଶ ଚଳଚ୍ଚିତ୍ରର ନଦୀ ଫେରେ ସାଗରକୁ ଆଦି ଗୀତ ତାଙ୍କୁ ଲୋକପ୍ରିୟତାର ଶୀର୍ଷକୁ ପହଞ୍ଚାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.4 ° C
    26.4 °
    26.4 °
    49 %
    2.1kmh
    0 %
    Wed
    27 °
    Thu
    40 °
    Fri
    41 °
    Sat
    39 °
    Sun
    38 °

    ସମ୍ବନ୍ଧିତ