Sunday, October 11, 2026
24.3 C
Odisha

    କଣ ପାଇଁ ପାଳନ କରାଯାଏ ବାଟଓଷା: କଣ ରହିଛି ଏହାର ମହତ୍ୱ

    ଆଗକୁ ପଢନ୍ତୁ

    ପୌଷ କୃଷ୍ଣ ଦ୍ବିତୀୟାରେ ପାଳନ କରାଯାଏ ‘ଦାଣ୍ଡପହଁରା’ ବା ବାଟଓଷା। ଏହି ଓଷା ସତ୍ୟ, ଧର୍ମ ଓ ନ୍ୟାୟର ଦେବତା ଯମରାଜଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଏ। ଏହା ବାଟ ବା ଦାଣ୍ଡରେ ପାଳନ କରାଯାଉଥିବାରୁ ଏହାର ନାମକରଣ ଏଭଳି କରାଯାଇଛି। ପଣ୍ଡୁ ପୂର୍ଣ୍ଣିମାର ତିନି ଦିନ, ସାତ ଦିନ ବା ନଅ ଦିନ ପରେ ଏହା ପଡ଼ିଥାଏ। ଏଥର ଡିସେମ୍ବର ୨୮ରେ ଏହା ପଡ଼ୁଛି।

    ଯମଙ୍କୁ ପ୍ରସନ୍ନ କରିବା ଉଦ୍ଦେଶ୍ୟରେ ଏହି ଓଷାକୁ ପାଳନ କରାଯାଏ। ସନ୍ତାନଙ୍କ ଦୀର୍ଘ ଜୀବନ କାମନା କରି ମାଆମାନେ ଏହାକୁ ପାଳନ କରନ୍ତି। ଓଷା ମଣ୍ଡପର ଚତୁଃପାର୍ଶ୍ବକୁ ବଜ୍ରମୂଳିରେ ପହଁରା କରିବା ପରେ ସେଥିରେ ସନ୍ତାନକୁ ଝଡ଼ାଯାଏ। ପୌରାଣିକ କିମ୍ବଦନ୍ତୀ ଅନୁସାରେ, କୋଶଳ ଦେଶର ରାଜା ସୁଦର୍ଶନ ଏବଂ ରାଣୀ ଲୀଳାବତୀଙ୍କ ପୁତ୍ର ସନ୍ତାନ ନଥିବାରୁ ମନସ୍ତାପରେ ଥିଲେ। ତେବେ ବ୍ରାହ୍ମଣ ଓ ଜ୍ୟୋତିଷ ଦାଣ୍ଡପହଁରା ବା ବାଟଓଷା କରି ଯମଙ୍କୁ ସନ୍ତୁଷ୍ଟ କଲେ ପୁତ୍ରପ୍ରାପ୍ତି ହେବ ବୋଲି ପରାମର୍ଶ ଦେଇଥିଲେ। କିଛିଦିନ ପରେ ଓଷା କରିଥିବା ରାଜ୍ୟର ଗୃହିଣୀମାନଙ୍କଠାରୁ ପ୍ରସାଦ ପାଇ ରାଣୀ ବୀରସେନ ନାମକ ପୁତ୍ରସନ୍ତାନ ପ୍ରାପ୍ତ କରିଥିଲେ। କିନ୍ତୁ ପୁତ୍ର ପ୍ରାପ୍ତି ପରେ ରାଣୀ ଆଉ ବାଟଓଷା କଲେ ନାହିଁ। ଫଳରେ ଯମ ବୀରସେନଙ୍କୁ ଅପହରଣ କରି ନେଇଥିଲେ। ଏହାପରେ ବୀରସେନଙ୍କୁ ମାରି ରୋଷେଇ କରି ଖାଇବାକୁ ଦେବାକୁ ମା’ଙ୍କୁ କହିଥିଲେ। ତେବେ ଯମ ଗାଧୋଇ ଯିବା ସମୟରେ ଯମଙ୍କ ମାତା ବୀରସେନଙ୍କୁ ନାକରେ କାଠି ପୂରାଇ ଛିଙ୍କିବା ପାଇଁ କହିଥିଲେ। ବୀରସେନ ମଧ୍ୟ ସେଭଳି କରିଥିଲେ। ଶେଷରେ ଯମଦେବ ବୀରସେନଙ୍କୁ ନ ମାରି ବାଟଓଷା ନ କଲେ ପୁନର୍ବାର ନେଇଯିବେ ବୋଲି ବୀରସେନଙ୍କ ମାତାଙ୍କୁ କହି ଘରେ ଛାଡ଼ି ଦେଲେ। ଏହାପରେ ରାଣୀ ରାଜଗୃହରେ ଯମଦେବଙ୍କ ବାଟଓଷା କରି ଦାଣ୍ଡପହଁରି ପୁତ୍ରର ଦୀର୍ଘ ଜୀବନ କାମନା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    76 %
    1.6kmh
    3 %
    Sun
    24 °
    Mon
    30 °
    Tue
    30 °
    Wed
    30 °
    Thu
    30 °

    ସମ୍ବନ୍ଧିତ