Saturday, April 11, 2026
25.2 C
Odisha

    କନ୍ନଡ଼ ଫିଲ୍ମରେ ଡେବ୍ୟୁ କରିବେ କରୀନା, ୟଶଙ୍କ ସହ ଏହି ଫିଲ୍ମରେ ଆସିବେ ନଜର

    ଆଗକୁ ପଢନ୍ତୁ

    ମୁମ୍ବାଇ: କେଜିଏଫ୍ ଚାପ୍ଟର-୨ ପରେ ଏବେ ରକିଂ ଷ୍ଟାର୍ ୟଶଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରକୁ ଅପେକ୍ଷା କରିଛନ୍ତି ଦର୍ଶକ। କିଛି ଦିନ ପୂର୍ବରୁ, ୟଶ ତାଙ୍କର ପରବର୍ତ୍ତୀ ଫିଲ୍ମର ନାମ ଘୋଷଣା କରିଥିଲେ, ଯାହାର ନାମ ଥିଲା ‘ଟକ୍ସିକ୍’। ନିର୍ଦ୍ଦେଶକ ଗୀତୁ ମୋହନଦାସ ଏହି ଫିଲ୍ମର ନିର୍ଦ୍ଦେଶନା ଦେବା ସହ ଫିଲ୍ମଟି କେଜିଏଫ୍ ଭଳି ବ୍ଲକବଷ୍ଟର ହେବ ବୋଲି ୟଶଙ୍କ ପ୍ରଶଂସକ କହିବା ଆରମ୍ଭ କରିଛନ୍ତି।
    ଏବେ ଫିଲ୍ମର କାଷ୍ଟିଂକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ, ଏହି ଫିଲ୍ମ ଜରିଆରେ କନ୍ନଡ଼ ଫିଲ୍ମରେ ଡେବ୍ୟୁ କରିବେ ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍। ଅର୍ଥାତ୍ କରୀନା ପ୍ରଥମ କରି ୟଶଙ୍କ ସହ ଏହି ଫିଲ୍ମରେ ସ୍କ୍ରିନ୍ ସେୟାର କରିବେ। ଫିଲ୍ମରେ ତାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଗତ ୨୪ବର୍ଷ ହେବ ବଲିଉଡରେ କାମ କରି ଆସୁଥିବା କରୀନା ଏପର୍ଯ୍ୟନ୍ତ କୌଣସି ସାଉଥ ଫିଲ୍ମରେ କାମ କରିନାହାନ୍ତି । କୁହାଯାଉଛି ଯେ, ଫିଲ୍ମ ନିର୍ମାତା ଏବେ ‘ଟକ୍ସିକ୍’ ପାଇଁ କରୀନାଙ୍କୁ ପ୍ରସ୍ତାବ ଦେଇଛନ୍ତି। କରୀନା ଯଦି ଫିଲ୍ମ କରିବାକୁ ହଁ କରନ୍ତି, ତେବେ ଏହା ତାଙ୍କର ପ୍ରଥମ ସାଉଥ୍ ଫିଲ୍ମ ହେବ ।

    ଏହା ପୂର୍ବରୁ କରୀନାଙ୍କୁ ଓଟିଟିରେ ରିଲିଜ୍ ହୋଇଥିବା ଫିଲ୍ମ ‘ଜାନେଁ ଜାନ’ରେ ଦେଖିବାକୁ ମିଳିଥିଲା। ଏହା ତାଙ୍କର ଓଟିଟି ଡେବ୍ୟୁ ଥିବା ବେଳେ ଏଥିରେ ସେ କରିଥିବା ଅଭିନୟ ସମସ୍ତଙ୍କୁ ପସନ୍ଦ ଆସିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.2 ° C
    25.2 °
    25.2 °
    58 %
    1.8kmh
    0 %
    Fri
    25 °
    Sat
    38 °
    Sun
    40 °
    Mon
    42 °
    Tue
    43 °

    ସମ୍ବନ୍ଧିତ