Friday, May 17, 2024
29.3 C
Odisha

    ଚାରା ଦୁର୍ନୀତିର ସିବିଆଇ ତଦନ୍ତ ହେଉ: ବାବୁ ସିଂ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୦୪/୦୧: ନବୀନ ସରକାରରେ ପଂଚାୟତ ଠାରୁ ବ୍ଲକ ସବୁଆଡେ ଅଫିସରମାନେ ଦୁର୍ନୀତିରେ ଉବୁଟୁବୁ । ଗତ ୨୪ବର୍ଷର ନବୀନ ସରକାର ଓଡ଼ିଶାବାସୀଙ୍କୁ କେବଳ ପ୍ରତାରଣା ନୁହେଁ ବରଂ ଦୁର୍ନୀତିର ପାହାଡ ଭେଟିରେ ଦେଇଛନ୍ତି । ଓଡ଼ିଶାର ଦୁର୍ନୀତିର କର୍ଣ୍ଣଧାରା ତଥା ମୁଖମଣ୍ଡଳ ସାଜିଛନ୍ତି ଅଣଓଡ଼ିଆ ଅଫିସର । ବଡ ବଡ ପଦବୀରେ ରହି ଅଣଓଡ଼ିଆ ଅଫିସରମାନେ ଓଡ଼ିଶାର ଶାସନ ବ୍ୟବସ୍ଥା, ଓଡ଼ିଶାବାସୀଙ୍କୁ ପ୍ରତାରଣା ଓ ଓଡିଶାକୁ ବିଶ୍ୱାସଘାତ କରିଛନ୍ତି । ଯାହାର ଅନ୍ୟତମ ଉଦାହରଣ ହେଲା- ଚାରା ଦୁର୍ନୀତି । ହକି ମହାକୁମ୍ଭ ବେଳେ ଗଛ ଲଗାଇ ସହରକୁ ସବୁଜମୟ ବା ସରସ ସୁନ୍ଦର କରିବା ନାଁରେ ବିରାଟ ଦୁର୍ନୀତି କରିଛନ୍ତି ରାଜ୍ୟ ସରକାର । ଓଡ଼ିଶାର ମୁଖ କହିଲେ ଭୁବନେଶ୍ୱରକୁ ବୁଝାଏ, ଯଦି ଏଠାରେ ଏଭଳି ଚାରା ଦୁର୍ନୀତି ହୋଇଛି ତାହାଲେ କୋରାପୁଟ, କଳାହାଣ୍ଡି, ମାଲକାନଗିରି ଓ କେନ୍ଦୁଝରରେ ଅବସ୍ଥା କ’ଣ ହେଉଥିବ ଆପଣମାନେ ଅନୁମାନ କରିପାରୁଥିବେ ବୋଲି ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ କହିଛନ୍ତି ।
    ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂ କହିଛନ୍ତି ଯେ, ରାଜ୍ୟ ସରକାର ଭୁବନେଶ୍ୱରରେ ଗଛ ଲଗାଇବାରେ ୭କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ସହରର ଫାୟାର ଷ୍ଟେସନରେ ୩୦ଲକ୍ଷ, ସିଆରପିରେ ୨୩ଲକ୍ଷ, ଆଚାର୍ଯ୍ୟ ବିହାର ୨୫ଲକ୍ଷ, ବାଣୀବିହାର ୩୦ଲକ୍ଷ, ରସୁଲଗଡ ୭୬ଲକ୍ଷ, ଖଣ୍ଡଗିରି ୭୬ଲକ୍ଷ, ଏଜି ଛକ ୪୧ଲକ୍ଷ ଏବଂ ଶିଖର ଚଣ୍ଡି ପାହାଡ ୨କୋଟି ୧୪ଲକ୍ଷ ଟଙ୍କାର ଗଛ ଲଗାଇଛନ୍ତି । ସବୁଠୁ ଆଶ୍ଚର୍ଯ୍ୟର କଥା ଯେ, ଗଛ ଗୁଡିକ ମଧ୍ୟ ଓଡ଼ିଶାର କୌଣସି ନର୍ସରୀରୁ କିଣା ନଯାଇ ବାହାର ରାଜ୍ୟର ନର୍ସରୀରୁ କିଣା ଯାଇଛି ତାହା ମଧ୍ୟ ଏକ ଚିନ୍ତାଜନକ କଥା । ଓଡ଼ିଶାରେ ଏତେ ନର୍ସରୀ ଥାଉ ଥାଉ ବାହାର ରାଜ୍ୟର ନର୍ସରୀରୁ ରାଜ୍ୟ ସରକାର କାହିଁକି ଚଢ଼ା ଦରରେ ଗଛ କିଣିଲେ ଏହାର ଜବାବ ରାଜ୍ୟ ସରକାର ଦିଅନ୍ତୁ । ବଡ ଆଶ୍ଚର୍ଯ୍ୟ ଯେ, ଗୋଟିଏ ଗୋଟିଏ ଗଛରେ ରାଜ୍ୟ ସରକାର ୧୨ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି ଯାହା ପ୍ରମାଣିତ କରୁଛି ଯେ, କିଭଳି “ନବୀନ ଓଡ଼ିଶା”ରେ ଦୁର୍ନୀତି ଖୁଲମଖୋଲା ଚାଲିଛି । ରାଜ୍ୟ ସରକାର କେଉଁ ଗଛ ଲଗାଇଲେ ତାହାର ମୂଲ୍ୟ ୧୨ହଜାର ଏହାର ଉତର ରାଜ୍ୟ ସରକାର, ୫-ଟି, ଫରେଷ୍ଟ ଡିପାଟମେଂଟ, ବିଡିଏ, ବିଏମ୍‌ସି ଓ ଓଏମ୍‌ସି ଏହାର ଉତର ଦିଅନ୍ତୁ ।
    ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ହକିଖେଳ ନାଁରେ ବହୁପ୍ରସିଦ୍ଧ ଲାଭ କରିବାକୁ ପ୍ରଚେଷ୍ଟା କରିଥିଲେ ମୁଖ୍ୟମନ୍ତ୍ରୀ । ନିଜ ପିଠିକୁ ଥାପୁଡାଇ ଆନନ୍ଦ ଅନୁଭବ ମଧ୍ୟ କରିଥିଲେ । ସାଧାରଣ ଲୋକଙ୍କ ଟିକସ ଟଙ୍କାରେ ରାଜ୍ୟ ସରକାର ଭୁବନେଶ୍ୱର ସୌନ୍ଦର୍ଯ୍ୟକରଣ ପାଇଁ ଗଛ କିଣିଛନ୍ତି । ଓଡିଶାରେ ବନୀକରଣ ଦୁର୍ନୀତିର ପରିମାଣ ଅତି ବ୍ୟାପକ । ଯଦି ଭୁବନେଶ୍ୱରରେ ସରକାର ଏଭଳି ଆଖିରେ ଆଙ୍ଗୁଠି ଗେଞ୍ଜି ଦୁର୍ନୀତି କରିପାରୁଛନ୍ତି, ତାହାଲେ ଉପାନ୍ତ ଜିଲ୍ଲାରେ କିଭଳି ଲୁଟ୍‌ପାଟ୍ ହେଉଥିବ ତାହା ଅନୁମେୟ । କେବଳ କାମ୍ପା ଫଣ୍ଡରେ ୫ହଜାର ୯ଶହ କୋଟିର ଦୁର୍ନୀତି, ଓମ୍ବାଡସିରେ ୬ହଜାର କୋଟି ଟଙ୍କାର ଦୁର୍ନୀତି, ମହାନଦୀ ସବୁଜ ମିଶନରେ ୧୫୦କୋଟି ଟଙ୍କାର ଦୁର୍ନୀତି ହୋଇଛି । ଏହା ବାଦ୍ ଡିଏମ୍‌ଏଫ୍ ଫଣ୍ଡରେ ମଧ୍ୟ ବ୍ୟାପକ ପରିମାଣର ଅର୍ଥ ହରିଲୁଟ୍ ହୋଇଛି ଗଛ ଲଗାଇବା ନାଁରେ ବୋଲି ଶ୍ରୀ ସିଂ କହିଛନ୍ତି ।
    ରାଜ୍ୟ ସରକାରଙ୍କ ଏହି ଗୋଟିଏ ଦୁର୍ନୀତି ନୁହେଁ ବରଂ ରାଜ୍ୟରେ ଅଳିଆ ପାହାଡ ଛିଡା କରାଇ ଦୁର୍ନୀତି କରିଛନ୍ତି । ଏନେଇ ମଧ୍ୟ ଜିଲ୍ଲାରେ ମାସେକାଳ ଦୁର୍ନୀତି ବିରୋଧରେ ଆନ୍ଦୋଳନ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାର ଚୁପ୍ ବସିଥିଲେ । ଚାରା ଦୁର୍ନୀତିର ତଦନ୍ତ ବ୍ୟାପକ ଏବଂ ଏହାର ତଦନ୍ତ ସିବିଆଇ ଦ୍ୱାରା କରାଯାଉ । ଦୁର୍ନୀତି, ଭ୍ରଷ୍ଟାଚାରରେ ଲିପ୍ତ ରାଜ୍ୟ ସରକାର ବିରୁଦ୍ଧରେ ବହୁ ଶୀଘ୍ର ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ଶ୍ରୀ ସିଂ ଦାବି କରିଛନ୍ତି ।
    ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ରାଜେନ୍ଦ୍ର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.3 ° C
    29.3 °
    29.3 °
    48 %
    1kmh
    100 %
    Fri
    31 °
    Sat
    37 °
    Sun
    41 °
    Mon
    43 °
    Tue
    43 °

    ସମ୍ବନ୍ଧିତ