Wednesday, August 13, 2025
27 C
Odisha

    କଫି ପାଇଁ ପ୍ରସିଦ୍ଧି ଲାଭ କରିବ ତରମାକାନ୍ତ ଅଞ୍ଚଳ, ରୋଜଗାର ପାଇବେ ୨ ହଜାର ଲୋକ

    ଆଗକୁ ପଢନ୍ତୁ

    ବାଂଶପାଳ: ନିଜ ଗୌରବ ଫେରି ପାଇବ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ତରମାକାନ୍ତ ଅଞ୍ଚଳ । ଦିନ ଥିଲା ଦେଶ ବିଦେଶରେ ତରମାକାନ୍ତ ଚା’ର ଖୁବ୍‌ ଆଦର ଥିଲା । ଜାପାନ, ଜର୍ମାନୀଠୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ ତରମାକାନ୍ତ ଚା’ ରପ୍ତାନି ହେଉଥିଲା । ଚା’ ଚାଷ ପାଇଁ ଅନୁକୂଳ ଜଳବାୟୁ ଓ ପର୍ଯ୍ୟାପ୍ତ ଉପତ୍ୟକା ଥିବା ଯୋଗୁଁ ଏଠାରେ ଆରମ୍ଭ ହୋଇଥିଲା ଚା’ ବଗିଚା । ଏବେ ପୁଣିଥରେ କଫି ପାଇଁ ପ୍ରସିଦ୍ଧି ଲାଭ କରିବ ତରମାକାନ୍ତ ପଞ୍ଚାୟତର ଜଳଡ଼ିହା ଗାଁ ।

    ଏଠାରେ ତେଲକୋଇ ବିଧାୟକ ଫକିର ମୋହନ ନାଏକଙ୍କ ଦ୍ଵାରା କଫିଚାରା ଲଗାଇବା କାର୍ଯ୍ୟର ଶୁଭାରମ୍ଭ କରାଯାଇଛି । ଏଠାକାର ଜଳବାୟୁ କଫି ଚାଷ ପାଇଁ ବେଶ ଉପଯୋଗୀ । ତେଣୁ ଏନେଇ ୧ ବର୍ଷ ପୂର୍ବରୁ ସରକାରଙ୍କ ତରଫରୁ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଜଳଡ଼ିହା ଗାଁରେ ୮ ହେକ୍ଟର୍ ଜମିରେ ୧୭ ହଜାର କଫିଚାରା ଲଗାଇବା କାର୍ଯ୍ୟ ଆରମ୍ଭ ହୋଇସାରିଛି । ଏଥିରେ ଏହି ଅଞ୍ଚଳର ୨ ହଜାର ଲୋକ କର୍ମ ସଂସ୍ଥାନ ପାଇବେ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ ।

    ଆଗକୁ ଜିଲ୍ଲାରେ ୫ ହଜାର ହେକ୍ଟର୍ ଜମିରେ କଫିଚାଷ କରାଯିବ ଏବଂ ତରମାକାନ୍ତରେ ସରକାରଙ୍କ ତରଫରୁ ଏକ କଫି ପ୍ରକ୍ରିୟାକରଣ ପ୍ରକଳ୍ପ ପ୍ରତିଷ୍ଠା କରାଯିବ । ଯାହା ଫଳରେ ଏଠାରେ ଲୋକମାନେ ନିଜ ଉତ୍ପାଦିତ କଫି ବିକ୍ରି କରି ଲାଭବାନ ହୋଇପାରିବେ । ଦିନେ ଚା’ ଚାଷ ପାଇଁ ପ୍ରସିଦ୍ଧି ଲାଭ କରୁଥିବା ବାଂଶପାଳ ବ୍ଲକର ତରମାକାନ୍ତ ଅଞ୍ଚଳ ଏବେ କଫି ପାଇଁ ପୁଣିଥରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଯାଉଛି । ଯେଉଁଥିପାଇଁ ଲାଭବାନ ହୋଇପାରିବେ ସ୍ଥାନୀୟ ଲୋକେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27 ° C
    27 °
    27 °
    86 %
    2.1kmh
    100 %
    Wed
    26 °
    Thu
    27 °
    Fri
    29 °
    Sat
    29 °
    Sun
    29 °

    ସମ୍ବନ୍ଧିତ