Saturday, April 4, 2026
29.2 C
Odisha

    କମିବ ତାପମାତ୍ରା, ୧୦ ଜିଲ୍ଲାକୁ ଘନକୁହୁଡ଼ି ସତର୍କ ସୂଚନା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: କେତେକ ଜିଲ୍ଲାରେ କିଛି ଦିନ ହେବ ୩୫ଡିଗ୍ରି ଉପରେ ରହୁଥିବା ତାପମାତ୍ରା କମିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରି କମିବା ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କୌଣସି ସହରର ତାପମାତ୍ରା ୩୫ ଡିଗ୍ରି ଛୁଇଁ ନାହିଁ। ତେବେ ୨୯ ସହରର ତାପମାତ୍ରା ୩୦ ଡିଗ୍ରି ଉପରେ ରହିଛି। ସର୍ବାଧିକ ତାପମାତ୍ରା ଅନୁଗୁଳରେ ୩୪.୭ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୩୪.୬, ମାଲକାନଗରିରେ ୩୪.୫ ଓ ପାରଳାଖେମୁଣ୍ଡିରେ ୩୪ଡିଗ୍ରି ରେକର୍ଡ ହୋଇଛି। ସର୍ବନିମ୍ନ ତାପମାତ୍ରା ରାଉରକେଲାରେ ୯. ୭ ଡିଗ୍ରି ରେକର୍ଡ ହୋଇଛି। ପୂର୍ବରୁ ସବୁଠାରୁ କମ୍‌ ତାପମାତ୍ରା ରହୁଥିବା ଦାରିଙ୍ଗିବାଡ଼ିର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ରେକର୍ଡ କରାଯାଇଛି। ଘନକୁହୁଡ଼ି ପାଇଁ ୧୦ ଜିଲ୍ଲାକୁ ଦୁଇ ଦିନ ପାଇଁ ସତର୍କ ସୂଚନା ଜାରି କରାଯାଇଛି।

    ଏହି ଦିନମାନଙ୍କରେ ପାଗ ଶୁଖିଲା ରହିବା ସହ ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବାର ନାହିଁ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ୯ ତାରିଖ ପାଇଁ ଗଞ୍ଜାମ, ଗଜପତି ଖୋର୍ଦ୍ଧା, କଟକ , ନୟାଗଡ଼, ରାୟଗଡ଼ା, କଳହାଣ୍ଡି, କନ୍ଦମାଳ କୋରାପୁଟ, ମାଲକାନଗିରିର ଅନେକ ସ୍ଥାନରେ ଘନ କୁହୁଡ଼ି ଯୋଗୁ ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର ରହିବା ଆଶଙ୍କା କରାଯାଉଛି। ଏଣୁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିଭଳି ୧୦ ତାରିଖରେ  ଗଞ୍ଜାମ, ନୟାଗଡ଼, କଳହାଣ୍ଡି ଓ କନ୍ଧମାଳର କେତେକ ଜାଗାରେ ଘନ କୁହୁଡ଼ି ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.2 ° C
    29.2 °
    29.2 °
    34 %
    1.5kmh
    98 %
    Sat
    38 °
    Sun
    37 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ