Thursday, September 10, 2026
26.6 C
Odisha

    ଭାରସାମ୍ୟ ହରାଇ ଓଲଟିଲା ପିକ୍ଅପ୍, ଅନେକ ଶ୍ରମିକ ଆହତ

    ଆଗକୁ ପଢନ୍ତୁ

    ଗୁଣପୁର  : ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନା ଅନ୍ତର୍ଗତ ଟଳନା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଶ୍ରମିକ ବୋଝୋଇ ମେକ୍ସ ପିକ୍ଅପ୍ । ସେହି ମେକ୍ସ ପିକ୍ଅପରେ ୨୫ ରୁ ଉର୍ଦ୍ଧ ଶ୍ରମିକ ଥିଲେ ବୋଲି ଜଣାପଡିଛି । ଶ୍ରମିକମାନେ ଚାଷ ଜମିରେ ଧାନ ରୁଆ ପାଇଁ ଶଗଡା ଗାଁରୁ ପଦ୍ମପୁର ବ୍ଲକର ଡୋକାଶିକାଲା ଗାଁ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

    ସେପଟେ ଘଟଣା ସମ୍ପର୍କରେ ସୂଚନା ପାଇ ଗୁଣପୁର ଦମକଳ ବାହୀନି ଓ ପୁଟାସିଂ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଙ୍କୁ ଉଦ୍ଧାର କରି ଗୁଣପୁର ମେଡିକାଲରେ ଭର୍ତ୍ତି କରିଛନ୍ତି । ପ୍ରାଥମିକ ଚିକିତ୍ସା ପରେ ଗୁରୁତରଙ୍କୁ ଉନ୍ନତ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ଏବଂ ରାୟଗଡ଼ା ମେଡିକାଲକୁ ସ୍ତାନନ୍ତରିତ କରାଯାଇଛି। ସମସ୍ତେ ଶଗଡା ଗାଁ ର ଶ୍ରମିକ ବୋଲି ସୂଚନା ମିଳିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    26.6 ° C
    26.6 °
    26.6 °
    88 %
    1.2kmh
    100 %
    Thu
    28 °
    Fri
    27 °
    Sat
    27 °
    Sun
    28 °
    Mon
    30 °

    ସମ୍ବନ୍ଧିତ