ଖବରଦେଶ-ବିଦେଶବାଣିଜ୍ୟ କମିଲା ରେପୋ ରେଟ୍, କମିବ ଇଏମଆଇ ସୁଧ ହାର By Hemant December 5, 2025 6 0 ଆଗକୁ ପଢନ୍ତୁ ପ୍ରତିଦିନ ଜଳଖିଆରେ ଅଣ୍ଡା ଖାଉଛନ୍ତି କି? ଜାଣନ୍ତୁ କ’ଣ କହୁଛନ୍ତି ଡାଏଟିସିଆନ୍ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ବେଳେ ଉଠାଇ ନେଲା ପୋଲିସ ବିପଦରେ ବିରାଟ କୋହଲିଙ୍କ ନଂ୧ ଆସନ ମହିଳାଙ୍କୁ ପଥରରେ ଛେଚି ହତ୍ୟା, ପୋଖରୀ ନିଟକଟରୁ ମୃତଦେହ ଉଦ୍ଧାର Hemant ନୂଆଦିଲ୍ଲୀ : ରେପୋ ରେଟ୍ ହ୍ରାସ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ । କମିବ ଇଏମଆଇ ସୁଧ ହାର । ମନିଟାରୀ ପଲିସ କମିଟି ବୈଠକ ପରେ ରେପୋ ରେଟ୍ ହ୍ରାସ ଘୋଷଣା କଲେ ଆରବିଆଇ ଗଭର୍ଣ୍ଣର ସଂଜୟ ମାଲହୋତ୍ରା । ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ହ୍ରାସ କରିଛି ଆରବିଆଇ । ୨୫ ବେସିସ୍ ପଏଣ୍ଟ ହ୍ରାସ ପରେ ୫.୨୫ ପ୍ରତିଶତ ହୋଇଛି ରେପୋ ରେଟ୍ । ସାଧାରଣ ଲୋକଙ୍କ ପାଇଁ ଏହା ବଡ଼ ଆଶ୍ବସ୍ତି । ଏହାର ସିଧାସଳଖ ପ୍ରଭାବ ଆପଣଙ୍କ ଲୋନ୍ ଏବଂ EMI ଉପରେ ପଡିବ । EMI ଶସ୍ତା ହେବ । ରେପୋ ରେଟ୍ କମିବା ଦ୍ୱାରା ବ୍ୟାଙ୍କଗୁଡିକ ଗୃହ ଋଣ ଏବଂ ଗାଡ଼ି ଋଣ ଉପରେ ସୁଧ ହାର କମାଇବେ । ଫଳରେ ଆପଣଙ୍କ ମାସିକ କିସ୍ତି ବା EMI କମିଯିବ। ଯଦି ଆପଣ ୫୦ ଲକ୍ଷ ଟଙ୍କାର ଗୃହ ଋଣ ୨୦ ବର୍ଷ ପାଇଁ ନେଇଛନ୍ତି, ତେବେ ଆପଣଙ୍କର ବାର୍ଷିକ ପ୍ରାୟ ୪,୨୦୦ ଟଙ୍କା ସଞ୍ଚୟ ହେବ। ମୋଟ ସୁଧ ଉପରେ ଆପଣ ପ୍ରାୟ ୧ଲକ୍ଷ ୨୦ ହଜାର ଟଙ୍କା ବଞ୍ଚାଇ ପାରିବେ। ୧୦ ଲକ୍ଷ ଟଙ୍କାର ଗାଡ଼ି ଋଣ ଉପରେ ମାସକୁ ପ୍ରାୟ ୫୦୦ ଟଙ୍କା କମିପାରେ । ଯେଉଁ ଗ୍ରାହକମାନଙ୍କର ଲୋନ୍ ରେପୋ ରେଟ୍ ସହିତ ଯୋଡ଼ା ହୋଇଛି, ସେମାନେ ତୁରନ୍ତ ଏହାର ଲାଭ ପାଇବେ । ସେହିପରି ଋଣ ଶସ୍ତା ହେବା ସହିତ ଫିକ୍ସ ଡିପୋଜିଟ୍ ବା FD ଉପରେ ମିଳୁଥିବା ସୁଧ ହାର ମଧ୍ୟ ସାମାନ୍ୟ କମିପାରେ । Continue Reading ଖବରଦେଶ-ବିଦେଶବାଣିଜ୍ୟ TagsnationalRBI cut repo rate Share FacebookTwitterPinterestWhatsApp Previous articleଫେବୃଆରୀ ୧୯ରେ ମାଟ୍ରିକ ପରୀକ୍ଷା, ଗଣିତ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଅଧିକ ୧୫ ମିନିଟ୍Next articleଖାଇବା ପରେ ତୁରନ୍ତ କରନ୍ତୁ ନାହିଁ ଏହିସବୁ କାମ, ଦେଖାଦେଇପାରେ ଅନେକ ସମସ୍ୟା ଅନ୍ୟାନ୍ୟ ଖବର ସ୍ବାଭାବିକ ହେଲା ଲିଙ୍ଗରାଜ ମନ୍ଦିର ନୀତିକାନ୍ତି , ମଙ୍ଗଳ ଆଳତି ପରେ ଚାଲିଛି ଧାଡ଼ି ଦର୍ଶନ ବିପଦରେ ବିରାଟ କୋହଲିଙ୍କ ନଂ୧ ଆସନ ମମତା ସରକାରଙ୍କୁ ବଡ଼ ଝଟକା, ଇଡି ଅଫିସର ଉପରେ ଲାଗିଥିବା ଏଫଆଇଆର ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ ଧାନ କିଣା ସମସ୍ୟାର ସମାଧାନ ପାଇଁ ମନ୍ତ୍ରୀଙ୍କ ଦୁଇଦିନିଆ ଗସ୍ତ, ହେବ ହାଇଲେଭଲ୍ ସମୀକ୍ଷା ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ, ଆନନ୍ଦବଜାରରେ ଜଣେ ବ୍ୟକ୍ତି ଦୀର୍ଘ ସମୟ ଧରି ଗପିବାର ଭିଡିଓ ଭାଇରାଲ୍ ପାଣିପାଗ Odisha clear sky enter location 26.8 ° C 26.8 ° 26.8 ° 23 % 3.6kmh 0 % Thu 25 ° Fri 28 ° Sat 29 ° Sun 31 ° Mon 31 ° ସମ୍ବନ୍ଧିତ ମମତା ସରକାରଙ୍କୁ ବଡ଼ ଝଟକା, ଇଡି ଅଫିସର ଉପରେ ଲାଗିଥିବା ଏଫଆଇଆର ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ ପରିବାର ସହ ପୁରୀ ଶ୍ରୀମନ୍ଦିରରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଆମ ବସ୍ ସେବା ପାଇଁ ଉଚ୍ଚସ୍ତରୀୟ କମିଟି ବୈଠକ,ସ୍କ୍ରାପିଂ ହେବ ୩୦୦ ପୁରୁଣା ଆମ ବସ୍ ମହିଳାଙ୍କୁ ପଥରରେ ଛେଚି ହତ୍ୟା, ପୋଖରୀ ନିଟକଟରୁ ମୃତଦେହ ଉଦ୍ଧାର