Saturday, April 11, 2026
30.4 C
Odisha

    କର୍ଣ୍ଣାଟକ ମନ୍ତ୍ରୀଙ୍କ ବିସ୍ଫୋରକ ଦାବି: ହନିଟ୍ରାପ୍‌ରେ ଫସିଛନ୍ତି ୪୮ ନେତା, ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ କର୍ଣ୍ଣାଟକ ଗୃହ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ବେଙ୍ଗାଲୁରୁ: କର୍ଣ୍ଣାଟକ ସମବାୟ ମନ୍ତ୍ରୀ କେ ଏନ୍‌ ରାଜନ୍ନା ଆଜି ବିଧାନସଭାରେ ବିସ୍ଫୋରକ ଦାବି କରିଛନ୍ତି। ତାଙ୍କ ଉପରେ ହନିଟ୍ରାପ୍‌ ଉଦ୍ୟମ ହୋଇଥିବା ଅଭିଯୋଗ କରିଛନ୍ତି। ‌େକବଳ ସେ ନୁହନ୍ତି, ରାଜ୍ୟର ଅନ୍ୟ ମନ୍ତ୍ରୀ, ନେତାଙ୍କ ସମେତ କେନ୍ଦ୍ରୀୟ ନେତୃବୃନ୍ଦ ମଧ୍ୟ ଏହାର ଶିକାର ହୋଇଛନ୍ତି। ହନିଟ୍ରାପ୍‌ରେ ୪୮ ଜଣ ନେତା ଫସିଛନ୍ତି ବୋଲି ସେ ବିବୃତି ଦେଇଛନ୍ତି। ଉକ୍ତ ଘଟଣାର ତଦନ୍ତ ପାଇଁ ଦାବି କରିବା ପରେ ଗୃହ ମନ୍ତ୍ରୀ ଜି ପରମେଶ୍ବର ଉକ୍ତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ବଜେଟ୍‌ ଅଧିବେଶନ ଆଲୋଚନା ସମୟରେ ବିଜୟପୁରା ବିଧାୟକ ବସନଗୌଡ଼ା ପାଟିଲ ୟତନଲ ଏହି ପ୍ରସଙ୍ଗ ଉଠାଇଥିଲେ ଏବଂ କହିଥିଲେ ଯେ ରାଜ୍ୟରେ ସମବାୟ ମନ୍ତ୍ରୀଙ୍କୁ ହନି ଟ୍ରାପ୍‌ କରିବାପାଇଁ ଉଦ୍ୟମ ହୋଇଥିଲା। ଏହା ଏକ ଖରାପ୍‌ ସଂସ୍କୃତି। ଜନ ପ୍ରତିନିଧିଙ୍କୁ ବ୍ଲାକମେଲ୍‌ କରାଯାଉଛି।

    ଏହାପରେ କେଏନ୍‌ ରାଜନ୍ନା ଏଭଳି ହୋଇଥିବା ସ୍ବୀକାର କରିଥିଲେ। ସେ କହିଛନ୍ତି, ଅନେକ ଲୋକ କହୁଛନ୍ତି ଯେ କର୍ଣ୍ଣାଟକ ଏକ ସିଡି ଏବଂ ପେନ୍‌ ଡ୍ରାଇଭ୍‌ ଫ୍ୟାକ୍ଟ୍ରିରେ ପରିଣତ ହୋଇଛି।  ଏହା ଅତି ସାଂଘାତିକ ଅଭିଯୋଗ।  କୁହାଯାଉଛି ଯେ ତୁମାକୁରୁର  ୨ ଜଣ ପ୍ରଭାବଶାଳୀ ମନ୍ତ୍ରୀ ହନିଟ୍ରାପ୍‌ର ଶିକାର ହୋଇଛନ୍ତି। ତୁମାକୁରୁର ସେହି ୨ ମନ୍ତ୍ରୀଙ୍କ ମଧ୍ୟରୁ ଜଣେ ହେଉଛି ମୁଁ ଏବଂ ଅନ୍ୟ ଜଣେ ପରମେଶ୍ବର। ସେ ପୁଣିଥରେ କହିଥିଲେ ଯେ ଏହି ଘଟଣାରେ ସେ ଏକ ମାମଲା ରୁଜୁ କରିବେ ଏବଂ ଗୃହ ମନ୍ତ୍ରୀ ଉକ୍ତ ଘଟଣାର ତଦନ୍ତ କରିବା ଉଚିତ।  ମନ୍ତ୍ରୀ ମଧ୍ୟ ଦାବି କରିଛନ୍ତି ଯେ ସିଡି ଏବଂ ପେନଡ୍ରାଇଭ ପ୍ରସ୍ତୁତରେ ସମ୍ପୃକ୍ତ ଲୋକମାନେ ବିଭିନ୍ନ ରାଜନୈତିକ ଦଳରୁ ୪୮ ରାଜନେତାଙ୍କୁ ହନିଟ୍ରାପ୍‌ କରିଛନ୍ତି।  ଏହା ଜାତୀୟ ସ୍ତରକୁ ମଧ୍ୟ ବ୍ୟାପିଥିବା ସେ କହିଛନ୍ତି। ସେହିଭଳି ବିଜେପି ନେତା ତଥା ବିରୋଧୀ ଦଳ ନେତା ଆର୍‌ ଅଶେ‌ାକା ଏହି ଘଟଣାର ତଦନ୍ତ ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ବାରା ହେବା ଆବଶ୍ୟକ ବୋଲି କହିଛନ୍ତି। ସରକାର ଏଭଳି ସ୍ପର୍ଶକାତର ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରିବା ଉଚିତ୍‌ ବୋଲି ସେ ମତ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.4 ° C
    30.4 °
    30.4 °
    14 %
    2kmh
    0 %
    Sat
    32 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ